Pete Hegseth Wife Jennifer Rauchet / ପତ୍ନୀଙ୍କ ପାଇଁ ବିବାଦରେ ଆମେରିକୀୟ ପ୍ରତିରକ୍ଷା ସଚିବ; କ'ଣ ରହିଛି ପୁରା ଘଟଣାକ୍ରମ?
·1 hour ago·3 min read

Key Points
ଆମେରିକୀୟ ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଙ୍କ ପତ୍ନୀ ଜେନିଫର ରାଉଚେଟ୍ ଙ୍କ ପୋଷାକକୁ ନେଇ ସୃଷ୍ଟି ହୋଇଥିବା ବିବାଦ, କେବଳ ପୋଷାକ ପର୍ଯ୍ୟନ୍ତ ସୀମିତ ନାହିଁ। ବରଂ ଏହା ଏବେ ରାଜନୀତି, ଚିନ୍ତାଧାରା ଏବଂ ନୈତିକତାକୁ ନେଇ ପ୍ରଶ୍ନ ଉଠାଇଛି।
Jennifer Rauchet Hegseth: ଯୁଦ୍ଧ ବେଳେ ପତ୍ନୀଙ୍କ ପାଇଁ ବିବାଦୀୟ ହୋଇ ପଡ଼ିଛନ୍ତି ଆମେରିକୀୟ ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍। ନିକଟରେ ଆମେରିକାରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ତାଙ୍କ ପତ୍ନୀ ଜେନିଫର ରାଉଚେଟ୍ ଯେଉଁ ପୋଷାକ ପିନ୍ଧିଥିଲେ ତାହାକୁ ନେଇ ସୃଷ୍ଟି ହୋଇଛି ବିବାଦ। ପୋଷାକ ପାଇଁ ଏପରି ଝଡ଼ ସୃଷ୍ଟି ହୋଇଥିଲା ଯାହାକୁ କେହି କେବେ ଆଶା କରିନଥିଲେ। ଆମେରିକାର ପ୍ରତିରକ୍ଷା ସଚିବଙ୍କ ପତ୍ନୀ ପିନ୍ଧିଥିବା ପୋଷାକ ଏବେ ଦେଶର ରାଜନୀତିରେ ଚର୍ଚ୍ଚାର ବିଷୟ ପଲାଟିଛି। ଏପରିକି ଏହି ପ୍ରସଙ୍ଗ କେବଳ ପୋଷାକ ପର୍ଯ୍ୟନ୍ତ ସୀମିତ ରହିନାହିଁ ବରଂ ଏହା ରାଜନୀତି, ଚିନ୍ତାଧାରା ଏବଂ ନୈତିକତାକୁ ନେଇ ପ୍ରଶ୍ନ ଉଠାଇଛି। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଲୋକେ ଏହାକୁ ପ୍ରଶ୍ନ ଉଠାଇବାରେ ଲାଗିଛନ୍ତି।
ନିକଟରେ ଆମେରିକାର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ହ୍ୱାଇଟ୍ ହାଉସ୍ ପରିସରରେ ଆୟୋଜିତ ହୋଇଥିଲା "କରେସପଣ୍ଡେଣ୍ଟ୍ସ୍ ଡିନର"। ଏହି କାର୍ଯ୍ୟକ୍ରମରେ ଆମେରିକୀୟ ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ତାଙ୍କ ପତ୍ନୀ ଜେନିଫର ରାଉଚେଟ୍ ଙ୍କ ସହ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଗୁଳିକାଣ୍ଡ ହେବା ସହ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ହତ୍ୟା କରିବା ଉଦ୍ୟମ ହୋଇଥିବାର ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ପ୍ରତିରକ୍ଷା ସଚିବଙ୍କ ପତ୍ନୀଙ୍କ ପୋଷାକର ଫଟୋ ମଧ୍ୟ ଖୁବ ଭାଇରାଲ ହୋଇଥିଲା। ଅନେକ ସୋସିଆଲ ମିଡିଆ ୟୁଜର ଦାବି କରିଥିଲେ ଯେ ଜେନିଫର ରାଉଚେଟ୍ ପିନ୍ଧିଥିବା ପୋଷାକ ବହୁତ ଶସ୍ତା ରହିଥିବାର କୁହାଯାଉଥିଲା। ଯାହା "ସିନ୍" ଏବଂ "ଟେମୁ" ଭଳି ଚୀନ୍ ଫାଷ୍ଟ ଫ୍ୟାଶନ୍ ୱେବସାଇଟ୍ ରେ ଉପଲବ୍ଧ ରହିଥିଲା। ବ୍ରିଟିଶ ଗଣମାଧ୍ୟମ "ଦି ଗାର୍ଡିଆନ" ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ସମାନ ଧରଣର ପୋଷାକ ଅନଲାଇନ୍ ରେ ୪୦ ରୁ ୬୦ ଆମେରିକୀୟ ଡଲାର ମଧ୍ୟରେ ବିକ୍ରି ହେଉଥିଲା।
"ଆମେରିକା ଫାଷ୍ଟ" ସ୍ଲୋଗାନ ଦେଇଥିବା ବ୍ୟକ୍ତିଙ୍କ ପତ୍ନୀ କ'ଣ ପିନ୍ଧୁଛନ୍ତି "ମେଡ୍ ଇନ୍ ଚାଇନା" ପୋଷାକ?
ଏହି ବିବାଦ ପଛରେ ରହିଥିବା ମୁଖ୍ୟ କାରଣ ହେଉଛି ରାଜନୀତି। ଏନେଇ ସମାଲୋଚକଙ୍କ କହିବା କଥା ଯେ ଶସ୍ତା ଆମଦାନୀ ହୋଇଥିବା ପୋଷାକ ପିନ୍ଧିବା "ଆମେରିକା ଫାଷ୍ଟ" ନୀତିର ବିରୁଦ୍ଧାଚରଣ କରୁଛି। ଟ୍ରମ୍ପ ପ୍ରଶାସନରେ ଯେଉଠି ପିଟ୍ ହେଗସେଥ୍ ପ୍ରତିରକ୍ଷା ସଚିବ ଭାବେ କାର୍ଯ୍ୟରତ ଅଛନ୍ତି, ଯିଏ "ଆମେରିକା ଫାଷ୍ଟ" ସ୍ଲୋଗାନ ବ୍ୟବହାର କରି ଶୁଳ୍କ ଲାଗୁ କରିଛନ୍ତି। ଅନ୍ୟପକ୍ଷରେ ରାଷ୍ଟ୍ରପତି ଟ୍ରମ୍ପ ଙ୍କ ଦ୍ୱିତୀୟ ପାଳି କାର୍ଯ୍ୟକାଳରେ ଆମେରିକା-ଚୀନ୍ ମଧ୍ୟରେ ବାଣିଜ୍ୟ କାରବାରକୁ ନେଇ ଛାୟାଯୁଦ୍ଧ ଜାରି ରହିଛି।
ଏହି ପ୍ରସଙ୍ଗ ପାଇଁ "ଫାଷ୍ଟ ଫ୍ୟାଶନ୍" ଏବେ ଚର୍ଚ୍ଚାରେ ରହିଛି। ବିଶେଷଜ୍ଞ କହିଛନ୍ତି ଯେ "ସିନ୍" ଏବଂ "ଟେମୁ" ଭଳି କମ୍ପାନୀ ପୂର୍ବରୁ ଖରାପ ଶ୍ରମ ପରିସ୍ଥିତି ଏବଂ ପରିବେଶଗତ ପ୍ରଭାବ ବିଷୟରେ ପ୍ରଶ୍ନଘେରରେ ରହିଛନ୍ତି। ଏପରି ଶସ୍ତା ସାମଗ୍ରୀ କିଣିବା ଠିକ୍ ନାଁ ନିଜର ଦାୟିତ୍ୱ ନିର୍ବାହ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ ତାହାକୁ ନେଇ ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି। ଏହି ଘଟଣା ଦର୍ଶାଉଛି ଯେ ଏକ ସାଧାରଣ ଫ୍ୟାଶନ୍ ନିଷ୍ପତ୍ତି ମଧ୍ୟ ଏକ ରାଜନୈତିକ ବିବାଦର କାରଣ ହୋଇପାରେ। ଯାହା ଲୋକଙ୍କ ସପିଂ ଅଭ୍ୟାସ ଏବଂ ବିଶ୍ୱ ବାଣିଜ୍ୟରେ ଗଭୀର ପାର୍ଥକ୍ୟକୁ ସାମ୍ନାକୁ ଆଣିଥାଏ।

So folks are melting down over Pete Hegseth’s wife’s dress she wore to the WHCD event.
