Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ନେଇ ଆସିଲା ବଡ଼ ଖବର; କ'ଣ କହିଲା ପିଏମଓ?

International

Israel PMO Update / ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ନେଇ ଆସିଲା ବଡ଼ ଖବର; କ'ଣ କହିଲା ପିଏମଓ?

Subhramjit Ray
Browse all articles by Subhramjit Ray
·1 month ago·2 min read
ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ନେଇ ଆସିଲା ବଡ଼ ଖବର; କ'ଣ କହିଲା ପିଏମଓ?
Israeli PMO Update

Key Points

ଇରାନ ସହ ଚାଲିଥିବା ସଂଘର୍ଷ ବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ନେଇ ଆସିଛି ଏକ ବଡ଼ ଖବର। 
Israel Prime Minister Benjamin Netanyahu: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ନେଇ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଜୀବିତ, ସୁସ୍ଥ, ସୁରକ୍ଷିତ ରହିଥିବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଇରାନ ସହ ଚାଲିଥିବା ସଂଘର୍ଷ ବେଳେ ତାଙ୍କୁ ନେଇ ବିଭିନ୍ନ ପ୍ରକାରର ଖବର ଆସୁଥିଲା। ଏହି ଦାବି ସମ୍ପର୍କିତ ଅନେକ ସୋସିଆଲ ମିଡ଼ିଆ ପୋଷ୍ଟ ଭାଇରାଲ ହୋଇଥିଲା। ଏନେଇ କୁହାଯାଉଥିଲା ଯେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମୃତ୍ୟୁ ହୋଇସାରିଛି।

ହେଲେ ବର୍ତ୍ତମାନ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (Israeli Prime Ministers Office) ତାଙ୍କ ମୃତ୍ୟୁ ଖବରକୁ ଖଣ୍ଡନ କରିଛି। ଏନେଇ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ସେ ସୁରକ୍ଷିତ ଅଛନ୍ତି। ସୋସିଆଲ୍ ମିଡିଆରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ଭାଇରାଲ ହେବା ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ (Israel Prime Minister Benjamin Netanyahu) ଠିକ୍ ଅଛନ୍ତି ବୋଲି ତାଙ୍କ କାର୍ଯ୍ୟାଳୟ ଦାବି କରିଛି। ଆନାଡୋଲୁ ନ୍ୟୁଜ ଏଜେନ୍ସି ପକ୍ଷରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ (Israeli PMO) ପଚାରିଥିଲେ ଯେ କ'ଣ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ହତ୍ୟା କରାଯାଇଛି? ସୋସିଆଲ ମିଡି]ଆରେ ତାଙ୍କ ମୃତ୍ୟୁକୁ ନେଇ ଭାଇରାଲ ଖବର ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କ'ଣ ବିବୃତ୍ତି ରଖିବାକୁ ଚାହୁଁଛି?

ଏହାର ଜବାବରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା, ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମୃତ୍ୟୁକୁ ନେଇ ଅନେକ ଗୁଜବ ସୃଷ୍ଟି କରାଯାଉଛି। ସେ ସୁରକ୍ଷିତ ଅଛନ୍ତି।

ଆମେରିକୀୟ ରାଜନୈତିକ ସମୀକ୍ଷକ କାଣ୍ଡାସେ ଓୱେନ୍ସ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଉପସ୍ଥିତି ସମ୍ପର୍କରେ ପ୍ରଶ୍ନ କରିଥିଲେ। ଯେଉଁଥିରେ ସେ, ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ତାଙ୍କ ଡାକନାମ ଦ୍ୱାରା ଉଲ୍ଲେଖ କରି ପଚାରିଲେ ଯେ ଏବେ ବିବି କେଉଁଠି ଅଛନ୍ତି? ତାଙ୍କ କାର୍ଯ୍ୟାଳୟ ତାଙ୍କର ନକଲି ଏଆଇ ଭିଡିଓ କାହିଁକି ପୋଷ୍ଟ କରୁଛି ଏବଂ ଡିଲିଟ୍ କରୁଛି? ଆମେରିକୀୟ ରାଷ୍ଟ୍ରପତି ହ୍ୱାଇଟ ହାଉସ୍ ତାଙ୍କୁ ନେଇ କାହିଁକି ଆତଙ୍କିତ ହୋଇପଡ଼ିଛି?" ଏହି ପ୍ରଶ୍ନ ସେ ତାଙ୍କ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଏକ୍ସ ପୋଷ୍ଟ୍ ରେ ପଚାରିଥିଲେ।

କାଣ୍ଡାସେ ଓୱେନ୍ସ ଙ୍କ ପକ୍ଷରୁ ହୋଇଥିବା ଦାବିର ସତ୍ୟତା ଯାଞ୍ଚ କରିଥିଲା ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଏକ୍ସ ଏଆଇ ଚାଟବୋଟ୍ ଗ୍ରକ୍ (X AI chatbot Grok)। ଏନେଇ ଗ୍ରକ୍ସ କହିଥିଲା ଯେ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଛଅଟି ଆଙ୍ଗୁଠି ନାହିଁ। ଭାଇରାଲ ଭିଡ଼ିଓରେ ତାଙ୍କର ଛଅଟି ଆଙ୍ଗୁଠି ନେଇ ଯେଉଁ ଦାବି ହେଉଛି ତାହ କେବଳ ମାତ୍ର ଏକ ଦୃଷ୍ଟିଗତ ଭ୍ରମ। ଏହା ପରେ ଇସ୍ରାଏଲ ସରକାରୀ ପ୍ରେସ୍ କାର୍ଯ୍ୟାଳୟରୁ ଦେଶର ପ୍ରଧାନମନ୍ତ୍ରୀଙ୍କ ଏକ ସରକାରୀ ଫୁଟେଜ୍ ଜାରି ହୋଇଛି।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Big Update on Netanyahu: What the PMO Said | Argus News