Perseid Meteor Shower 2026 / ୧ ଘଣ୍ଟାରେ ଦୃଶ୍ୟମାନ ହେବ ୧୦୦ ଉଲକା; କେବେ ନଜର ଆସିବ ଏହି ଦୃଶ୍ୟ?
·46 mins ago·2 min read

Key Points
ଚଳିତ ବର୍ଷର ସବୁଠାରୁ ଚମତ୍କାର ଉଲକାପାତ ଅଗଷ୍ଟ ୧୨-୧୩ ତାରିଖ ମଧ୍ୟରାତ୍ରୀରେ ଦେଖିବାକୁ ମିଳିବ। ଜ୍ୟୋତିର୍ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି ଯେ ପର୍ସିଡ୍ ଉଲକାପାତ ଚଲିତ ବର୍ଷର ସବୁଠାରୁ ଚମତ୍କାରୀ ଜାଗତିକ ଘଟଣା ହେବ।
Meteor Shower 12-13 August 2026: ଗୋଟିଏ ଘଣ୍ଟାରେ ମହାକାଶରେ ଦୃଶ୍ୟମାନ ହେବାକୁ ଯାଉଛି ଉଲକା। ଚଳିତ ବର୍ଷ ଅଗଷ୍ଟ ୧୨-୧୩ ତାରିଖ ମଧ୍ୟ ରାତ୍ରୀରେ ଦେଖିବାକୁ ମିଳିବ ଏହି ବିରଳ ଜାଗତିକ ଦୃଶ୍ୟ। ରାତିର ଅନ୍ଧାରରେ ହଠାତ୍ ମହାକାଶରେ ଦୃଶ୍ୟମାନ ହେବ ପ୍ରାୟ ୧୦୦ ଉଲକା। ଚଳିତ ବର୍ଷର ପର୍ସିଡ୍ ଉଲକାପାତ (Perseid Meteor Shower 2026) ଜ୍ୟୋତିର୍ବିଜ୍ଞାନ ପ୍ରେମୀଙ୍କ ପାଇଁ ବହୁତ ସ୍ୱତନ୍ତ୍ର।ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା (NASA) ରିପୋର୍ଟ ଅନୁଯାୟୀ, ଏହି ଉଲକପିଣ୍ଡ, "ସ୍ୱିଫ୍ଟ-ଟଟଲ ଧୂମକେତୁର (Swift-Tattle Comet) ଭଗ୍ନାବଶେଷ ଦ୍ୱାରା ଗଠିତ ହୋଇଛି।
ଯାହା ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ମାତ୍ରେ ଜଳି ଉଠିବା ଆରମ୍ଭ କରିବ। ଏହି ଉଲକାପାତ (Meteor Shower) ମହାକାଶରେ ଏକ ଚମତ୍କାର ଆଲୋକର ଧାରା ସୃଷ୍ଟି କରିବ। NASA ରିପୋର୍ଟ ଅନୁଯାୟୀ, ଜ୍ୟୋତିର୍ବିଜ୍ଞାନୀ ଜିଓଭାନି ସିଆପାରେଲି (Astronomer Giovanni Sciaparelli) ୧୮୬୫ ମସିହାରେ ଏହି ଧୂମକେତୁକୁ "ପର୍ସିଡ୍ସ" (Perseid) ର ଉତ୍ସ ଭାବରେ ଚିହ୍ନଟ କରିଥିଲେ। ଯାହା "ପର୍ସିଅସ୍" ତାରକାପୁଞ୍ଜରୁ ବାହାରୁଥିବା ଉଲ୍କା। ୧୮୬୨ ମସିହାରେ "ଲୁଇସ୍ ସ୍ୱିଫ୍ଟ" (Lewis Swift) ଏବଂ "ହୋରେସ୍ ଟଟଲ" (Horace Tuttle) ଏହି ଧୂମକେତୁକୁ ଆବିଷ୍କାର କରିଥିଲେ। ଯିଏ ସୂର୍ଯ୍ୟ ଚାରିପାଖରେ ଗୋଟିଏ ଥର ପରିକ୍ରମା ସମାପ୍ତ କରିବାକୁ ୧୩୩ ବର୍ଷ ସମୟ ନେଇଥାଏ। ଶେଷ ଥର ପାଇଁ ୧୯୯୨ ମସିହାରେ ଏହି ଧୂମକେତୁ ଆଭ୍ୟନ୍ତରୀଣ ସୌରମଣ୍ଡଳରେ ପ୍ରବେଶ କରିଥିଲା।
ଏହାକୁ ଦେଖିବା ପାଇଁ ସର୍ବୋତ୍ତମ ସମୟ ଏବଂ ଅବସ୍ଥା
ଏହି ଉଲଲାବର୍ଷା "ସ୍ୱିଫ୍ଟ-ଟଟଲ୍" ଧୂମକେତୁ ଦ୍ୱାରା ଛାଡିଯାଇଥିବା ଭଗ୍ନାବଶେଷ ଯୋଗୁଁ ହୋଇଥାଏ। ଯାହାର ବ୍ୟାସ ହେଉଛି ୧୬ ମାଇଲ୍ (୨୬ କିଲୋମିଟର) ଏବଂ ଏହାର ଏକ ବଡ଼ କେନ୍ଦ୍ର ଭାଗ ରହିଛି। ୨୦୨୬ ଅଗଷ୍ଟ ୧୨-୧୩ ମଧ୍ୟରାତ୍ରୀରେ ଏହି ଦୃଶ୍ୟ ଦେଖିବା ପାଇଁ ସର୍ବୋତ୍ତମ ସମୟ ଭାବରେ ବିବେଚନା କରାଯାଉଛି। ଏହି ସମୟରେ ଅମବାସ୍ୟା ରହିବ। ଯାହା ଦ୍ୱାରା ଆକାଶ ସମ୍ପୂର୍ଣ୍ଣ ଅନ୍ଧାକାରରେ ଆଚ୍ଛାଦିତ ହୋଇଯିବ। କମ ଉଜ୍ୱଳ ବିଶିଷ୍ଟ ତାରା ମହାକାଶରେ ସହଜରେ ଦୃଶ୍ୟମାନ ହେବ।
ଏହା ସହ ପଢନ୍ତୁ: ମୃତ୍ୟୁ ପରେ ମଧ୍ୟ ଚର୍ଚ୍ଚାରେ ଏହି ତାରା; ବୈଜ୍ଞାନିକ ଖୋଜି ବାହାର କଲେ ସବୁଠାରୁ ବଡ ରହସ୍ୟ
କୁହାଯାଉଛି ଯେ ଏହି ସମୟରେ ଅନେକ ଉଲକା ଦୃଶ୍ୟମାନ ହେବ। ଯଦି ପାଗ ସ୍ପଷ୍ଟ ରହେ ଏବଂ ଆପଣ ଏକ ପ୍ରଦୂଷଣମୁକ୍ତ ଅଞ୍ଚଳରେ ଅଛନ୍ତି, ତାହେଲେ ଆପଣ ଗୋଟିଏ ଘଣ୍ଟାରେ ପାଖାପାଖି ୫୦-୧୦୦ ଉଲକା ମହାକାଶରେ ଦେଖିବାକୁ ପାଇବେ। ଚଳିତ ବର୍ଷ ଏହାକୁ ଦେଖିବା ପାଇଁ ପରିସ୍ଥିତି ବିଶେଷ ଭାବରେ ଭଲ ରହିବ। କାରଣ ଯେତେବେଳେ ଏହା ନଜର ଆସିବ ସେତେବେଳେ ଅମବାସ୍ୟା ହୋଇଥିବ। ସେତେବେଳେ କୌଣସି ଉଜ୍ଜ୍ୱଳ ଚନ୍ଦ୍ରର ଆଲୋକ ନଜର ଆସିବ ନାହିଁ। ମହାକାଶରେ ହେବାକୁ ୟାଉଥିବା ଏହି ଆତସବାଜି ପ୍ରଦର୍ଶନ ଦେଖିବାର ସର୍ବୋତ୍ତମ ସୁଯୋଗ ଆମେରିକାର ଗ୍ରାମୀଣ ଅଞ୍ଚଳ ଏବଂ "ଡାର୍କ ସ୍କାଏ ପାର୍କ" (Dark Sky Parks) ଠାରେ ମିଳିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Perseid meteor shower 2026Perseid meteor shower peak dateShooting star shower 2026How to watch Perseid meteor showerPerseids meteor shower 100 meteors per hourComet Swift-Tuttle meteor showerNight sky celestial events 2026Best time to see shooting starsConstellation Perseus meteor showerStargazing events August 2026Astronomical events India 2026