Videos
|
International

World Leaders Congratulations Modi / ନେହେରୁଙ୍କ ରେକର୍ଡ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱର ନେତା କରୁଛନ୍ତି ପ୍ରଶଂସା ଏବଂ ଜଣାଉଛନ୍ତି ଅଭିନନ୍ଦନ

Bikash Mohanty
Browse all articles by Bikash Mohanty
·1 month ago·2 min read
ନେହେରୁଙ୍କ ରେକର୍ଡ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱର ନେତା କରୁଛନ୍ତି ପ୍ରଶଂସା ଏବଂ ଜଣାଉଛନ୍ତି ଅଭିନନ୍ଦନ
Narendra modi

Key Points

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ ଉପଲବ୍ଧି ହାସଲ କରିଛନ୍ତି
ସେ ଦେଶର ସର୍ବାଧିକ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଛନ୍ତି
ଏହି ବଡ ଉପଲବ୍ଧି ପାଇଁ ମୋଦିଙ୍କ ନେତୃତ୍ୱକୁ ସବୁଆଡୁ ଶୁଭେଚ୍ଛା ମିଳୁଛି
ବିଶ୍ୱର ବଡ ବଡ ନେତା ପିଏମ ମୋଦିଙ୍କୁ ଶୁଭକାମନା ଜଣାଉଛନ୍ତି 
ତାଙ୍କର ବିଚାରଧାରାକୁ ଅନେକ ଦେଶ ପ୍ରଶଂସା ମଧ୍ୟ କରୁଛନ୍ତି

ଭୁବନେଶ୍ବର,୧୦/୦୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ସେ ଦେଶର ସର୍ବାଧିକ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଏହି ବଡ ଉପଲବ୍ଧି ପାଇଁ ମୋଦୀଙ୍କ ନେତୃତ୍ୱକୁ ସବୁଆଡୁ ଶୁଭେଚ୍ଛା ମିଳୁଛି । ବିଶ୍ୱର ବଡ ବଡ ନେତା ପିଏମ ମୋଦିଙ୍କୁ ଶୁଭକାମନା ଜଣାଉଛନ୍ତି । ତାଙ୍କର ବିଚାରଧାରାକୁ ଅନେକ ଦେଶ ପ୍ରଶଂସା ମଧ୍ୟ କରୁଛନ୍ତି । ଖାସ୍ କରି ଗ୍ଲୋବାଲ ସାଉଥ୍ ରେ ମୋଦୀଙ୍କ ନୀତି ସବୁଠୁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱତନ୍ତ୍ର ଉପଲବ୍ଧିକୁ ନେଇ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ ପତ୍ର ଲେଖି ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି ଯେ, ମୋଦୀ ଐତିହାସିକ ସଫଳତା ପାଇଛନ୍ତି । ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଦ୍ୱାରା ସେ ବାରମ୍ବାର ନିର୍ବାଚିତ ହୋଇଛନ୍ତି । ଜନତା ତାଙ୍କ ଉପରେ ଅତୁଟ ଭରସା ରଖନ୍ତି । ଭାରତରେ ଅନେକ ସାମାଜିକ ଏବଂ ଆର୍ଥିକ ସୁଧାର ଆସିଛି।

ପ୍ରଶାନ୍ତ ମହାସାଗରୀୟ ଦେଶ ପପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ ଜେମ୍ସ୍ ମାରାପେ ମୋଦିଙ୍କ ପାଇଁ ଭିଡିଓ ମେସେଜ୍ ଜାରି କରିଛନ୍ତି । ସେ ମୋଦିଙ୍କୁ ବିଶ୍ୱର ଜଣେ ମହାନ ରୋଲ୍ ମଡେଲ୍ ବୋଲି କହିଛନ୍ତି ତାଙ୍କ ନେତୃତ୍ୱର ଉଦାହରଣ ମଧ୍ୟ ଦେଇଛନ୍ତି । ଆହୁରି ପ୍ରକାଶ କରିଛନ୍ତି ଯେ, ମୋଦି ସରକାର ଭାରତରେ ୨୦ କୋଟିରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟ ସୀମା ରେଖାରୁ ବାହାର କରିଛନ୍ତି । ଏହା ଏକ ଚମତ୍କାର ଉପଲବ୍ଧି ଅଟେ ।

ପଢନ୍ତୁ ଏହି ଖବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଏକ ଐତିହାସିକ ରେକର୍ଡ ସ୍ଥାପନ କରିଛନ୍ତି, ନିରବଛିନ୍ନ ଭାବେ ଦେଶର ସବୁଠାରୁ ଅଧିକ ସମୟ ଧରି ପ୍ରଧାନମନ୍ତ୍ରୀ ରହିଛନ୍ତି ମୋଦି

ତ୍ରିନିଦାଦ ଏବଂ ଟବାଗୋ ପିଏମ୍ କମଲା ପ୍ରସାଦ-ବିସେସର କହିଛନ୍ତି ଯେ, ଐତିହାସିକ ସଫଳତା ପାଇଁ ମୋଦିଙ୍କୁ ଶୁଭେଚ୍ଛା । ମୋଦିଙ୍କ ନେତୃତ୍ୱରେ ଭାରତ ଶକ୍ତିଶାଳୀ ଦେଶ ଭାବେ ଉଭା ହୋଇଛି । ଲଗାତାର ତିନି ଥର ନେତୃତ୍ୱ ନେବା ଗୌରବର କଥା ।

ସେହିପରି ଆମେରିକା ସିନେଟର ଜନ୍ କାର୍ଣ୍ଣିନ୍ ମଧ୍ୟ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, ମୋଦୀ ୪୩୯୯ ଦିନ ଧରି କାର୍ଯ୍ୟକାଳ ସମ୍ଭାଳିଛନ୍ତି । ଏହା ୧୪୦ କୋଟି ଭାରତୀୟଙ୍କର ଭରସା ଉପରେ ଆଧାରିତ । ଭାରତ ଏବେ ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ଆଗକୁ ବଢୁଥିବା ଆର୍ଥବ୍ୟବସ୍ଥା ହୋଇପାରିଛି ବୋଲି ସେ ପ୍ରକାଶ କରିଛନ୍ତି । 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
PM Modi Breaks Nehru's Record, Receives Congratulations from World Leaders | Argus News