PM Modi Creates Historic Record / ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଏକ ଐତିହାସିକ ରେକର୍ଡ ସ୍ଥାପନ କରିଛନ୍ତି, ନିରବଛିନ୍ନ ଭାବେ ଦେଶର ସବୁଠାରୁ ଅଧିକ ସମୟ ଧରି ପ୍ରଧାନମନ୍ତ୍ରୀ ରହିଛନ୍ତି ମୋଦି
·3 months ago·3 min read

Key Points
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ରେକର୍ଡ
ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦି
ନିରବିଛିନ୍ନ ଭାବେ ଦେଶର ସବୁଠାରୁ ଅଧିକ ସମୟ ଧରି ପ୍ରଧାନମନ୍ତ୍ରୀ ରହିଛନ୍ତି ମୋଦି
ମୋଦି ୨୦୧୪ ମସିହାରୁ ଲଗାତର ଭାବେ ପ୍ରଧାନମନ୍ତ୍ରୀ ରହି ଏହି ରେକର୍ଡ କରିଛନ୍ତି

ଭୁବନେଶ୍ବର,୧୦/୦୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଏକ ଐତିହାସିକ ରେକର୍ଡ ସ୍ଥାପନ କରିଛନ୍ତି । ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦି । ନିରବଛିନ୍ନ ଭାବେ ଦେଶର ସବୁଠାରୁ ଅଧିକ ସମୟ ଧରି ପ୍ରଧାନମନ୍ତ୍ରୀ ଭାବେ ରହିଛନ୍ତି ମୋଦି । ୨୬ ମଇ ୨୦୧୪ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିଲେ ମୋଦି। ୨୦୧୪ ମସିହାରୁ ଲଗାତର ଭାବେ ପ୍ରଧାନମନ୍ତ୍ରୀ ରହି ଏହି ରେକର୍ଡ କରିଛନ୍ତି । ନିରବଛିନ୍ନ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ୪ ହଜାର ୩୯୯ ଦିନରେ ପହଞ୍ଚିଛନ୍ତି । ଜବାହରଲାଲ ନେହେରୁ ନିରବଛିନ୍ନ ପ୍ରଧାନମନ୍ତ୍ରୀ ଭାବେ ୪ହଜାର ୩୯୮ଦିନ ଥିଲେ। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ, ବିଜେପି ୨୦୧୪, ୨୦୧୯ ଏବଂ ୨୦୨୪ରେ ଲଗାତାର ତିନୋଟି ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲା।
ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁ ପ୍ରଥମ ଥର ପାଇଁ ୧୯୫୨ ମେ ୧୩ରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ସେ ଲଗାତର ୪୩୯୮ ଦିନ ବା ୧୨ ବର୍ଷ ୧୪ ଦିନ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ରହିଥିଲେ। ଆଜି ବୁଧବାର ୪,୩୯୯ ଦିନ ପୂରଣ କରି ସେ ତାଙ୍କ ରେକର୍ଡ ଭାଙ୍ଗିଛନ୍ତି। । ମୋଦି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ୪୩୯୯ ଦିନ ବା ୧୨ ବର୍ଷ ୧୫ ଦିନ ପୂରଣ କରିଛନ୍ତି। । ନେହରୁ ୧୯୪୭ ଅଗଷ୍ଟ ୧୫ରେ ଅନ୍ତରୀଣ ସରକାରରେ ପ୍ରଧାନମନ୍ତ୍ରୀ ହୋଇଥିଲେ। ପ୍ରଥମ ଲୋକସଭା ନିର୍ବାଚନ ପରେ ସେ ୧୯୫୨ ମେ ୧୩ରେ ପ୍ରଧାନମନ୍ତ୍ରୀ ପଦରେ ଶପଥ ନେଇଥିଲେ ଥିଲେ । ୧୯୬୪ ମେ ୨୭ରେ ଦେହାନ୍ତ ପର୍ଯ୍ୟନ୍ତ ନେହରୁ ପ୍ରଧାନମନ୍ତ୍ରୀ ରହିଥିଲେ।।
