Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

୩୯ ବର୍ଷରେ ୧୦୦ ପିଲାର ବାପା ପାଭେଲ ଡ୍ୟୁରୋଭ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
୩୯ ବର୍ଷରେ ୧୦୦ ପିଲାର ବାପା ପାଭେଲ ଡ୍ୟୁରୋଭ

Key Points

  • ବୟସ ୩୯, କିନ୍ତୁ ୧୦୦ ପିଲାର ବାପା
  • ଏଲନ ମସ୍କ କଲେ ତାରିଫ
  • ସୋସିଆଲ ମିଡିଆରେ ଚର୍ଚ୍ଚାରେ ପାଭେଲ ଡ୍ୟୁରୋଭ

ଅର୍ଗସ ବ୍ୟୁରୋ : ଆମେ ଦୁଇ ଆମର ଦୁଇ । ପ୍ରତ୍ୟେକ ପରିବାରର ଏପରି ସ୍ଲୋଗାନ ରହିଥାଏ। ଏବଂ ଅନେକ ଲୋକ ଏହି ହିସାବରେ ମଧ୍ୟ ନିଜର ଫ୍ୟାମିଲି ପ୍ଲାନିଙ୍ଗ କରିଥାନ୍ତି । କିନ୍ତୁ ଏପରି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ଏହି ସ୍ଲୋଗାନକୁ ସମ୍ପୁର୍ଣ୍ଣ ବଦଳାଇ ଦେଇଛନ୍ତି । ତାଙ୍କ ହିସାବରେ 'ମୁଁ ଏକ ମୋର ୧୦୦' । ଏପରି ଶୁଣିବା ପରେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସ୍ବଭାବିକ କଥା । କିନ୍ତୁ ଏହି ବ୍ୟକ୍ତିଙ୍କ କଥା ଶୁଣିଲେ ଆପଣ ବି ସମାନ ହିଁ କହିବେ । କାରଣ ଋଷର ଏହି ବ୍ୟକ୍ତି ଜଣକ ୧୦୦ଟି ପିଲାର ବାପା ଅଟନ୍ତି । ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ସେ ବାହା ହୋଇନାହାନ୍ତି ।
ଋଷର ଏହି ୩୯ ବର୍ଷୀୟ ବ୍ୟକ୍ତିଙ୍କ ନାଁ ହେଉଛି ପାଭେଲ ଡ୍ୟୁରୋଭ । ଯିଏ ବର୍ତ୍ତମାନ ସୁଦ୍ଧା ୧୦୦ଟି ପିଲାର ବାପା ହୋଇଛନ୍ତି । ଏହା ସେ ନିଜ ସୋସିଆଲ ମିଡିଆରେ ଶେୟାର କରିବା ପରେ ଚର୍ଚ୍ଚାର ବିଷୟ ପାଲଟିଥିଲେ । ପରେ ସେ ଏହା ପଛର ପ୍ରକୃତ କାରଣ ସମସ୍ତଙ୍କୁ ଶେୟାର କରିଥିଲେ । ପାଭେଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଭିକେର ସଂସ୍ଥାପକ ଏବଂ ଟେଲିଗ୍ରାମର ନିର୍ମାତା ଅଟନ୍ତି । ତାଙ୍କର ସମ୍ପତ୍ତି ଭାରତୀୟ ମୁଦ୍ରାରେ ପ୍ରାୟ ୧ ଲକ୍ଷ ୪୬ ହଜାର ୨୦୦ କୋଟି ଟଙ୍କା । 

ସେ କହିଛନ୍ତି, ତାଙ୍କୁ ଏକା ରହିବା ପସନ୍ଦ । ସେଥିପାଇଁ ସେ ବିବାହ କରି ନାହାନ୍ତି । ଏବଂ ୧୦୦ ପିଲାର ବାପା ହେବାକୁ ନେଇ ସେ କୁହନ୍ତି, ସେ ଜଣେ ବାୟଲୋଜିକାଲ ଫାଦର ଅଟନ୍ତି । ସେ ଜଣେ ସ୍ପର୍ମ ଡୋନର । ଯିଏ ଏପର୍ଯ୍ୟନ୍ତ ୧୨ଟି ଦେଶର ଅନେକ ମାତାପିତାଙ୍କୁ ପିଲା ଜନ୍ମ କରାଇବାରେ ସାହାଯ୍ୟ କରିଛନ୍ତି । ପାଭେଲ କୁହନ୍ତି, ୧୫ ବର୍ଷ ପୂର୍ବେ ଯେତେବେଳେ ତାଙ୍କ ସାଙ୍ଗର କୌଣସି ପିଲାପିଲି ହେଉନଥିଲା, ସେ ସମୟରେ ସେ ତାଙ୍କୁ ସ୍ପର୍ମ ଡୋନେଟ କରିବାକୁ କହିଥିଲେ । ଏବଂ ଏହାପରେ ସେ ତାଙ୍କ ସାଙ୍ଗକୁ ସାହାଯ୍ୟ କରିବା ସହ ଆହୁରି ଅନେକ ଜଣଙ୍କୁ ସାହାଯ୍ୟ କରିଥିଲେ ।

ସୋସିଆଲ ମିଡିଆରେ ଏପରି ଶେୟାର କରିବା ପରେ ଏଲନ ମସ୍କ ମଧ୍ୟ ତାଙ୍କ ପୋଷ୍ଟରେ ତାଙ୍କୁ ପ୍ରଶଂସା କରିବା ସହ ମଙ୍ଗୋଲ ସରଦାର ଚଙ୍ଗେଜ ଖାନଙ୍କ ସହ ତୁଳନା କରିଥିଲେ । ତାଙ୍କର ମଧ୍ୟ ଅନେକ ସେନା ସହ ଅଗଣିତ ସନ୍ତାନ ଥିଲେ । ତେବେ ଏହି ପୋଷ୍ଟରେ ପାଭେଲଙ୍କୁ ଅନେକ ଜଣ ଟ୍ରୋଲ କରୁଥିବା ମଧ୍ୟ ଦେବାକୁ ମିଳିଛଇ । ହେଲେ ପାଭେଲ ଏପରି ସ୍ପର୍ମ ଡୋନେଟ କରି ଖୁବ ଖୁସିଥିବା ବ୍ୟକ୍ତି କରିଛନ୍ତି ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored