Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଯୁଦ୍ଧ ବେଳେ ଚର୍ଚ୍ଚାରେ ପେଣ୍ଟାଗନ ପିଜା ରିପୋର୍ଟ; କ'ଣ ରହିଛି ଏହାର ଇତିହାସ?

International

Pentagon Pizza Report / ଯୁଦ୍ଧ ବେଳେ ଚର୍ଚ୍ଚାରେ ପେଣ୍ଟାଗନ ପିଜା ରିପୋର୍ଟ; କ'ଣ ରହିଛି ଏହାର ଇତିହାସ?

Subhramjit Ray
Browse all articles by Subhramjit Ray
·2 months ago·4 min read
ଯୁଦ୍ଧ ବେଳେ ଚର୍ଚ୍ଚାରେ ପେଣ୍ଟାଗନ ପିଜା ରିପୋର୍ଟ; କ'ଣ ରହିଛି ଏହାର ଇତିହାସ?
Pentagon Pizza Report

Key Points

ମଧ୍ୟ ପ୍ରାଚ୍ୟ ସଂକଟ ବେଳେ ଏବେ ଚର୍ଚ୍ଚାକୁ ଆସିଛି "ପିଜା ରିପୋର୍ଟ"।  ଏହାର ଇତିହାସ ପ୍ରାୟ ୫ ଦଶନ୍ଧିରୁ ଅଧିକ ପୁରୁଣା ବୋଲି କୁହାଯାଏ।  


US Pizza Report Pentagon: ଇରାନ ସହ ଚାଲିଥିବା ଯୁଦ୍ଧ ବେଳେ ଏବେ ଚର୍ଚ୍ଚାକୁ ଆସିଛି "ପିଜା ରିପୋର୍ଟ"। ଯାହା ଆମେରିକା ଦ୍ୱାରା ହେବାକୁ ଯାଉଥିବା ପରବର୍ତ୍ତୀ ସାମ୍ଭାବ୍ୟ ଆକ୍ରମଣ ସମ୍ପର୍କରେ ପୂର୍ବାନୁମାନ କରିଛି। ଆମେରିକା ସେନା ଇରାନର ରଣନୈତିକ ତୈଳ କେନ୍ଦ୍ର ଖାର୍ଗ ଦ୍ୱୀପକୁ କବଜା କରିବା ପାଇଁ ସ୍ଥଳସେନା ପଠାଇବା ଉପରେ ବିଚାର କରୁଛି। ହେଲେ ଏହା ପୂର୍ବରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ସେ ହର୍ମୁଜ୍ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଇରାନ ପାଇଁ ସମୟସୀମା ବୃଦ୍ଧି କରିଥିବାର କହିଥିଲେ। ଇରାନ ଯୁଦ୍ଧବିରତି ସର୍ତ୍ତାବଳୀରେ ରାଜି ହେବା ପାଇଁ ଏକ ସପ୍ତାହ ସମୟ ମାଗିଥିଲା। ହେଲେ ମୁଁ ସେମାନଙ୍କୁ ୧୦ ସପ୍ତାହର ସମୟ ଦେଇଛି ବୋଲି ଗଣମାଧ୍ୟମକୁ କହିଥିଲେ ଆମେରିକା ରାଷ୍ଟ୍ରପତି।

କ'ଣ ସତରେ ଏତେ ଉଦାର ରାଷ୍ଟ୍ରପତି ଟ୍ରମ୍ପ?
ରାଷ୍ଟ୍ରପତି ଟ୍ରମ୍ପ ଦାବି କରିଛନ୍ତି ଯେ ତାଙ୍କର ଏହି ପଦକ୍ଷେପ ଇରାନ ଦ୍ୱାରା ଆଠଟି ଜାହାଜକୁ ହର୍ମୁଜ୍ ପ୍ରଣାଳୀ ଦେଇ ଯିବାକୁ ଅନୁମତି ଦେବା ବଦଳରେ ଥିଲା। ହେଲେ କିଛି ବିଶେଷଜ୍ଞଙ୍କ ମତରେ ତେହେରାନ ନିକଟରେ ହଜାର ହଜାର ଅତିରିକ୍ତ ଆମେରିକୀୟ ସୈନ୍ୟ ମୁତୟନ କରିବା ପାଇଁ ଏହା ଆମେରିକୀୟ ରାଷ୍ଟ୍ରପତିଙ୍କ ଏକ ଚାଲ ହୋଇପାରେ। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟ ଅନୁଯାୟୀ ପେଣ୍ଟାଗନ୍ ଚଳିତ ସପ୍ତାହରେ ମଧ୍ୟପ୍ରାଚ୍ୟରେ ଆମେରିକୀୟ ସୈନ୍ୟଙ୍କ ଏକ ବାଟାଲିଅନ୍ ମୁତୟନ କରିସାରିଛି। ଅନ୍ୟପଟେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଅତିରିକ୍ତ ଦଶ ହଜାର ସ୍ଥଳସେନା ପଠାଇବା ବିଷୟରେ ବିଚାର କରୁଛି।

ଶନିବାର ହେଉଛି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରିୟ ଦିନ। ସେ ବଜାର ବନ୍ଦ ହେବା ପରେ ଇରାନ ଉପରେ ଆକ୍ରମଣ କରିବା ଆରମ୍ଭ କରପାରନ୍ତି। ଏହା ତାଙ୍କୁ ଆମେରିକାର ସ୍ୱାର୍ଥକୁ ସୁରକ୍ଷିତ କରିବା ଏବଂ ଇରାନ ବିରୋଧରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିବାକୁ ଅନୁମତି ଦେଇପାରନ୍ତି। ବିଶେଷଜ୍ଞ ଭବିଷ୍ୟବାଣୀ କରିଛନ୍ତି ଯେ ଆମେରିକା ଶନିବାର (ମାର୍ଚ୍ଚ ୨୮) ସେଠାରେ ସାମରିକ ବାହିନୀ ମୁତୟନ କରିବାର ସମ୍ଭାବନା ଅଧିକ ରହିଛି।

ଇରାନ ଉପରେ କେଉଁଠି ଆକ୍ରମଣ କରିପାରେ ଆମେରିକା?
ଅବସରପ୍ରାପ୍ତ ଆମେରିକୀୟ ସେନା ଲେଫ୍ଟନାଣ୍ଟ କର୍ଣ୍ଣେଲ ଡାନିଏଲ ଡେୱିଙ୍କ କହିବା ଅନୁଯାୟୀ, ସୀମିତ ସଂଖ୍ୟକ ସ୍ଥଳସେନା ମୁତୟନ ହେଉଥିବାରୁ ଆମେରିକା ପାଖରେ ଏବେ ତିନୋଟି ବିକଳ୍ପ ଅଛି। ସିଏନବିସି (CNBC) ସହ ସହିତ କଥାବାର୍ତ୍ତା କରିବା ବେଳେ ସେ କହିଛନ୍ତି ଯେ ପ୍ରଥମ ବିକଳ୍ପ ହେଉଛି କେଶମ୍ ଦ୍ୱୀପକୁ କବଜା କରିବା। ଯାହା ହର୍ମୁଜ୍ ପ୍ରଣାଳୀର ଘୋଡା ନାଲ ଆକାର ସଦୃଶ୍ୟ ମୋଡ଼ରେ ଅବସ୍ଥିତ। କେଶମ୍ ହେଉଛି ପାରସ୍ୟ ଉପସାଗରର ସବୁଠାରୁ ବଡ଼ ଦ୍ୱୀପ। ଯାହା ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀ ନିକଟରେ ଅବସ୍ଥିତ। ଯାହା ବିଶ୍ୱର ଏକ-ପଞ୍ଚମାଂଶ ତୈଳ କାରବାରକୁ ନିୟନ୍ତ୍ରିତ କରିଥାଏ। ଏହି ତୀର ଆକାରର ଦ୍ୱୀପ ଆମେରିକା ପାଇଁ ଏକ ସମ୍ଭାବ୍ୟ ଲକ୍ଷ୍ୟ ହୋଇପାରେ। ବିଭିନ୍ନ ରିପୋର୍ଟ ଅନୁସାରେ ସେଠାକାର ଭୂତଳ ସୁଡ଼ଙ୍ଗରେ ଜାହାଜ ପ୍ରତିରୋଧି କ୍ଷେପଣାସ୍ତ୍ର ସହ ଡ୍ରୋନ୍ ଏବଂ ଆକ୍ରମଣରେ ବ୍ୟବହାର ହେଉଛି ଜାହାଜ ରଖାଯାଉଛି।

କେଶମ୍ ପରେ ଆମେରିକା ସେନା ଇରାନର ୯୦ ପ୍ରତିଶତ ତୈଳ କାରବାରକୁ ନିୟନ୍ତ୍ରଣ କରୁଥିବା ଖାର୍ଗ ଦ୍ୱୀପ ଉପରେ ହମଲା କରିପାରେ। ଏହା ବ୍ୟତୀତ ଇରାନର ପରମାଣୁ କେନ୍ଦ୍ରରେ ରହିଥିବା ୪୦୦ କିଲୋଗ୍ରାମ୍ ୟୁରାନିୟମ ଜବତ କରିବା ଲକ୍ଷ୍ୟରେ ରହିଛି ଆମେରିକା। କାରଣ ଚେତାବନୀ ଦେବା ସତ୍ତ୍ୱେ ଇରାନ ପରମାଣୁ କ୍ଷମତା ସମ୍ପନ୍ନ ହେବା ପାଇଁ ପୁନର୍ବାର ପରମାଣୁ କେନ୍ଦ୍ର ସକ୍ରିୟ କରିଥିବାର ଅଭିଯୋଗ ଆଣିସାରିଛି ଆମେରିକା।

ଅବସରପ୍ରାପ୍ତ ଭାଇସ୍ ଆଡମିରାଲ୍ ତଥା ଆମେରିକା ନୌସେନାର ପଞ୍ଚମ ନୌବହରର ପୂର୍ବତନ କମାଣ୍ଡର କୋୱିନ୍ ଡୋନେଗନ୍ ସିଏନବିସି ସହ କଥାବାର୍ତ୍ତା କରିବା ବେଳେ କହିଛନ୍ତି ଯେ କେଶମ୍ କିମ୍ବା ଖାର୍ଗ ଦ୍ୱୀପକୁ ଅଧିକାର କରିବା ପଛରେ ରହିଛି ଉଦ୍ଦେଶ୍ୟ ହେଉଛି ଇରାନକୁ ଏହି ଦ୍ୱୀପ ଦ୍ୱୟକୁ ବ୍ୟବହାର କରିବାରୁ ରୋକିବା।"

ପିଜ୍ଜା ମିଟର କ'ଣ?
ରାଷ୍ଟ୍ରପତି ଟ୍ରମ୍ପଙ୍କ ପରିବର୍ତ୍ତନ ରଣନୀତି ମଧ୍ୟରେ ଗତ ଗୁରୁବାର ବିଳମ୍ବିତ ରାତିରେ ଆମେରିକୀୟ ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ୍ ନିକଟରେ ହୋଇଥିବା ଏକ ଘଟଣାକ୍ରମ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ପେଣ୍ଟାଗନ୍ ପିଜା ୱାଚ୍, ଏକ ଅନୌପଚାରିକା ୱେବସାଇଟ୍। ହେଲେ ଏହା ସାଧାରଣତଃ ସଠିକ୍ ସୂଚନା ପ୍ରଦାନ କରିଥାଏ। ଯିଏ ସୂଚିତ କରେ ଯେ ଆମେରିକୀୟ ସେନା ଏକ ବଡ଼ ଅପରେସନ୍ ପାଇଁ ପ୍ରସ୍ତୁତ ହେଉଛି।

ପେଣ୍ଟାଗନ୍ ଚାରିପାଖରେ ପିଜା ଡେଲିଭରି ଉପରେ ନଜର ରଖୁଥିବା ୱେବସାଇଟ୍, ଗୁରୁବାର ସନ୍ଧ୍ୟାରେ ଏଠାରେ ଅର୍ଡର ପରିମାଣା ବୃଦ୍ଧି ପାଇଥିବାର ରିପୋର୍ଟ କରିଛି। "ପାପା ଜନ୍ସ ପିଜା (୨.୩ ମାଇଲ) ୨୯୬%, ଡୋମିନୋସ୍ ପିଜା (୧.୪ ମାଇଲ୍) ୨୦୮% ଏବଂ ପିଜାଟୋ ପିଜା (୨.୨ ମାଇଲ୍) ୨୦୦% ବୃଦ୍ଧି ପାଇଛି।



ସୋଭିଏତ ସଂଘ ଅମଳରୁ ଚର୍ଚ୍ଚାରେ ରହିଛି ପେଣ୍ଟାଗନ ପିଜା?
୧୯୭୦ ଦଶକରେ ସୋଭିଏତ୍ ଗୁଇନ୍ଦା ଏଜେଣ୍ଟ ବିଳମ୍ବିତ ରାତିରେ ହେଉଥିବା ଖାଦ୍ୟ ବିତରଣ ଉପରେ ନଜର ରଖିବା ଆରମ୍ଭ କରିଥିଲେ। ଯାହା ସାଧାରଣତଃ ଆମେରିକୀୟ ସୈନ୍ୟବାହିନୀ ଦ୍ୱାରା କାର୍ଯ୍ୟକାରୀ ହେବାକୁ ଯାଉଥିବା ପ୍ରମୁଖ ସାମରିକ ଅଭିଯାନର ସଙ୍କେତ ଦେଉଥିଲା। ହେଲେ ବର୍ତ୍ତମାନର ଏକ ଅସମୟରେ ପିଜ୍ଜେରିଆ ଦ୍ୱାରା ହଠାତ୍ ଅର୍ଡର ବୃଦ୍ଧି ପାଇବା ସମ୍ଭାବ୍ୟ ସାମରିକ ଅଭିଯାନ ପୂର୍ବରୁ ପ୍ରତିରକ୍ଷା ବିଭାଗ ଦ୍ୱାରା ବିଳମ୍ବିତ ରାତିରେ ହୋଇଥିବା ପ୍ରସ୍ତୁତି ସମର୍କିତ ବୈଠକର ଏକ ସଙ୍କେତ ଥିଲା।
ଯଦିଓ ପେଣ୍ଟାଗନ୍ ପିଜା ସୂଚକାଙ୍କ ଏକ ସରକାରୀ ସୂଚକ ନୁହେଁ, ଏହାର ପର୍ଯ୍ୟବେକ୍ଷଣ ଅତୀତରେ ସଠିକ୍ ହୋଇଛି। ଯାହା ଫଳରେ ଆମେରିକୀୟ କିମ୍ବା ଇସ୍ରାଏଲୀ ଅଧିକାରୀ ଫୁଡ୍ ଅର୍ଡର ଦେବା ପ୍ରକ୍ରିୟାରୁ ମିଳୁଥିବା କୌଣସି ସ୍ପଷ୍ଟ ସଙ୍କେତକୁ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଉଥିଲେ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pentagon Pizza Report: Why It Trends During Middle East Crises | Argus News