ପଢନ୍ତୁ ଏହି ଖବର: ଗରିବ କଲ୍ୟାଣର ୧୨ ବର୍ଷର ଯାତ୍ରା ଉପରେ ଆଲୋକପାତ କଲେ ପିଏମ ମୋଦି,କହିଲେ ସମସ୍ତ ପରିବର୍ତ୍ତନର ମୂଳଦୁଆ ହେଉଛି 'ଗରିବ କଲ୍ୟାଣ'
ମୋଦି ଦେଶର ସବୁଠୁ ଲମ୍ବା ଅବଧିର ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବା ଏବଂ ତାଙ୍କ ସରକାରଙ୍କ ୧୨ ବର୍ଷ ପୂରଣ ହେବା ପରିପ୍ରେକ୍ଷୀରେ ଆଜିଏନ୍ଡିଏ ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଅପରାହ୍ନ ୩ଟାରୁ ୯ଟା ପର୍ଯ୍ୟନ୍ତ ହେବାକୁ ଥିବା ବୈଠକରେ ଏନ୍ଡିଏ ସହଯୋଗୀ ଦଳର ନେତା ସାମିଲ ହେବେ। ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ବି ଯୋଗଦେବେ। ସୂତ୍ର ମୁତାବକ, ବୈଠକରେ ଏକ ପ୍ରସ୍ତାବ ପାରିତ କରାଯାଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଐତିହାସିକ ଉପଲବ୍ଧି ପାଇଁ ବଧେଇ ଦିଆଯିବ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଏ ନେଇ ଏକ ପ୍ରସ୍ତାବ ରଖିବେ। ଏନ୍ଡିଏ ସହଯୋଗୀ ଦଳର ନେତାମାନେ ପ୍ରସ୍ତାବକୁ ସମର୍ଥନ ଜଣାଇବେ। ପ୍ରଧାନମନ୍ତ୍ରୀଙ୍କ ବିଗତ ୧୨ ବର୍ଷର ଉପଲବ୍ଧି ବାବଦରେ ଚର୍ଚ୍ଚା ହେବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆସାମ ଓ ପଶ୍ଚିମବଙ୍ଗରେ ଏନ୍ଡିଏର ନିର୍ଣ୍ଣାୟକ ବିଜୟ ପରେ ଏନ୍ଡିଏର ଏହି ପ୍ରଥମ ବୈଠକ ବସୁଛି। ତା'ଛଡ଼ା ଟିଏମ୍ ସିରେ ଅନିଶ୍ଚିତତା ଲାଗି ରହିବା ଏବଂ ନୂଆଦିଲ୍ଲୀରେ ବିରୋଧୀଙ୍କ ‘ଇଣ୍ଡି’ ମେଣ୍ଟର ସଦ୍ୟ ବୈଠକ ଭଳି ରାଜନୈତିକ ପରିବର୍ତ୍ତନ ମଧ୍ୟରେ ଏନ୍ଡିଏ ନିଜ ଆଗାମୀ ରଣନୀତି ପ୍ରସ୍ତୁତ କରିବା ନେଇ ଆଶା କରାଯାଉଛି।
ବିଗତ ୧୨ ବର୍ଷ ବିଶ୍ଵାସ, ବିକାଶ ଏବଂ ଜନକଲ୍ୟାଣ ପ୍ରତି ସମର୍ପିତ ରହିଛି । ୧୪୦ କୋଟି ଦେଶବାସୀଙ୍କ ଆଶୀର୍ବାଦ ଏବଂ ରାଷ୍ଟ୍ର ପ୍ରଥମ ଭାବନା ଦ୍ୱାରା ଆମେ ଯୁବପିଢ଼ି, ମହିଳା ଏବଂ ନିଜ ଚାଷୀ ଭାଇ-ଭଉଣୀଙ୍କୁ ସଶକ୍ତ ବନାଇବାରେ କୌଣସି ସୁଯୋଗ ହାତଛଡ଼ା କରିନାହୁଁ । ଏହା ଆମ ନିରନ୍ତର ପ୍ରୟାସର ପରିଣାମ। ଭିଭିଭୂମି ବିକାଶଠାରୁ ଆରମ୍ଭ କରି ଡିଜିଟାଲ କ୍ରାନ୍ତି ପର୍ଯ୍ୟନ୍ତ ଆଜି ଭାରତକୁ ବିଶ୍ଵବ୍ୟାପୀ ଏକ ନୂଆ ପରିଚୟ ମିଳିପାରିଛି। ‘ବିକଶିତ ଭାରତ’ ସଂକଳ୍ପକୁ ସାକାର କରିବା ନିମନ୍ତେ ଆମେ ସେବା, ସୁଶାସନ ଏବଂ ସମୃଦ୍ଧିର ଏହି ରାସ୍ତାରେ ଆଗକୁ ବଢ଼ିବା ଜାରି ରଖିବୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରରେ ନିଜ ସରକାରର ୧୨ ବର୍ଷ ପୂରଣ ହେବା ଅବସରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Related Topics
Explore more stories