Pakistani Pilots / ଇସ୍ରାଏଲ୍ ଯାଉଥିବା ବିମାନ ଉଡ଼ାଇପାରିବେନି ପାକିସ୍ତାନୀ ପାଇଲଟ୍ ! ଏୟାର ଫ୍ରାନ୍ସର ବଡ଼ ନିଷ୍ପତ୍ତି
·30 mins ago·2 min read

Key Points
ପାକିସ୍ତାନୀ ପାଇଲଟ୍ଙ୍କ ଉପରେ କଟକଣା !
ଇସ୍ରାଏଲ୍ ରୁଟ୍ରେ ବଡ଼ ପରିବର୍ତ୍ତନ
୩୧ ଦେଶର କ୍ରୁଙ୍କ ଉପରେ ରୋକ୍
ଇସ୍ରାଏଲ୍ ରୁଟ୍ରେ ବଡ଼ ପରିବର୍ତ୍ତନ
୩୧ ଦେଶର କ୍ରୁଙ୍କ ଉପରେ ରୋକ୍
ଇସ୍ରାଏଲ୍ର ସୁରକ୍ଷା ନିୟମକୁ ନେଇ ଅନ୍ତର୍ଜାତୀୟ ବିମାନ ଚଳାଚଳ କ୍ଷେତ୍ରରେ ନୂଆ ଚର୍ଚ୍ଚା । ଇସ୍ରାଏଲ୍ ସହ କୂଟନୈତିକ ସମ୍ପର୍କ ନଥିବା ଦେଶଗୁଡ଼ିକର ବିମାନ କର୍ମଚାରୀଙ୍କୁ ନେଇ ନୂଆ କଟକଣା ଲାଗୁ ହୋଇଛି । ଏହି ନିୟମ ଅନୁଯାୟୀ, ପାକିସ୍ତାନ ସମେତ ୩୧ଟି ଦେଶର ପାଇଲଟ୍ ଓ କ୍ୟାବିନ୍ କ୍ରୁ ଇସ୍ରାଏଲ୍ ଆସୁଥିବା ଓ ଇସ୍ରାଏଲ୍ରୁ ଯାଉଥିବା ବିମାନ ପରିଚାଳନା କରିପାରିବେ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି ।
ଏୟାର ଫ୍ରାନ୍ସ ଓ ୟୁନାଇଟେଡ୍ ଏୟାରଲାଇନ୍ସକୁ ନିର୍ଦ୍ଦେଶ
ଫ୍ରାନ୍ସର ଅନୁସନ୍ଧାନମୂଳକ ପ୍ରକାଶନ ‘ମିଡିଆପାର୍ଟ’ ଏବଂ ବିମାନ ଚଳାଚଳ ସମ୍ପର୍କିତ ଗୁପ୍ତସୂଚନା ପ୍ରଦାନକାରୀ ସଂସ୍ଥା ‘ସିଏଚ୍-ଏଭିଏସନ୍’ର ଅକ୍ଟୋବର ୧୩ ତାରିଖର ରିପୋର୍ଟ ଅନୁସାରେ, ଏୟାର ଫ୍ରାନ୍ସ ଓ ଆମେରିକାର ୟୁନାଇଟେଡ୍ ଏୟାରଲାଇନ୍ସ ଏହି କଟକଣା ସମ୍ପର୍କରେ ନିଜ ନିଜର ପାଇଲଟ୍ ଓ କ୍ୟାବିନ୍ କ୍ରୁଙ୍କୁ ସୂଚନା ଦେଇଛନ୍ତି ।
ଏୟାର ଫ୍ରାନ୍ସ ଏହି ନିୟମ ପାଳନ କରୁଥିବା ସ୍ପଷ୍ଟ କରିଛି । ସେହିପରି ୟୁନାଇଟେଡ୍ ଏୟାରଲାଇନ୍ସ ମଧ୍ୟ ନିଜର କ୍ରୁ ନିଯୁକ୍ତି ଓ ଡ୍ୟୁଟି ଯୋଜନା ପ୍ରକ୍ରିୟାରେ ଏହି ନିୟମକୁ ସାମିଲ କରିଥିବା ଜଣାପଡ଼ିଛି ।
ଚେକ୍ ରିପବ୍ଲିକ୍ର ସର୍ବବୃହତ୍ ବିମାନ କମ୍ପାନୀ ସ୍ମାର୍ଟୱିଙ୍ଗ୍ସ ମଧ୍ୟ ଇସ୍ରାଏଲ୍ର ଏହି କଟକଣା ପାଳନ କରିବ ବୋଲି କହିଛି। ତେବେ କମ୍ପାନୀ ଅନୁସାରେ, ଏପର୍ଯ୍ୟନ୍ତ ଏହାର କ୍ରୁ ନିଯୁକ୍ତି କିମ୍ବା ବିମାନ ପରିଚାଳନା ଉପରେ କୌଣସି ପ୍ରଭାବ ପଡ଼ିନାହିଁ ।
କାହିଁକି ଲାଗୁ ହେଲା ଏହି କଟକଣା ?
ରିପୋର୍ଟ ଅନୁସାରେ, ସେପ୍ଟେମ୍ବର ୩୦ ତାରିଖରେ ଫ୍ଲାଏଦୁବାଇର ଏକ ବିମାନରେ ଓମାନର ଜଣେ ସହ-ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚାରଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଘଟଣା ପରେ ଇସ୍ରାଏଲ୍ ଏଭଳି କଟକଣା ଲାଗୁ କରିଥିବା କୁହାଯାଉଛି। ଓମାନ ସେହି ଦେଶଗୁଡ଼ିକ ମଧ୍ୟରୁ ଗୋଟିଏ, ଯାହାର ଇସ୍ରାଏଲ୍ ସହ କୂଟନୈତିକ ସମ୍ପର୍କ ନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ କ’ଣ ପଡ଼ିବ ପ୍ରଭାବ ?
ଏହି କଟକଣା ଯୋଗୁଁ ଏୟାରଲାଇନ୍ସଗୁଡ଼ିକୁ ନିଜର କ୍ରୁ ନିଯୁକ୍ତି ଓ ଡ୍ୟୁଟି ସୂଚୀରେ ପରିବର୍ତ୍ତନ କରିବାକୁ ପଡ଼ିପାରେ । ବିଶେଷକରି, ନିର୍ଦ୍ଦିଷ୍ଟ ଦେଶର ନାଗରିକ ଥିବା ପାଇଲଟ୍ ଓ କ୍ୟାବିନ୍ କ୍ରୁଙ୍କୁ ଇସ୍ରାଏଲ୍ ଯାଉଥିବା ବିମାନରେ ନିଯୁକ୍ତ କରିବା ପୂର୍ବରୁ ଏୟାରଲାଇନ୍ସଗୁଡ଼ିକୁ ନିୟମ ଯାଞ୍ଚ କରିବାକୁ ହେବ ।
ଏହାଦ୍ୱାରା କ୍ରୁ ଉପଲବ୍ଧତା, ଡ୍ୟୁଟି ଯୋଜନା ଓ ପରିଚାଳନା ଖର୍ଚ୍ଚ ଉପରେ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି । ତେବେ ବିମାନ ବାତିଲ୍, ବିଳମ୍ବ କିମ୍ବା ଟିକେଟ୍ ଦର ବୃଦ୍ଧି ଭଳି ପ୍ରଭାବ ଦେଖାଦେବ କି ନାହିଁ, ତାହା ଏୟାରଲାଇନ୍ସଗୁଡ଼ିକ କିପରି ଏହି ନିୟମକୁ କାର୍ଯ୍ୟକାରୀ କରୁଛନ୍ତି ତାହା ଉପରେ ନିର୍ଭର କରିବ ।
ଅନ୍ୟ ଏୟାରଲାଇନ୍ସ ମଧ୍ୟ ମାନିବେ କି ନିୟମ ?
ଏୟାର ଫ୍ରାନ୍ସ, ୟୁନାଇଟେଡ୍ ଏୟାରଲାଇନ୍ସ ଓ ସ୍ମାର୍ଟୱିଙ୍ଗ୍ସର ପଦକ୍ଷେପ ପରେ ଅନ୍ୟ ଅନ୍ତର୍ଜାତୀୟ ଏୟାରଲାଇନ୍ସଗୁଡ଼ିକ ମଧ୍ୟ ଏହି ନିୟମ ପାଳନ କରିବେ କି ନାହିଁ, ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଇସ୍ରାଏଲ୍ର ସୁରକ୍ଷା ନିୟମ ଓ ବିମାନ କମ୍ପାନୀଗୁଡ଼ିକର ପରିଚାଳନାଗତ ଆବଶ୍ୟକତା ମଧ୍ୟରେ କିପରି ସମନ୍ୱୟ ରହିବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।

Related Topics
Explore more stories