— Jay Bee (@TheRealJBx) April 27, 202
Apparently it’s from Temu. If it were expensive, you’d call her privileged or something. But because it’s supposedly from Temu you call her poor and cheap.
Never happy.
Who cares. She… pic.twitter.com/XqkjsWJ97u
"ଆମେରିକା ଫାଷ୍ଟ" ସ୍ଲୋଗାନ ଦେଇଥିବା ବ୍ୟକ୍ତିଙ୍କ ପତ୍ନୀ କ'ଣ ପିନ୍ଧୁଛନ୍ତି "ମେଡ୍ ଇନ୍ ଚାଇନା" ପୋଷାକ?
ଏହି ବିବାଦ ପଛରେ ରହିଥିବା ମୁଖ୍ୟ କାରଣ ହେଉଛି ରାଜନୀତି। ଏନେଇ ସମାଲୋଚକଙ୍କ କହିବା କଥା ଯେ ଶସ୍ତା ଆମଦାନୀ ହୋଇଥିବା ପୋଷାକ ପିନ୍ଧିବା "ଆମେରିକା ଫାଷ୍ଟ" ନୀତିର ବିରୁଦ୍ଧାଚରଣ କରୁଛି। ଟ୍ରମ୍ପ ପ୍ରଶାସନରେ ଯେଉଠି ପିଟ୍ ହେଗସେଥ୍ ପ୍ରତିରକ୍ଷା ସଚିବ ଭାବେ କାର୍ଯ୍ୟରତ ଅଛନ୍ତି, ଯିଏ "ଆମେରିକା ଫାଷ୍ଟ" ସ୍ଲୋଗାନ ବ୍ୟବହାର କରି ଶୁଳ୍କ ଲାଗୁ କରିଛନ୍ତି। ଅନ୍ୟପକ୍ଷରେ ରାଷ୍ଟ୍ରପତି ଟ୍ରମ୍ପ ଙ୍କ ଦ୍ୱିତୀୟ ପାଳି କାର୍ଯ୍ୟକାଳରେ ଆମେରିକା-ଚୀନ୍ ମଧ୍ୟରେ ବାଣିଜ୍ୟ କାରବାରକୁ ନେଇ ଛାୟାଯୁଦ୍ଧ ଜାରି ରହିଛି।
ଏହି ପ୍ରସଙ୍ଗ ପାଇଁ "ଫାଷ୍ଟ ଫ୍ୟାଶନ୍" ଏବେ ଚର୍ଚ୍ଚାରେ ରହିଛି। ବିଶେଷଜ୍ଞ କହିଛନ୍ତି ଯେ "ସିନ୍" ଏବଂ "ଟେମୁ" ଭଳି କମ୍ପାନୀ ପୂର୍ବରୁ ଖରାପ ଶ୍ରମ ପରିସ୍ଥିତି ଏବଂ ପରିବେଶଗତ ପ୍ରଭାବ ବିଷୟରେ ପ୍ରଶ୍ନଘେରରେ ରହିଛନ୍ତି। ଏପରି ଶସ୍ତା ସାମଗ୍ରୀ କିଣିବା ଠିକ୍ ନାଁ ନିଜର ଦାୟିତ୍ୱ ନିର୍ବାହ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ ତାହାକୁ ନେଇ ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି। ଏହି ଘଟଣା ଦର୍ଶାଉଛି ଯେ ଏକ ସାଧାରଣ ଫ୍ୟାଶନ୍ ନିଷ୍ପତ୍ତି ମଧ୍ୟ ଏକ ରାଜନୈତିକ ବିବାଦର କାରଣ ହୋଇପାରେ। ଯାହା ଲୋକଙ୍କ ସପିଂ ଅଭ୍ୟାସ ଏବଂ ବିଶ୍ୱ ବାଣିଜ୍ୟରେ ଗଭୀର ପାର୍ଥକ୍ୟକୁ ସାମ୍ନାକୁ ଆଣିଥାଏ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Pete Hegseth Wife Jennifer RauchetJennifer Rauchet HegsethJennifer Rauchet Shein dress controversyPete Hegseth wife WHCD dress$42 Shein dress White House Correspondents DinnerJennifer Rauchet Temu dress backlashAmerica First vs Chinese fast fashionPete Hegseth China stance hypocrisyJennifer Rauchet fashion shamingWhite House Correspondents Dinner 2026 fashion