Videos
|
International

Pakistan Army / ଜାତିସଂଘରେ ପୁଣି ପାକିସ୍ତାନକୁ ଅପମାନ, ପାକ୍‌ ସୈନ୍ୟଙ୍କ ଅସଲ ମୁଖା ଖୋଲିଲା ଭାରତ

Swoyang prajna Mishra
Browse all articles by Swoyang prajna Mishra
·11 months ago·2 min read
ଜାତିସଂଘରେ ପୁଣି ପାକିସ୍ତାନକୁ ଅପମାନ, ପାକ୍‌ ସୈନ୍ୟଙ୍କ ଅସଲ ମୁଖା ଖୋଲିଲା ଭାରତ

Key Points

୪ ଲକ୍ଷ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ ପାକିସ୍ତାନୀ ସୈନ୍ୟ
ଜାତିସଂଘରେ ପୁଣି ପାକିସ୍ତାନକୁ ଅପମାନିତ କଲା ଭାରତ
ଖୋଲିଲା ପାକିସ୍ତାନ ସେନାଙ୍କ ଅସଲ ମୁଖା

ପୁଣିଥରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ପାକିସ୍ତାନକୁ ବେଜ୍ଜତି ସହିବାକୁ ପଡିଛି । ଭାରତ ଜାତିସଂଘରେ ପୁଣି ଥରେ ପାକିସ୍ତାନକୁ ଆଇନା ଦେଖାଇଛି । ଭାରତର ସ୍ଥାୟୀ ପ୍ରତିନିଧୀ ପାର୍ବଥାନେନୀ ହରିଶ୍ ପାକିସ୍ତାନ ସୈନ୍ୟଙ୍କ ବିରୋଧରେ ଏପରି ଅଭିଯୋଗ କରିଛନ୍ତି । ୧୯୭୧ ବାଂଲାଦେଶର ସ୍ଵାଧିନତାର ଯୁଦ୍ଧ ସମୟରେ ପାକିସ୍ତାନୀ ସେନା ନିଜର ନିର୍ଦ୍ଦୟ ଅଭିଯାନ ସର୍ଚ୍ଚଲାଇଟ ଅପରେସନ ଆରମ୍ଭ କରିଥିଲା । । ଏହି ସର୍ଚ୍ଚଲାଇଟ ଅପରେସନରେ ହିଁ ପାକିସ୍ତାନୀ ସେନା ୪ ଲକ୍ଷରୁ ଉର୍ଦ୍ଧ୍ଵ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ସହ ଅନେକ ନିର୍ଦ୍ଦେଷ ଲୋକମାନଙ୍କୁ ମାରି ଦେଇଥିଲା ।

ପାକିସ୍ତାନ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ବିରୋଧରେ ଅନେକ ମିଛ ବୟାନ ରଖିଥିଲା । ପାକିସ୍ତାନ କହିଥିଲା, କାଶ୍ମୀର ମହିଳାଙ୍କୁ ଦଶନ୍ଧି ଧରି ଯୌନ ହିଂସା ସହିବାକୁ ପଡୁଛି । ହେଲେ ପାକିସ୍ତାନର ଏପରି ମିଥ୍ୟା ବୟାନବାଜୀର କଡା ଜବାବ ଦେଇ ହରିଶ୍ କହିଥିଲେ, "ଆମକୁ ଆମ ଦେଶ ବିରୋଧରେ ବିଶେଷ କରି ଭାରତର ଅଭିଚ୍ଛେଦ୍ୟ ଅଙ୍ଗ କାଶ୍ମୀର ବିରୋଧରେ ଭ୍ରମିତ କରୁଥିବା ଭାଷଣ ଶୁଣିବାକୁ ବାଧ୍ୟ କରାଯାଉଛି । ପାକିସ୍ତାନ ହେଉଛି ଏମିତି ଏକ ଦେଶ, ଯିଏ ନିଜ ଦେଶର ଲୋକଙ୍କ ଉପରେ ବୋମାମାଡ କରେ । ଦୂନିଆର ଧ୍ୟାନ ନିଜର କଳା କାରନାମା ଉପରୁ ହଟାଇବା ପାଇଁ ମିଥ୍ୟା ବୟାନବାଜି ଦିଏ । ୧୯୭୧ର ଅପରେସନ ସର୍ଚ୍ଚଲାଇଟ ସମୟରେ ପାକିସ୍ତାନୀ ସେନା ୪ ଲକ୍ଷ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିଲା ।

ଅଧିକ ପଢନ୍ତୁ : ୨ ଆତଙ୍କୀ ସଂଗଠନର ମେଣ୍ଟ କରାଇଛି ISI, ଭାରତ ପାଇଁ ସତର୍କ ଘଣ୍ଟି


ଏହି ଗଣଦୁଷ୍କର୍ମ ଏକପ୍ରକାର ଯୋଜନାବଦ୍ଧ ଥିଲା । ପାକିସ୍ତାନ ସରକାର ସେମାନଙ୍କ ବିରୋଦ୍ଧରେ ସ୍ଵର ଉତ୍ତୋଳନ କରୁଥିବା ମହିଳା ଏବଂ ପୁରୁଷ ମାନଙ୍କ ଆନ୍ଦୋଳନକୁ ଦବାଇବା ପାଇଁ ଏପରି ଉଦ୍ୟମ କରିଥିଲେ । ବର୍ତ୍ତମାନ ବାଂଲାଦେଶ ଥିବା ପୂର୍ବ ପାକିସ୍ତାନ ନିଜର ଅଧିକାର ସାବ୍ୟସ୍ତ କରିବା ସହ ସ୍ଵାଧିନ ହେବାପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ । ଆଉ ଏହାକୁ ହଟାଇବା ପାଇଁ ପାକିସ୍ତାନୀ ସେନା ୪ ଲକ୍ଷରୁ ଅଧିକ ମହିଳାମାନଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ଯାହାଫଳରେ ହଜାର ହଜାର ମହିଳା ଗର୍ଭବତୀ ହେବାସହ , କିଛିଜଣ ଯୁଦ୍ଧ ଶିଶୁକୁ ଜନ୍ମ ଦେଇଥିଲେ । ଅନେକ ମହିଳା ନିଜର ଗର୍ଭପାତ କରିଥିବା ବେଳେ ଅନେକ ଜଣ ଶିଶୁହତ୍ୟା ବି କରିଥିଲେ ।

୧୬ ଡିସେମ୍ବରରେ ପାକିସ୍ତାନୀ ସେନା ଆତ୍ମସମର୍ପଣ କରିବା ପରେ ଯୁଦ୍ଧ ବନ୍ଦ ହୋଇଥିଲା, ଏବଂ ବାଂଲାଦେଶ ସ୍ଵାଧିନ ଦେଶ ଭାବରେ ନିଜର ଅଧିକାର ଫେରି ପାଇଥିଲା । ପାକିସ୍ତାନର ଏହି ଘୃଣ୍ୟ କାର୍ଯ୍ୟରେ ପାକିସ୍ତାନୀ ଅଫିସରମାନେ ନିଜେ ମଧ୍ୟ ସାମିଲ ଥିଲେ । ଯାହାକୁ ଜାତିସଂଘ ସାମ୍ନାରେ ପର୍ଦ୍ଦାଫାଶ କରିଛନ୍ତି ପାର୍ବଥାନେନୀ ହରିଶ୍ । ଏହା କେବଳ ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ମଧ୍ୟ ପାକିସ୍ତାନ ଜାତିସଂଘରେ ନିଜର ବେଜ୍ଜତି କରାଇସାରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories