Viral Post / ସମସ୍ତଙ୍କୁ ମିଛ କହି ଝିଅକୁ ୨୭ ବର୍ଷ ଘରେ ବନ୍ଦୀ କରି ରଖିଥିଲେ ବାପାମା', ପୋଲିସ କରିଲା ଉଦ୍ଧାର

Key Points
ଦୀର୍ଘ ୨୭ ବର୍ଷ ହେବ ଘରେ ବନ୍ଦୀ ହୋଇଥିଲେ ମହିଳା
୧୫ ବର୍ଷରୁ ତାଙ୍କୁ ଘରେ ଲୁଚାଇ ରଖିଥିଲେ ବାପା ମାଆ
ସମସ୍ତେ ଜାଣିଥିଲେ ସେ ନିଖୋଜ, କିନ୍ତୁ ସେ ଥିଲେ ବନ୍ଦୀ
ଏକ ଆଶ୍ଚର୍ଯ୍ୟଜନକ ଘଟଣା, ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛନ୍ତି । ଦୀର୍ଘ ୨୭ ବର୍ଷ ହେବ ସମସ୍ତେ ଜାଣିଛନ୍ତି ମିରେଲା ନାମକର ମହିଳା କେଉଁଆଡେ ଚାଲି ଯାଇଛନ୍ତି । ହେଲେ ପୋଲିସ ସବୁ ସତ ସାମ୍ନାକୁ ଆଣିବା ପରେ ସମସ୍ତଙ୍କର ଆଶ୍ଚର୍ଯ୍ୟର ସୀମା ଟପିଯାଇଛି ।
ଏପରି ଘଟଣା ପୋଲାଣ୍ଡ ସହରରେ ଦେଖିବାକୁ ମିଳିଛି । ମିରେଲା ନାମକ ଜଣେ ମହିଳାଙ୍କୁ ବନ୍ଦୀ ଘରୁ ଉଦ୍ଧାର କରାଯାଇଛି । ମହିଳାଙ୍କୁ ଏବେ ୪୨ ବର୍ଷ, ଯିଏ ୧୫ ବର୍ଷ ବୟସରୁ ନିଜରି ବେଡରୁମରେ ବନ୍ଦୀ ହୋଇ ରହିଥିଲେ । ଆଉ ତାଙ୍କୁ ବନ୍ଦୀ କରିଥିଲେ ତାଙ୍କ ବାପା ମାଆ । ହେଲେ ଯେତେବେଳେ ବି ପଡୋଶୀ ନିଜ ଝିଅ ବିଷୟରେ ପଚାରନ୍ତି, ସେମାନେ କୁହନ୍ତି ମିରେଲା କେଉଁଆଡେ ଚାଲିଯାଇଛି । ୧୯୯୮ରେ ତାଙ୍କୁ ତାଙ୍କ ବାପା ମାଆ ବନ୍ଦୀ କରିଥିଲେ ।
ହେଲେ ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ସେହି ଆପାର୍ଟମେଣ୍ଟରେ କୌଣସି କଳହକୁ ନେଇ ପୋଲିସ ଯେତେବେଳେ ଆପାର୍ଟମେଣ୍ଟରେ ପହଞ୍ଚିଥିଲେ, ସେତେବେଳେ ସେହି ମହିଳାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ପଠାଯାଇଥିଲା ।
ଅଧିକ ପଢନ୍ତୁ : କପିଲ ଶର୍ମାଙ୍କ କାଫେ ଉପରେ ତୃତୀୟ ଥର ଫାୟାରିଂ, ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ବିଶ୍ନୋଇ ଗ୍ୟାଙ୍ଗ
📱 Get Argus News App
✨ଡାକ୍ତରଙ୍କ ମୁତାବକ ମହିଳା ଜଣକଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି । ତାଙ୍କର ଚୁଟି ଏବଂ ଦାନ୍ତ ବେଶି ଗୁରୁତର ଆବସ୍ଥାରେ ରହିଛି ।ସେ ଏବେ ଡାକ୍ତରଖାନାରେ ମୃତ୍ୟୁ ସହ ଲଢେଇ କରୁଛନ୍ତି । ଆଉ କିଛିଦିନ ରହିଥିଲେ ବଞ୍ଚିବା ଅସମ୍ଭବ ହୋଇଥାନ୍ତା ବୋଲି କହିଛନ୍ତି ଡାକ୍ତର।
ମିରେଲା ତାଙ୍କର ସ୍ଵପ୍ନକୁ ଭୁଲି ସାରିଛନ୍ତି । ୧୫ ବର୍ଷ ତଳେ ନିଜ ଜୀବନ ନିଜ କ୍ୟାରିଅରକୁ ନେଇ ସେ ଯେଉଁ ସ୍ଵପ୍ନ ଦେଖୁଥିଲେ, ତାଙ୍କ ବାପାମାଆ ତାଙ୍କ ସେହି ସ୍ଵପ୍ନରେ ଲଗାମ ଲଗେଇ ଦେଇ ତାଙ୍କୁ କୌଠରରେ ବନ୍ଦ କରି ରଖିଥିଲେ । ହେଲେ କାହିଁକି ତାଙ୍କୁ ତାଙ୍କ ବାପା ମାଆ ବନ୍ଦୀ କରି ରଖିଥିଲେ, ତାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି ।
Related Topics
Explore more stories