Palm Sunday Prayer / କଟକଣାରେ ଶେଷ ହେଲା 'ପାମ୍ ସନଡ଼େ' ପ୍ରାର୍ଥନା
·20 hours ago·2 min read

Key Points
ଏଥର କଟକଣା ମଧ୍ୟରେ ଜେରୁସେଲମ ସହରରେ ଆୟୋଜିତ 'ପାମ୍ ସନଡ଼େ' ପ୍ରାର୍ଥନା।
Church of the Holy Sepulchre: ପ୍ରାୟ ମାସାଧିକ କାଳ ଧରି ଇରାନ ସହ ଚାଲିଥିବା ଯୁଦ୍ଧ ସମୟରେ ଇସ୍ରାଏଲ ପବିତ୍ର ଜେରୁସେଲମ୍ ସହରର ସୁରକ୍ଷାକୁ ନେଇ ସତର୍କ ହୋଇଉଠିଛି। ଏଥର ସୁରକ୍ଷାଗତ କାରଣରୁ ଗତ ରବିବାର (ମାର୍ଚ୍ଚ ୨୯) ଆୟୋଜିତ ହୋଇଥିବା 'ପାମ୍ ସନଡ଼େ' ପ୍ରାର୍ଥନା ପବିତ୍ର ସେପୁଲଚର ଚର୍ଚ୍ଚ ପରିସରରେ କଟକଣା ମଧରେ ଶେଷ ହୋଇଛି। ବିଗତ ୧୦୦ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ପାଇଁ ହୋଇଛି ଯେତେବେଳେ ଇସ୍ରାଏଲ "ପାମ୍ ସନଡ଼େ" ଉପରେ କଟକଣା ଜାରି କରିଛି। ଯେଉଁ କାରଣରୁ ଜେରୁସେଲମ୍ ସ୍ଥିତ କ୍ୟାଥୋଲିକ୍ ଚର୍ଚ୍ଚ ପାଦ୍ରୀଙ୍କୁ ଚର୍ଚ୍ଚ ଯିବା ବେଳେ ଅସୁବିଧାର ସାମ୍ନା କରିବକୁ ପଡ଼ିଥିଲା।
ଇରାନ୍-ଇସ୍ରାଏଲ୍ ଯୁଦ୍ଧ କାରଣରୁ ଉଭୟ ଦେଶର ଅନେକ ଜନବସତି ଅଞ୍ଚଳର ସୁରକ୍ଷା ଏବେ ବିପଦରେ ରହିଛି। କେତେବେଳେ ଇସ୍ରାଏଲ ନିରନ୍ତର ଇରାନ୍ ଉପରେ ଆକ୍ରମଣ କରୁଛି। ଅନ୍ୟପଟେ ଏହାର ଜବାବ ଦେବାକୁ ଯାଇ ଯେତେବେଳେ ଇରାନ୍ ମଧ୍ୟ ଅନେକ ଇସ୍ରାଏଲ ସହର ଉପରେ ବୋମାମାଡ଼ କରୁଛି। ସୁରକ୍ଷାଗତ କାରଣକୁ ଦୃଷ୍ଟିରେ ରଖି ଇସ୍ରାଏଲ ଅନେକ ସାର୍ବଜନୀନ ସ୍ଥାନରେ ସମାବେଶ ଉପରେ କଠୋର କଟକଣା ଲାଗୁ କରିଛି। ଆଉ ଏହି କ୍ରମରେ ଗତ ରବିବାର ଜେରୁସେଲମ ସହରରେ ଆୟୋଜିତ ହେବାକୁ ଯାଉଥିବା 'ପାମ୍ ସନଡ଼େ' ପ୍ରାର୍ଥନା ବାଧିତ ହୋଇଥିଲା।
ଏହି ନିଷ୍ପତ୍ତି ପାଇଁ କାର୍ଡିନାଲ୍ ପିଅରବାଟିଷ୍ଟା ପିଜାବାଲା ଏବଂ ପବିତ୍ର ଭୂମିର କଷ୍ଟୋସ୍ ମୁଖ୍ୟଙ୍କ ସମେତ ଦୁଇଜଣ ବରିଷ୍ଠ ଚର୍ଚ୍ଚ ଅଧିକାରୀଙ୍କୁ "ପାମ୍ ସନଡେ" ପାଳନ କରିବାକୁ ବଞ୍ଚିତ ହୋଇଥିଲେ। ପବିତ୍ର ଜେରୁସେଲମ୍ ସହରରେ ଅବସ୍ଥିତ ସେପୁଲଚର ଚର୍ଚ୍ଚ ଧାର୍ମିକ ଦୃଷ୍ଟିକୋଣରୁ ଅନେକ ଗୁରୁତ୍ୱ ବହନ କରିଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ସ୍ଥାନରେ ପ୍ରଭୁ ଯୀଶୁଙ୍କୁ କ୍ରୁଶବିଦ୍ଧ କରାଯାଇଥିବାର ଖ୍ରୀଷ୍ଟିଆନ ଧର୍ମବଲମ୍ବୀ ବିଶ୍ୱାସ କରନ୍ତି।
