Videos
|
International

Jet Missing / ୨ ମିନିଟ୍‌ରେ ୧୩ ହଜାର ଫୁଟ୍ ତଳକୁ ଖସିଲା ବିମାନ! ତା’ପରେ ହଠାତ୍ ଯୋଗାଯୋଗ ବିଚ୍ଛିନ୍ନ

Bikash Mohanty
Browse all articles by Bikash Mohanty
·1 hour ago·2 min read
୨ ମିନିଟ୍‌ରେ ୧୩ ହଜାର ଫୁଟ୍ ତଳକୁ ଖସିଲା ବିମାନ! ତା’ପରେ ହଠାତ୍ ଯୋଗାଯୋଗ ବିଚ୍ଛିନ୍ନ
JET

Key Points

୨ ମିନିଟ୍‌ରେ ୧୩ ହଜାର ଫୁଟ୍ ତଳକୁ ଖସିଲା ବିମାନ!
ତା’ପରେ ହଠାତ୍ ଯୋଗାଯୋଗ ବିଚ୍ଛିନ୍ନ
ସମୁଦ୍ରରେ ଚାଲିଛି ଖୋଜାଖୋଜି
ବରମୁଡାରୁ ବୋଷ୍ଟନ ଯାଉଥିଲା ଏୟାର ଆମ୍ବୁଲାନ୍ସ
ବରମୁଡା,୦୪/୧୦: ବରମୁଡାରୁ ବୋଷ୍ଟନ ଅଭିମୁଖେ ଉଡ଼ାଣ ଭରିଥିଲା ଏକ ଏୟାର ଆମ୍ବୁଲାନ୍ସ। ବିମାନରେ ଥିଲେ ୬ ଜଣ। ହେଲେ ଉଡ଼ାଣର କିଛି ସମୟ ପରେ ଯାହା ଘଟିଲା, ତାହା ଏବେ ଚିନ୍ତା ବଢ଼ାଇଦେଇଛି। ହଠାତ୍ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା। ଏହାପରେ ମାସାଚୁସେଟ୍ସର ନାନଟକେଟ୍ ଦ୍ୱୀପ ନିକଟ ସମୁଦ୍ରରେ ନିଖୋଜ ବିମାନର ସନ୍ଧାନ ଆରମ୍ଭ ହୋଇଛି। ଫ୍ଲାଇଟ୍ ଟ୍ରାକିଂ ତଥ୍ୟ ଅନୁଯାୟୀ, ଓଣ୍ଟାରିଓର ଲାଟିଚ୍ୟୁଡ୍ ଏୟାର ଆମ୍ବୁଲାନ୍ସର ଗଲ୍ଫଷ୍ଟ୍ରିମ୍ G100 ଜେଟ୍ ଶନିବାର ସ୍ଥାନୀୟ ସମୟ ପ୍ରାୟ ରାତି ୧୨ଟା ୪୧ରେ ବରମୁଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା।

ହଠାତ୍ ଏମିତି କ’ଣ ହେଲା?

ସବୁକିଛି ସ୍ୱାଭାବିକ ଥିବା ବେଳେ ହଠାତ୍ ବିମାନର ଉଡ଼ାଣରେ ବଡ଼ ପରିବର୍ତ୍ତନ ଦେଖାଗଲା। ପ୍ରାୟ ୨୪ ହଜାର ଫୁଟ୍ ଉଚ୍ଚତାରେ ଉଡ଼ୁଥିବା ବିମାନଟି ହଠାତ୍ ଦ୍ରୁତ ଗତିରେ ତଳକୁ ଖସିବା ଆରମ୍ଭ କରିଥିଲା। ଫ୍ଲାଇଟ୍ ଟ୍ରାକିଂ ସାଇଟ୍‌ର ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ, ବିମାନଟି ପ୍ରାୟ ୨ ମିନିଟ୍ ମଧ୍ୟରେ ପ୍ରାୟ ୧୩ ହଜାର ଫୁଟ୍ ତଳକୁ ଖସି ଆସିଥିଲା। ଏହାପରେ ବିମାନ ସହ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ହରାଇ ଯାଇଥିଲା।

ସାମ୍ନାକୁ ଆସିଲା ଶେଷ ରେଡିଓ ବାର୍ତ୍ତା

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିମାନ ନିଖୋଜ ହେବା ପୂର୍ବରୁ କକପିଟ୍‌ରୁ ଆସିଥିବା ଶେଷ ରେଡିଓ ଯୋଗାଯୋଗ ଏବେ ଘଟଣାକୁ ଆହୁରି ଗମ୍ଭୀର କରିଛି। LiveATC.netରେ ପ୍ରକାଶିତ ଅଡିଓରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ଓ ପାଇଲଟଙ୍କ ମଧ୍ୟରେ କଥାବାର୍ତ୍ତା ଶୁଣିବାକୁ ମିଳୁଛି। କଣ୍ଟ୍ରୋଲର ପାଇଲଟଙ୍କୁ ପଚାରୁଛନ୍ତି ବିମାନରେ କୌଣସି ଜରୁରୀକାଳୀନ ପରିସ୍ଥିତି ରହିଛି କି? ପାଇଲଟ୍ କିଛି ଦେଖିପାରୁନଥିବା ସମ୍ପର୍କରେ ମଧ୍ୟ କଥାବାର୍ତ୍ତା ହୋଇଥିବା ଅଡିଓରୁ ଜଣାପଡ଼ୁଛି। ଏହାପରେ ଯୋଗାଯୋଗ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା।

ପଢନ୍ତୁ ଏହି ଖବର: ସୋସିଆଲ ମିଡିଆରେ ଛାଇଗଲା ବଲିଉଡ ସୁପରଷ୍ଟାରଙ୍କ ଅଭିନେତ୍ରୀ ବୋହୁର ଫଟୋ, ଜାଣନ୍ତୁ କିଏ ଏହି ଅଭିନେତ୍ରୀ

ବିମାନରେ ଥିଲେ ୬ ଜଣ

ନିଖୋଜ ଏୟାର ଆମ୍ବୁଲାନ୍ସରେ ମୋଟ ୬ ଜଣ ଥିଲେ। ସେମାନଙ୍କ ମଧ୍ୟରେ ୨ ଜଣ ପାଇଲଟ୍ ଓ ୨ ଜଣ ମେଡିକାଲ୍ ଷ୍ଟାଫ୍‌ଙ୍କ ସମେତ ୪ ଜଣ କାନାଡାର ନାଗରିକ ଥିବା ଜଣାପଡ଼ିଛି। ଅନ୍ୟ ଦୁଇଜଣଙ୍କ ମଧ୍ୟରୁ ଜଣେ ରୋଗୀ ଏବଂ ଅନ୍ୟ ଜଣେ ତାଙ୍କ ସମ୍ପର୍କୀୟ ଥିଲେ।

ସମୁଦ୍ରରେ ଜୋରଦାର ସର୍ଚ୍ଚ ଅପରେସନ୍

ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଆମେରିକୀୟ ତଟରକ୍ଷୀ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି। ନାନଟକେଟ୍ ଦ୍ୱୀପ ନିକଟ ସମୁଦ୍ରରେ ପ୍ରାୟ ୫ଟି ଟିମ୍ ବିମାନର ସନ୍ଧାନ କରୁଛି। ତେବେ ବିମାନଟି କାହିଁକି ଏତେ ଦ୍ରୁତ ଗତିରେ ତଳକୁ ଖସିଲା? ପାଇଲଟ୍ କାହିଁକି ଠିକ୍ ଭାବେ ଯୋଗାଯୋଗ କରିପାରିଲେ ନାହିଁ? ଏବଂ ଏହାପରେ ବିମାନଟି କେଉଁଠାକୁ ଗଲା?

ବିମାନ ଚଳାଚଳ ବିଶେଷଜ୍ଞଙ୍କ ପ୍ରାରମ୍ଭିକ ମତ ଅନୁଯାୟୀ, ଖରାପ ପାଗ କିମ୍ବା ନାଭିଗେସନ୍ ସିଷ୍ଟମ୍‌ରେ ସମସ୍ୟା ଭଳି କୌଣସି କାରଣ ଏହା ପଛରେ ଥାଇପାରେ। ତେବେ ବିମାନ ନିଖୋଜ ହେବାର ପ୍ରକୃତ କାରଣ ଏବେ ସ୍ପଷ୍ଟ ହୋଇନାହିଁ। ସମୁଦ୍ରରେ ତଟରକ୍ଷୀ ବାହିନୀର ସନ୍ଧାନ ଜାରି ରହିଥିବା ବେଳେ, ବିମାନରେ ଥିବା ୬ ଜଣଙ୍କ ସମ୍ପର୍କରେ ମିଳୁଥିବା ପରବର୍ତ୍ତୀ ସୂଚନା ଉପରେ ସମସ୍ତଙ୍କ ନଜର ରହିଛି।