Pink Moon Sighting / ଆଜି ଦୃଶ୍ୟମାନ ହେବ ପିଙ୍କ ମୁନ୍; ବ୍ଲଡ୍ ମୁନ୍ ଠାରୁ କେତେ ଅଲଗା?
·5 months ago·2 min read

Key Points
ଆଜି ଦୃଶ୍ୟମାନ ହେଉଛି ପିଙ୍କ ମୁନ୍। ଯାହା ସମ୍ପୂର୍ଣ୍ଣ ଭାବରେ ଋତୁ ପରିବର୍ତ୍ତନ ସହିତ ଜଡିତ ସାଂସ୍କୃତିକ ନାମକରଣ ପ୍ରଥା ଉପରେ ଆଧାରିତ।
Pink Moon Sighting on 1 April 2026: ଆପଣ ଆକାଶରେ ବ୍ଲଡ୍ ମୁନ୍ ଦୃଶ୍ୟମାନ ହେବା ଘଟଣା ସମ୍ପର୍କରେ ଜାଣିଥିବେ। ହେଲେ ଆଜି (୧ ଅପ୍ରେଲ ୨୦୨୬) ଆକାଶରେ ଦୃଶ୍ୟମାନ ହେଉଛି 'ପିଙ୍କ ମୁନ୍' ଅର୍ଥାତ ଗୋଲାପୀ ଚନ୍ଦ୍ର। ଏପରି କୌତୂହଳ ପୂର୍ଣ୍ଣ ନାମ ସତ୍ତ୍ୱେ ଏହି ଘଟଣା ପ୍ରାୟତଃ ଲୋକଙ୍କ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି।କାରଣ ଲୋକେ ଏହାକୁ ବ୍ଲଡ୍ ମୁନ୍ ବୋଲି ଭାବୁଛନ୍ତି। ହେଲେ ତଥାପି ଆକାଶରେ ପିଙ୍କ ମୁନ୍ ଏବଂ ବ୍ଲଡ୍ ମୁନ୍ ଦେଖାଯିବା ଦୁଇଟି ଭିନ୍ନ ଭିନ୍ନ ଘଟଣା। ପିଙ୍କ ମୁନ୍, ବ୍ଲଡ୍ ମୁନ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ।
ଆଜି ଆକାଶରେ ଯେଉଁ ପିଙ୍କ ମୁନ୍ ଦୃଶ୍ୟମାନ ହେବା କଥା କୁହାଯାଉଛି ତାହାର ବାସ୍ତବତା ହେଉଛି ସମ୍ପୂର୍ଣ୍ଣ ଭିନ୍ନ। କାରଣ ଚନ୍ଦ୍ରର ପ୍ରକୃତ ରଙ୍ଗ ଗୋଲାପୀ ନୁହେଁ। ଏହା କେବଳ ଅପ୍ରେଲ ମାସରେ ପଡୁଥିବା ପୂର୍ଣ୍ଣିମାର ରଖାଯାଇଥିବା ଏକ ପାରମ୍ପରିକ ନାମ। ଏହି ନାମ ଉତ୍ତର ଆମେରିକାରେ ଫୁଟୁଥିବା ଏକ ଋତୁକାଳୀନ ବନ୍ୟଫୁଲର ନାମ "ଗ୍ରାଉଣ୍ଡ ଫ୍ଲୋକ୍ସ" (Ground Flax) ରୁ ଆସିଛି।
ପିଙ୍କ ମୁନ୍ (Pink Moon) ଠାରୁ ଭିନ୍ନ ବ୍ଲଡ ମୁନ୍ (Pink Moon) ଆକାଶରେ ହେଉଥିବା ଏକ ଖଗୋଳୀୟ ଘଟଣା। ଯାହାକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ଦୃଶ୍ୟମାନ ହୋଇଥାଏ। ଏହି ଖଗୋଳୀୟ ଘଟଣା ପୂର୍ଣ୍ଣମାରେ ହେଉଥିବା ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ସମୟରେ ହୋଇଥାଏ। ଏହା ସେତେବେଳେ ହୋଇଥାଏ ଯେତେବେଳେ ପୃଥିବୀ ସିଧାସଳଖ ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ ଆସିଯାଏ। ଏହା ଦ୍ୱାରା ଚନ୍ଦ୍ର ଉପରେ ପଡୁଥିବା ସୂର୍ଯ୍ୟକିରଣ ଅବରୋଧିତ ହୋଇଥାଏ। ଯାହା ଫଳରେ ଚନ୍ଦ୍ର ତମ୍ବା ଅଥବା ଲାଲ ରଙ୍ଗ ଦେଖାଯାଏ।
ପୂର୍ଣ୍ଣିମାରେ ହେଉଥିବା ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ସମୟରେ ବ୍ଲଡ ମୁନ୍ ଦୃଶ୍ୟମାନ ହେବା ଘଟଣା "Rayleigh Scattering" ନାମକ ଏକ ପ୍ରକ୍ରିୟା ଯୋଗୁଁ ହୋଇଥାଏ। ଯେତେବେଳେ ସୂର୍ଯ୍ୟକିରଣ ପୃଥିବୀର ବାୟୁମଣ୍ଡଳ ଦେଇ ଗତି କରେ, ସେତେବେଳେ ଏହା କ୍ଷୁଦ୍ର ତରଙ୍ଗରେ (Wavelength) ବିଚ୍ଛିନ୍ନ ହୋଇଥାଏ। ଏହି ସମୟରେ, ଲମ୍ବା ଲାଲ ତରଙ୍ଗ ବଙ୍କା ହୋଇ ଚନ୍ଦ୍ରକୁ ଆଲୋକିତ କରିଥାଏ। ଏହି କାରଣରୁ ଆକାଶରେ ବ୍ଲଡ ମୁନ୍ ଦୃଶ୍ୟମାନ ହୋଇଥାଏ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପିଙ୍କ ମୁନ୍ ଭଳି ଖଗୋଳୀୟ ଘଟଣାର ପୂର୍ବାନୁମାନ କରାଯାଇ ପାରିବ। ଯାହା ପ୍ରତିବର୍ଷ ଅପ୍ରେଲ ମାସରେ ହୋଇଥାଏ। ମାତ୍ର ବ୍ଲଡ ମୁନ୍ ଦୃଶ୍ୟମାନ ହେବା ଘଟଣା ସାଧାରଣତଃ ପ୍ରତି ଦେଢ ବର୍ଷରୁ ୩ ବର୍ଷରେ ହୋଇଥାଏ। ହେଲେ ଏହି ସମୟ ଅବଧି ମଧ୍ୟରେ ବ୍ଲଡ ମୁନ୍ ଦୃଶ୍ୟମାନ ଘଟଣାର କୌଣସି ନିଶ୍ଚିତତା ନାହିଁ। କାରଣ ଏପରି ଘଟଣା କିଛି ବର୍ଷ ମଧ୍ୟରେ ଅନେକ ଥର ଘଟିପାରେ। ଆଉ କେତେବେଳେ ଏପରି ଘଟଣା ବର୍ଷ ବର୍ଷ ଧରି ହୋଇନପାରେ।
ପିଙ୍କ ମୁନ୍ ଏକ ସାଧାରଣ ପୂର୍ଣ୍ଣିମା ଭଳି ହୋଇଥାଏ। ହେଲେ ବ୍ଲଡ୍ ମୁନ୍ ଏହାର ପ୍ରଖର ଲାଲ ଆଲୋକରେ ରାତିର ଆକାଶକୁ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ କରିଦିଏ। ଏହି ଘଟଣା ଖଗୋଳବିଦ୍, ମହାକାଶ ବିଜ୍ଞାନୀ ଏବଂ ଫଟୋଗ୍ରାଫି କରୁଥିବା ଲୋକଙ୍କ ପାଇଁ ଏକ ଐତିହାସିକ କ୍ଷଣ ପାଲଟିଯାଏ।
ପିଙ୍କ ମୁନ୍ ସମ୍ପୂର୍ଣ୍ଣ ଭାବରେ ଋତୁ ପରିବର୍ତ୍ତନ ସହିତ ଜଡିତ ସାଂସ୍କୃତିକ ନାମକରଣ ପ୍ରଥା ଉପରେ ଆଧାରିତ। ଅନ୍ୟପକ୍ଷରେ ବ୍ଲଡ୍ ମୁନ୍, ସୂର୍ଯ୍ୟ, ପୃଥିବୀ ଏବଂ ଚନ୍ଦ୍ରର ସଠିକ ସଂରଚନା ଉପରେ ନିର୍ଭରଶୀଳ।

Related Topics
Explore more stories