ଜେରୁସେଲମ ସହରରେ ଲାଗୁ ହୋଇଥିବା କଟକଣାକୁ ନେଇ ପ୍ରତିକ୍ରିୟା ରଖିଛି ଇସ୍ରାଏଲୀ ପୋଲିସ। ଏନେଇ କୁହାଯାଇଛି ଶନିବାର (୨୮ ମାର୍ଚ୍ଚ) କ୍ୟାଥୋଲିକ ଚର୍ଚ୍ଚକୁ ସୂଚିତ କରାଯାଇଥିଲା ଯେ ସୁରକ୍ଷାଗତ କାରଣରୁ ପୁରୁଣା ସହରରେ ସଂକୀର୍ଣ୍ଣ ରାସ୍ତାରେ ଅସୁରକ୍ଷିତ ବାସସ୍ଥାନ କାରଣରୁ ଜରୁରୀକାଳୀନ ପରିବହନ ପାଇଁ ସୀମିତ ପ୍ରବେଶ ପାଇଁ , "ପାମ୍ ସନଡେ" ପ୍ରାର୍ଥନା ଅନୁଷ୍ଠିତ ହୋଇପାରିବ ନାହିଁ। ଅନ୍ୟପଟେ ଲାଟିନ୍ ପାଟ୍ରିୟାର୍କେଟ କହିଛି ଯେ ଗତ ମାସରୁ ଇରାନ ଯୁଦ୍ଧ ଆରମ୍ଭ ହେବା ପର ଠାରୁ ପବିତ୍ର ସେପୁଲଚର ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା ସଭା ଆୟୋଜିତ ହୋଇଆସୁଛି।
ହେଲେ ନିକଟରେ ଲଗାଯାଇଥିବା କଟକଣାକୁ ନେଇ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଅସନ୍ତୋଷ ବ୍ୟକ୍ତ କରିଛି। ଏହି ନିଷେଧାଦେଶ ସମ୍ପର୍କରେ ପ୍ରତିକ୍ରିୟା ରଖି ଲାଟିନ୍ ପାଟ୍ରିୟାର୍କେଟ ମୁଖପାତ୍ର ଫରିଦ ଜୁବ୍ରାନ କହିଥିଲେ ଯେ, " ଆମର ଧାର୍ମିକ ମତରେ ପାମ୍ ସନଡ଼େ ହେଉଛି ଖ୍ରୀଷ୍ଟିଆନଙ୍କ ପାଇଁ ଏକ ଅତ୍ୟନ୍ତ ପବିତ୍ର ଦିନ। ହେଲେ ରବିବାର ଆୟୋଜିତ ହେବାକୁ ଥିବା ପ୍ରାର୍ଥନା ସଭା ପୂର୍ବତନ କଟକଣା ଲଗାଇବାରେ କୌଣସି ଯଥାର୍ଥତା ନଥିଲା। ଚର୍ଚ୍ଚ ଗତ ରବିବାର କିଛି ଧାର୍ମିକ ନେତାଙ୍କୁ ସାର୍ବଜନୀନ ପ୍ରାର୍ଥନା ସଭା ବଦଳରେ ବ୍ୟକ୍ତିଗତ ପ୍ରାର୍ଥନା ସଭା ପାଇଁ ଚର୍ଚ୍ଚକୁ ଅନୁମତି ଦେବା ପାଇଁ ପୋଲି ପାଖରୁ ଅନୁମତି ମାଗିଥିଲେ। ହେଲେ ଇସ୍ରାଏଲ ପ୍ରଶାସନ ଦ୍ୱାରା କଟକଣା ଲଗାଯିବାର ନିଷ୍ପତ୍ତି ଲୋକଙ୍କ ଧାର୍ମିକ ଉପାସନା କରିବାର ସ୍ୱାଧିନତାକୁ ଛଡ଼ାଇ ନେଇଛି। "
ଗତ ରବିବାର ଜେରୁସେଲେମ ସ୍ଥିତ ପବିତ୍ର ସେପୁଲଚର ଚର୍ଚ୍ଚରେ "ପାମ୍ ସନଡେ" ସମାବେଶକୁ କଠୋର ଭାବରେ ପ୍ରତିବନ୍ଧିତ କରାଯାଇଥିଲା। ଆରମ୍ଭରୁ ଇସ୍ରାଏଲୀ ପୋଲିସ ଦ୍ୱାରା ଅବରୋଧ କରାଯାଇଥିଲା। ଆନ୍ତର୍ଜାତୀୟ ମହଲରେ ଏହାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ଆସିବା ପରେ ଚର୍ଚ୍ଚ ପରିସରକୁ କିଛି ସୀମିତ ପ୍ରବେଶକୁ ଅନୁମତି ଦିଆଯାଇଥିଲା। ଏପରିକି ଯୁଦ୍ଧ ଯୋଗୁଁ 'ପାମ୍ ସନଡ଼େ' ଅବସରରେ ଆୟୋଜିତ ହେଉଥିବା ପାରମ୍ପରିକ ସାର୍ବଜନୀନ ଶୋଭାଯାତ୍ରା ମଧ୍ୟ ବନ୍ଦ କରି ଦିଆଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories