PoK Unrest / PoKରେ ଗଣହତ୍ୟାକୁ ଠିକ୍ କହିଲେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ
·3 hours ago·2 min read

Key Points
ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ୍ PoKରେ ସେନାର ଗୁଳିଗୋଳା ବର୍ଷଣକୁ ସଠିକ୍ ବୋଲି କହି ପ୍ରଦର୍ଶନକାରୀଙ୍କୁ ଭାରତ ଭଳି ଶତ୍ରୁ ବୋଲି କହିଛନ୍ତି । ସେ କହିଛନ୍ତି, "ପ୍ରଦର୍ଶନକାରୀଙ୍କ ସହ କୌଣସି ଆଲୋଚନା କରାଯିବ ନାହିଁ ।"
ନୂଆଦିଲ୍ଲୀ: PoKର ସରକାର ବିରୋଧୀ ପ୍ରଦର୍ଶନ କରୁଥିବା ଲୋକ ଭାରତ ଭଳି ପାକିସ୍ତାନର ଶତ୍ରୁ ଅଟନ୍ତି । ଏକ ଟିଭି ଇଣ୍ଟରଭ୍ୟୁରେ ଏଭଳି ମନ୍ତବ୍ୟ ଦେଇଛନ୍ତି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ୍ । ସେ କହିଛନ୍ତି, "ପ୍ରଦର୍ଶନକାରୀଙ୍କ ସହ କୌଣସି ଆଲୋଚନା କରାଯିବ ନାହିଁ ।"
ଗୋଟିଏ ପଟେ ପାକ୍ ଅଧିକୃତ କାଶ୍ମୀର (PoK)ରେ ଲୋକେ ସରକାରଙ୍କ ବିରୋଧରେ ପ୍ରତିବାଦ କରୁଛନ୍ତି । ବିଗତ ଦୁଇ ଦିନରେ ପାକ୍ ସେନା ଗୁଳିରେ ୩୨ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ନିର୍ବାଚନକୁ ବିରୋଧ କରି ଜଏଣ୍ଟ ଆୱାମୀ ଆକ୍ସନ୍ କମିଟି (JAAC) ଏହି ପ୍ରତିବାଦ କରୁଛି ।
ଏଥିସହ ପଢ଼ନ୍ତୁ: ରାସ୍ତାରେ ଗଡୁଛି ମୃତଦେହ; ପାକିସ୍ତାନୀ ସେନାର ନିର୍ମମ କାର୍ଯ୍ୟାନୁଷ୍ଠାନରେ ୨୦ ମୃତ
ପ୍ରଦର୍ଶନକାରୀଙ୍କ ଦାବି ହେଉଛି PoK ବିଧାନସଭାର ୧୨ ଶରଣାର୍ଥୀ ଆସନକୁ ଉଠାଇ ଦିଆଯାଉଛି । ଯାହାକୁ ନେଇ ପ୍ରତିବାଦ ତେଜିଥିବା ବେଳେ ହିଂସା ଦେଖିବାକୁ ମିଳିଛି । PoKରେ ପାକିସ୍ତାନ ସରକାର ଅତିରିକ୍ତ ଯବାନଙ୍କ ସହ ଅର୍ଦ୍ଧସାମରିକ ବଳ ମୁତୟନ କରିଛନ୍ତି । ପୂରା କ୍ଷେତ୍ରରେ ୧୪୪ ଲାଗୁ କରାଯିବା ସହ ଇଣ୍ଟରନେଟ୍ ସେବା ବନ୍ଦ କରି ଦିଆଯାଇଛି ।
ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ୍ PoKରେ ସେନାର ଗୁଳିଗୋଳା ବର୍ଷଣକୁ ସଠିକ୍ ବୋଲି କହି ପ୍ରଦର୍ଶନକାରୀଙ୍କୁ ଭାରତ ଭଳି ଶତ୍ରୁ ବୋଲି କହିଛନ୍ତି । ଆସିଫ ସ୍ପଷ୍ଟ ଶବ୍ଦରେ କହିଛନ୍ତି, "PoKର ପ୍ରଦର୍ଶନକାରୀଙ୍କୁ ଭାରତ ଶ୍ରେଣୀରେ ରଖୁଛି ଓ ଭାରତ ଭଳି ଶତ୍ରୁ ମାନୁଛି ।"
ପାକ୍ ଅଧିକୃତ କାଶ୍ମୀରର ରାୱଲକୋର୍ଟରେ ହିଂସା ଭିତରେ ପାକିସ୍ତାନ ରକ୍ଷା ମନ୍ତ୍ରୀଙ୍କ ଏହି ବୟାନ ଆସିଛି । ଯେଉଁଠି ଲୋକେ ବିଗତ କିଛି ସପ୍ତାହ ହେଲା ମୌଳିକ ଅଧିକାର (ରୋଜଗାର, ବିଦ୍ୟୁତ, ପାଣି, ସ୍ଵାସ୍ଥ୍ୟ ସୁବିଧା)କୁ ନେଇ ଆନ୍ଦୋଳନ କରୁଛନ୍ତି ।
ଏବେ ସୁଦ୍ଧା ୮୦ ଜଣଙ୍କ ମୃତ୍ୟୁ
ରିପୋର୍ଟ ଅନୁସାରେ, ପାକିସ୍ତାନ ଅଧିକୃତ ଜମ୍ମୁ-କାଶ୍ମୀରରେ ଏବେ ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି । ସୋମବାର ପାକ୍ ସେନାର ଗୁଳିମାଡ଼ରେ ପ୍ରାୟ ୨୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଜୁନ୍ ୫ରେ ଆରମ୍ଭ ହୋଇଥିଲା ବିରୋଧ ପ୍ରଦର୍ଶନ । ଯାହାପରେ ପାକିସ୍ତାନ ସରକାର ବିରୋଧ ଦମନ ପାଇଁ ସେନା ସହ ଅନ୍ୟ ଏଜେନ୍ସିଙ୍କୁ ମୁତୟନ କରିଛନ୍ତି । ଏବେ ସୁଦ୍ଧା ଏହି ବିରୋଧ ପ୍ରଦର୍ଶନ ଯୋଗୁଁ ୮୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି ।
ଏଥିସହ ପଢ଼ନ୍ତୁ: ଆତ୍ମଘାତୀ ଆକ୍ରମଣରେ କମ୍ପି ଉଠିଲା ପାକିସ୍ତାନ; ୧୫ ମୃତ
ମଙ୍ଗଳବାର ମଧ୍ୟ ମୀରପୁର ଜିଲ୍ଲାରେ ପାକିସ୍ତାନ ସେନା ପ୍ରଦର୍ଶନକାରୀଙ୍କ ଉପରେ ଗୁଳିମାଡ଼ କରିଛି । ଯେଉଁଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । କୁହାଯାଉଛି, ପ୍ରଦର୍ଶନକାରୀଙ୍କୁ ଅଲଗା କରିବା ଲାଗି ଯବାନ ଜାଣିଶୁଣି ଗୁଳିମାଡ଼ କରିଛନ୍ତି ।

"I put the protesters of PojK in the same category as India and consider them as enemies": Pak Def Min Khawaja Asif pic.twitter.com/YS9NzhW9Jf
— OsintTV 📺 (@OsintTV) July 28, 2026
ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ୍ PoKରେ ସେନାର ଗୁଳିଗୋଳା ବର୍ଷଣକୁ ସଠିକ୍ ବୋଲି କହି ପ୍ରଦର୍ଶନକାରୀଙ୍କୁ ଭାରତ ଭଳି ଶତ୍ରୁ ବୋଲି କହିଛନ୍ତି । ଆସିଫ ସ୍ପଷ୍ଟ ଶବ୍ଦରେ କହିଛନ୍ତି, "PoKର ପ୍ରଦର୍ଶନକାରୀଙ୍କୁ ଭାରତ ଶ୍ରେଣୀରେ ରଖୁଛି ଓ ଭାରତ ଭଳି ଶତ୍ରୁ ମାନୁଛି ।"
ପାକ୍ ଅଧିକୃତ କାଶ୍ମୀରର ରାୱଲକୋର୍ଟରେ ହିଂସା ଭିତରେ ପାକିସ୍ତାନ ରକ୍ଷା ମନ୍ତ୍ରୀଙ୍କ ଏହି ବୟାନ ଆସିଛି । ଯେଉଁଠି ଲୋକେ ବିଗତ କିଛି ସପ୍ତାହ ହେଲା ମୌଳିକ ଅଧିକାର (ରୋଜଗାର, ବିଦ୍ୟୁତ, ପାଣି, ସ୍ଵାସ୍ଥ୍ୟ ସୁବିଧା)କୁ ନେଇ ଆନ୍ଦୋଳନ କରୁଛନ୍ତି ।
ଏବେ ସୁଦ୍ଧା ୮୦ ଜଣଙ୍କ ମୃତ୍ୟୁ
ରିପୋର୍ଟ ଅନୁସାରେ, ପାକିସ୍ତାନ ଅଧିକୃତ ଜମ୍ମୁ-କାଶ୍ମୀରରେ ଏବେ ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି । ସୋମବାର ପାକ୍ ସେନାର ଗୁଳିମାଡ଼ରେ ପ୍ରାୟ ୨୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଜୁନ୍ ୫ରେ ଆରମ୍ଭ ହୋଇଥିଲା ବିରୋଧ ପ୍ରଦର୍ଶନ । ଯାହାପରେ ପାକିସ୍ତାନ ସରକାର ବିରୋଧ ଦମନ ପାଇଁ ସେନା ସହ ଅନ୍ୟ ଏଜେନ୍ସିଙ୍କୁ ମୁତୟନ କରିଛନ୍ତି । ଏବେ ସୁଦ୍ଧା ଏହି ବିରୋଧ ପ୍ରଦର୍ଶନ ଯୋଗୁଁ ୮୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି ।
ଏଥିସହ ପଢ଼ନ୍ତୁ: ଆତ୍ମଘାତୀ ଆକ୍ରମଣରେ କମ୍ପି ଉଠିଲା ପାକିସ୍ତାନ; ୧୫ ମୃତ
ମଙ୍ଗଳବାର ମଧ୍ୟ ମୀରପୁର ଜିଲ୍ଲାରେ ପାକିସ୍ତାନ ସେନା ପ୍ରଦର୍ଶନକାରୀଙ୍କ ଉପରେ ଗୁଳିମାଡ଼ କରିଛି । ଯେଉଁଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । କୁହାଯାଉଛି, ପ୍ରଦର୍ଶନକାରୀଙ୍କୁ ଅଲଗା କରିବା ଲାଗି ଯବାନ ଜାଣିଶୁଣି ଗୁଳିମାଡ଼ କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories