Videos
|
National

Madalsa Photo Viral / ସୋସିଆଲ ମିଡିଆରେ ଛାଇଗଲା ବଲିଉଡ ସୁପରଷ୍ଟାରଙ୍କ ଅଭିନେତ୍ରୀ ବୋହୁର ଫଟୋ, ଜାଣନ୍ତୁ କିଏ ଏହି ଅଭିନେତ୍ରୀ

Bikash Mohanty
Browse all articles by Bikash Mohanty
·3 hours ago·2 min read
ସୋସିଆଲ ମିଡିଆରେ ଛାଇଗଲା ବଲିଉଡ ସୁପରଷ୍ଟାରଙ୍କ ଅଭିନେତ୍ରୀ ବୋହୁର ଫଟୋ, ଜାଣନ୍ତୁ କିଏ ଏହି  ଅଭିନେତ୍ରୀ
Madalasa

Key Points

ସୋସିଆଲ ମିଡିଆରେ ଛାଇଗଲା ମଦାଲସାଙ୍କ ବୋଲ୍ଡ ଫୋଟୋ
ବଲିଉଡ ସୁପରଷ୍ଟାର ମିଥୁନଙ୍କ ବୋହୁ ମଦାଲସା
ନିଜ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କଲେ ମଦାଲସା 
ବଲିଉଡ୍ ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ବୋହୁ ମଦାଲସା ଶର୍ମା ଏବେ ନିଜ ଗ୍ଲାମରସ୍ ଅନ୍ଦାଜକୁ ନେଇ ଚର୍ଚ୍ଚାରେ। ଅଭିନେତ୍ରୀଙ୍କ ଛୁଟି କାଟିବା ସମୟର କିଛି ଷ୍ଟାଇଲିଶ୍ ଫଟୋ ସୋସିଆଲ ମିଡିଆରେ ଆସିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି।

ମଦାଲସା ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଛୁଟି ସମୟର କିଛି ଫଟୋ ସେୟାର କରିଛନ୍ତି। ଫଟୋଗୁଡ଼ିକରେ ତାଙ୍କର ଷ୍ଟାଇଲିଶ୍ ଏବଂ ବୋଲ୍ଡ ଲୁକ୍ ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରିଛି। ସୁନ୍ଦର ପ୍ରାକୃତିକ ପରିବେଶ ମଧ୍ୟରେ ମଦାଲସା ଛୁଟିର ମଜା ନେଉଥିବାର ନଜର ଆସିଛନ୍ତି।

ଏହି ଫଟୋଶୁଟ୍‌ରେ ମଦାଲସା ଗୋଲାପୀ ରଙ୍ଗର ବିକିନି ସହ ଧଳା ରଙ୍ଗର ନେଟ୍ ଶ୍ରଗ୍ ପିନ୍ଧିଥିବା ଦେଖାଯାଇଛି। ଏହା ସହିତ ତାଙ୍କ ଲୁକ୍‌କୁ ମ୍ୟାଚିଂ ହେୟାରବ୍ୟାଣ୍ଡ ଦ୍ୱାରା ଆହୁରି ଷ୍ଟାଇଲିଶ୍ କରିଛନ୍ତି। ତାଙ୍କ ଫ୍ୟାଶନ୍ ସେନ୍ସ ଏବଂ ଆତ୍ମବିଶ୍ୱାସୀ ଅନ୍ଦାଜ ଫଟୋଗୁଡ଼ିକରେ ବେଶ୍ ନଜର ଆସୁଛି। ଫଟୋଗୁଡ଼ିକ ସାମ୍ନାକୁ ଆସିବା ପରେ ମଦାଲସାଙ୍କ ଫ୍ୟାନ୍ସ ତାଙ୍କ ଲୁକ୍‌ର ଖୁବ୍ ପ୍ରଶଂସା କରୁଛନ୍ତି। ଇନଷ୍ଟାଗ୍ରାମରେ ଫଟୋଗୁଡ଼ିକୁ ନେଇ ଲାଇକ୍ ଓ କମେଣ୍ଟର ବର୍ଷା ହେଉଥିବା ବେଳେ ତାଙ୍କ ଗ୍ଲାମରସ୍ ଅନ୍ଦାଜକୁ ନେଇ ମଧ୍ୟ ବିଭିନ୍ନ ପ୍ରତିକ୍ରିୟା ଆସୁଛି।

ଛୁଟିର ମୁହୂର୍ତ୍ତକୁ ଷ୍ଟାଇଲିଶ୍ ଭାବେ କ୍ୟାମେରାରେ କଏଦ କରିବାରେ ମଦାଲସା ସଫଳ ହୋଇଥିବା ଫ୍ୟାନ୍ସ କହୁଛନ୍ତି। ମଦାଲସା ଶର୍ମା କେବଳ ଗ୍ଲାମରସ୍ ଲୁକ୍ ପାଇଁ ନୁହେଁ, ନିଜ ଅଭିନୟ ପାଇଁ ମଧ୍ୟ ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟ। ଦକ୍ଷିଣ ଭାରତୀୟ ଫିଲ୍ମରୁ ଅଭିନୟ ଯାତ୍ରା ଆରମ୍ଭ କରିଥିବା ମଦାଲସା ବିଭିନ୍ନ ଭାଷାର ଫିଲ୍ମରେ କାମ କରିଛନ୍ତି। ସେ ‘ରାମ-ଲୀଲା’, ‘ଡୋଭ୍’, ‘ସୁପର ୨’ ଏବଂ ‘ଦ ବେଙ୍ଗଲ ଫାଇଲ୍ସ’ ଭଳି ପ୍ରୋଜେକ୍ଟରେ ନଜର ଆସିଛନ୍ତି। ଟେଲିଭିଜନ୍ ଦୁନିଆରେ ମଧ୍ୟ ମଦାଲସା ନିଜର ଅଲଗା ପରିଚୟ ସୃଷ୍ଟି କରିଛନ୍ତି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ହ୍ରିତିକ୍‌–ସବାଙ୍କ ରୋମାଣ୍ଟିକ୍ ଫଟୋରେ ଛାଇଲା ଗ୍ଲାମର୍‌ର ଜଲୱା, ପୂର୍ବତନ ପତ୍ନୀ ସୁଜୈନ ଦେଲେ ପ୍ରତିକ୍ରିୟା

ଲୋକପ୍ରିୟ ଟିଭି ଶୋ’ ‘ଅନୁପମା’ରେ କାବ୍ୟାଙ୍କ ଭୂମିକାରେ ତାଙ୍କ ଅଭିନୟ ଦର୍ଶକଙ୍କ ନଜରକୁ ଆସିଥିଲା। ଏହି ଶୋ’ ତାଙ୍କୁ ଘରେ ଘରେ ପରିଚିତ କରିଥିଲା। ଅଭିନୟ ସହ ଫ୍ୟାଶନ୍ ଏବଂ ଗ୍ଲାମରସ୍ ଷ୍ଟାଇଲ୍ ପାଇଁ ମଧ୍ୟ ମଦାଲସା ସୋସିଆଲ ମିଡିଆରେ ନିଜର ଏକ ଅଲଗା ଫ୍ୟାନ୍ ଫଲୋଇଂ ତିଆରି କରିଛନ୍ତି। ତାଙ୍କ ନୂଆ ଛୁଟି ଫଟୋଗୁଡ଼ିକ ଏବେ ସେହି ଗ୍ଲାମରସ୍ ଅନ୍ଦାଜର ଆଉ ଏକ ଝଲକ ଦେଇଛି। ଫଳରେ ମଦାଲସାଙ୍କ ଏହି ଲୁକ୍ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି।

ମଦାଲସା ଶର୍ମା ଜଣେ ଭାରତୀୟ ଅଭିନେତ୍ରୀ, ଯିଏ ଟେଲିଭିଜନ୍ ଓ ଦକ୍ଷିଣ ଭାରତୀୟ ଫିଲ୍ମ ଜଗତରେ କାମ କରିଛନ୍ତି। ୧୯୯୧ ମସିହାରେ ଜନ୍ମିତ ମଦାଲସା ଅଭିନେତ୍ରୀ ଶୀଲା ଶର୍ମା ଓ ନିର୍ମାତା-ନିର୍ଦ୍ଦେଶକ ସୁଭାଷ ଶର୍ମାଙ୍କ ଝିଅ। ସେ ଅଭିନେତା ମହାକ୍ଷୟ ଚକ୍ରବର୍ତ୍ତୀ (ମିମୋହ)ଙ୍କୁ ବିବାହ କରିଛନ୍ତି ଏବଂ ମିଥୁନ ଚକ୍ରବର୍ତ୍ତୀଙ୍କ ବୋହୂ। ‘ଅନୁପମା’ ଧାରାବାହିକରେ କାବ୍ୟା ଭୂମିକା ତାଙ୍କୁ ବେଶ୍‌ ଲୋକପ୍ରିୟତା ଦେଇଥିଲା। ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ଗ୍ଲାମରସ୍ ଫଟୋ ଓ ଭିଡିଓ ନେଇ ସେ ଚର୍ଚ୍ଚାରେ ରହନ୍ତି।