Videos
|
International

Middle East UFO Sighting / ମଧ୍ୟପ୍ରାଚ୍ୟରେ ନଜର ଆସିଲା ଦ୍ରୁତ ଗତିରେ ଉଡୁ ରହସ୍ୟମୟ ଗୋଲକ; ପେଣ୍ଟାଗନ୍ ପକ୍ଷରୁ ୟୁଏଫଓ ଭିଡି଼ଓ ଜାରି

Subhramjit Ray
Browse all articles by Subhramjit Ray
·1 hour ago·3 min read
ମଧ୍ୟପ୍ରାଚ୍ୟରେ ନଜର ଆସିଲା ଦ୍ରୁତ ଗତିରେ ଉଡୁ ରହସ୍ୟମୟ ଗୋଲକ; ପେଣ୍ଟାଗନ୍ ପକ୍ଷରୁ ୟୁଏଫଓ ଭିଡି଼ଓ ଜାରି
Middle East UFO Sighting

Key Points

ପେଣ୍ଟାଗନ ଗତ ଦେଢ଼ ବର୍ଷ ଧରି ଲୁଚାଇ ରଖାଯାଇଥିବା UFO ଫାଇଲ ପ୍ରକାଶ କରିବା ଆରମ୍ଭ କରିଛି। ସେମାନଙ୍କ ମଧ୍ୟରୁ ମଧ୍ୟପ୍ରାଚ୍ୟ ଉପରେ ଦ୍ରୁତ ଗତିରେ ଉଡ଼ୁଥିବା ଏକ ରହସ୍ୟମୟ ବସ୍ତୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି।
UFO Spotted in Midle East: ନିକଟରେ ଆମେରୀୟ ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ୍ ବିଶ୍ୱ ସାମ୍ନାକୁ କିଛି ଗୁପ୍ତଚର ଫାଇଲ୍ ସାମ୍ନାକୁ ଆଶିଥିଲା। ଯେଉଁଥିରେ ପୂର୍ବରୁ କେବେ ଦେଖାଯାଇନଥିବା ଭିଡ଼ିଓ ଫୁଟେଜ୍ ଏବଂ ଦସ୍ତାବିଜ ଅନ୍ତର୍ଭୂକ୍ତ ରହିଥିଲା। ସବୁଠାରୁ ଚର୍ଚ୍ଚିତ ଭିଡି଼ଓ ହେଉଛି ୧ ମିନିଟ୍ ୩୯ ସେକେଣ୍ଡ ଅବଧି ବିଶିଷ୍ଟ ଏକ ଭିଡି଼ଓ, ଯେଉଁଥିରେ ଏକ ରହସ୍ୟମୟ ଗୋଲକ ମଧ୍ୟପ୍ରାଚ୍ୟର ଏକ ଆବାସିକ ଅଞ୍ଚଳ ଉପରେ ଦ୍ରୁତ ଗତିରେ ଉଡ଼ୁଥିବାର ଦେଖିବାକୁ ମିଳିଥିଲା।

ଦେଢ ବର୍ଷ ପାଇଁ ଲୁଚାଇ ରଖାଯାଇଥିଲା ଏହି ଘଟଣା
ଆମେରିକା ଯୁଦ୍ଧ ବିଭାଗ (U.S. Department of War) ଅନୁଯାୟୀ, ଆମେରିକା ସେନା କେନ୍ଦ୍ରୀୟ କମାଣ୍ଡ (US Central Command) ଗତ ଜୁଲାଇ ରେ ଅଲ୍-ଡୋମେନ୍ ଆନୋମାଲି ରିଜୋଲ୍ୟୁସନ୍ ଅଫିସ୍ (AARO) କୁ ଏହି ଘଟଣାରେ ଏକ ରିପୋର୍ଟ ଦାଖଲ କରିଥିଲା। ଯେଉଁଥିରେ କୁହାଯାଇଛି ଯେ ଭିଡିଓ ୨୦୨୫ ଜାନୁଆରୀ ପହିଲାରେ ଏକ ଆମେରିକୀୟ ସାମରିକ ପ୍ଲାଟଫର୍ମରେ ସ୍ଥାପିତ ସ୍ୱତନ୍ତ୍ର ଇଲେକ୍ଟ୍ରୋ-ଅପ୍ଟିକାଲ୍ ଏବଂ ଇନଫ୍ରାରେଡ୍ ସେନ୍ସର ଦ୍ୱାରା ରେକର୍ଡ କରାଯାଇଥିଲା। ସେନ୍ସର ଏହି ଗୋଲାକାର ବସ୍ତୁକୁ ବାମରୁ ଡାହାଣକୁ ପୃଷ୍ଠଭୂମିରେ ଟ୍ରାକ୍ କରି ଏହାକୁ ଫ୍ରେମ୍ ରେ କେନ୍ଦ୍ରୀତ କରିଥିଲା। ଏହି ସମୟରେ, ସେନ୍ସର ଏହାର ମୋଡ୍ ଏବଂ ଜୁମ୍ ସ୍ତରକୁ ଅନେକ ଥର ଆଡଜଷ୍ଟ କରିଥିଲା।


ଏପର୍ଯ୍ୟନ୍ତ ଅଜଣା ରହିଛି ଏହି ଘଟଣା ପଛର କାରଣ
ଆମେରିକୀୟ ତଦନ୍ତକାରୀ ଏହି ଘଟଣାକୁ "ଅସମାହିତ ରହସ୍ୟ" ଭାବରେ ବର୍ଣ୍ଣନା କରିଛନ୍ତି। ଯାହାର ଅର୍ଥ ହେଉଛି ଯେ ରହସ୍ୟମୟ ବସ୍ତୁ ଡ୍ରୋନ୍, ବେଲୁନ୍, କିମ୍ବା ଏକ ନୂତନ ବିମାନ ଥିଲା କି ନାହିଁ ତାହା ଏପର୍ଯ୍ୟନ୍ତ କେହି ସ୍ପଷ୍ଟ କରିନାହାଁନ୍ତି। ଆମେରିକୀୟ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ ଅସମାହିତ ପ୍ରମାଣର ଅର୍ଥ ଏହା ଏଲିଏନ୍ ସହ ଜଡି଼ତ ନୁହେଁ। ପ୍ରକୃତରେ, ଏହାର ଅର୍ଥ ହେଉଛି ଯେ ଆମ ପାଖରେ କୌଣସି ଠୋସ୍ ନିଷ୍କର୍ଷରେ ପହଞ୍ଚିବା ପାଇଁ ପର୍ଯ୍ୟାପ୍ତ ସୂଚନା ଉପଲବ୍ଧ ନାହିଁ।


ସମ୍ବେଦନଶୀଳ ସୂଚନାକୁ ଅଟକ ରଖାଯାଇଛି
ଏହି ରିପୋର୍ଟ ପ୍ରକାଶ କରି, ଆମେରିକା ସରକାର ଜାତୀୟ ସୁରକ୍ଷା ବଜାୟ ରଖିବା ପାଇଁ ସାକ୍ଷୀଙ୍କ ପରିଚୟ ଏବଂ UAP (Unidentified Anomalous Phenomena) ସହିତ ଜଡିତ ନଥିବା ସରକାରୀ ସାମରିକ ଘାଟିର ଅବସ୍ଥିତି ଭଳି ସମ୍ବେଦନଶୀଳ ତଥ୍ୟକୁ ଲୁଚାଇ ରଖିଛନ୍ତି। ହେଲେ ତଥାପି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ଅନୁଯାୟୀ, UAP ର ବାସ୍ତବତା ସମ୍ବନ୍ଧୀୟ କୌଣସି ଗୁରୁତ୍ୱପୂର୍ଣ୍ଣ ସୂଚନା ଜନସାଧାରଣଙ୍କ ଠାରୁ ଲୁଚାଇ ନ ରଖିବାକୁ ନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ଧ୍ୟାନ ନିଆଯାଇଛି।

ଏହା ସହ ପଢନ୍ତୁ: ଉଡ଼ାଣ ବେଳେ ଅଚାନକ ନଜର ଆସିଲା UFO! ତାଜୁବ ହୋଇଗଲେ ପାଇଲଟ୍

କାହିଁକି ଏବେ ଜାରି ହେଲା ଏହି ଭିଡ଼ିଓ?
UFO (Unidentified Flying Object) ସହ ଜଡ଼ିତ ଘଟଣା ପ୍ରତି ସାଧାରଣ ଲୋକଙ୍କ ଆଗ୍ରହ ବଢ଼ୁଛି। ବିଶ୍ୱବ୍ୟାପୀ ବିଭିନ୍ନ ଦେଶର ସରକାରଙ୍କ ଉପରେ ଏହି ରହସ୍ୟ ଉପରୁ ପର୍ଦ୍ଦା ହଟାଇବା ପାଇଁ ଚାପ ରହିଛି। ଜନସାଧାରଣଙ୍କୁ ସଠିକ୍ ସୂଚନା ପ୍ରଦାନ କରିବା ପାଇଁ ଏହି ପ୍ରୟାସର ଏକ ଅଂଶ ଭାବରେ ଏହି ଭିଡି଼ଓ ଜାରି କରାଯାଇଛି। ଅଧିକାରୀଙ୍କ କହିବା ଅନୁଯାୟୀ, ଆଗାମୀ ମାସରେ ଏପରି ଅଧିକ ଫାଇଲ୍ ସାର୍ବଜନୀନ ହୋଇପାରେ। କାରଣ ସାମରିକ ସେନ୍ସର ପୂର୍ବରୁ ଏପରି ଅନେକ ଗୋଲାକାର ବସ୍ତୁର ଗତିବିଧି ରେକର୍ଡ କରିସାରିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: