Videos
|
National

Pakistan Forces Crackdown in POK / ରାସ୍ତାରେ ଗଡୁଛି ମୃତଦେହ; ପାକିସ୍ତାନୀ ସେନାର ନିର୍ମମ କାର୍ଯ୍ୟାନୁଷ୍ଠାନରେ ୨୦ ମୃତ

Subhramjit Ray
Browse all articles by Subhramjit Ray
·1 hour ago·2 min read
ରାସ୍ତାରେ ଗଡୁଛି ମୃତଦେହ; ପାକିସ୍ତାନୀ ସେନାର ନିର୍ମମ କାର୍ଯ୍ୟାନୁଷ୍ଠାନରେ ୨୦ ମୃତ
Pakistan Forces Crackdown

Key Points

ଏଥିରେ ଜୁନ୍ ୫ ତାରିଖରେ ପିଓକେ ଠାରେ ବିରୋଧ ପ୍ରଦର୍ଶନ ଆରମ୍ଭ ହେବା ପରଠାରୁ ପାକିସ୍ତାନୀ ସେନା କାର୍ଯ୍ୟାନୁଷ୍ଠାନରେ ପ୍ରାୟ ୮୦ ଜଣ ପ୍ରଦର୍ଶନକାରୀ ପ୍ରାଣ ହରାଇଛନ୍ତି।
Pakistan Forces Brutal Crackdown PoK: ନିର୍ବାଚନ ବର୍ଜନ କରିବା ପାଇଁ ଆହ୍ୱାନ ଦେଉଥିବା ପାକ୍ ଅଧିକୃତ କାଶ୍ମୀର (ପିଓକେ) ବାସିନ୍ଦାଙ୍କ ବିରୋଧରେ ଜାରି ରହିଛି ପାକିସ୍ତାନୀ ସେନାର ନିର୍ମମ କାର୍ଯ୍ୟାନୁଷ୍ଠାନ। ବିଗତ ୨୪ ଘଣ୍ଟା ମଧ୍ୟରେ ଏହି କାର୍ଯ୍ୟାନୁଷ୍ଠାନରେ ପ୍ରାୟ ୨୦ କାଶ୍ମୀରୀ ନିହତ ଏବଂ ୫୦ ଜଣରୁ ଅଧିକ ଆହତ ହୋଇଥିବାର ଖବର ଆସିଛି। ରାୱାଲାକୋଟ ଅଞ୍ଚଳରେ ମଧ୍ୟ ହିଂସାକାଣ୍ଡ ହୋଇଥିବାର ଖବର ଆସିଛି। ଯେଉଁଠାରେ ପାକିସ୍ତାନୀ ସେନା ପ୍ରଦର୍ଶନକାରୀଙ୍କୁ ଟାର୍ଗେଟ କରିଥିଲା।

ଖବର ଅନୁଯାୟୀ ପାକିସ୍ତାନୀ ସୁରକ୍ଷା ବାହିନୀ ଗତକାଲି ଠାରୁ ନିର୍ବାଚନ ବର୍ଜନ କରୁଥିବା ମିଳିତ ଆୱାମୀ କାର୍ଯ୍ୟ କମିଟି (JAAC) କୋର୍ କମିଟି ସଦସ୍ୟ ଏବଂ ମୁଖପାତ୍ର ଉମର ନାଜିର କାଶ୍ମୀରୀଙ୍କ ଭାଇ ଉସମାନ ନାଜିରଙ୍କ ସମେତ ୨୦ ଜଣଙ୍କୁ ହତ୍ୟା କରିସାରିଛି। ଏଥିରେ ଗତ ଜୁନ୍ ୫ ତାରିଖରେ ପିଓକେ ଠାରେ ବିରୋଧ ପ୍ରଦର୍ଶନ ଆରମ୍ଭ ହେବା ପରଠାରୁ ପାକିସ୍ତାନୀ ସେନା ଦ୍ୱାରା ହତ୍ୟା କରାଯାଇଥିବା ୮୦ ଜଣ ବ୍ୟକ୍ତି ଅନ୍ତର୍ଭୂକ୍ତ ଅଛନ୍ତି। ଏହି ଘଟଣାର ଭିଡ଼ିଓ ସାମ୍ନାକୁ ଆସିଛି। ଯେଉଁଥିରେ ସୁରକ୍ଷା ବାହିନୀ ଭିଡ଼ ଉପରେ ଗୁଳିମାଡ଼ କରୁଥିବାର ଦେଖିବାକୁ ମିଳୁଛି। ଗୁଳି ଚଳାଇବା ସମୟରେ ପ୍ରତିବାଦକାରୀଙ୍କ ମୃତଦେହ ରାସ୍ତାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା।

ଏହା ସହ ପଢନ୍ତୁ: ଆତ୍ମଘାତୀ ଆକ୍ରମଣରେ କମ୍ପି ଉଠିଲା ପାକିସ୍ତାନ; ୧୫ ମୃତ

ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ (ପିଓକେ) ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଅକିଲ ଭାଇ। ଏନେଇ ଏକ ଭିଡ଼ିଓ ବାର୍ତ୍ତା ଜାରି କରି କରି ସେ କହିଛନ୍ତି, "ବନ୍ଧୁଗଣ, ପରିସ୍ଥିତି ଭୟଙ୍କର ହୋଇଗଲାଣି। ରାୱାଲକୋଟ ମୃତଦେହ ଏବଂ ଆହତ ଲୋକଙ୍କ ସଂଖ୍ୟାରେ ପରିପୂର୍ଣ୍ଣ ହୋଇଗଲାଣି। ଭଗବାନଙ୍କ ପାଇଁ, ବର୍ତ୍ତମାନ ଆମ ସହିତ ଛିଡା ହୁଅନ୍ତୁ, ଦୟାକରି, ଆମ ସହିତ ଛିଡା ହୁଅନ୍ତୁ। "

"ମୁଁ ମୋ ଜୀବନକୁ କଷ୍ଟରେ ବଞ୍ଚାଇ ଆସିଛି। ମୁଁ ଆଉ ମୋ ନିଜ ଜୀବନ ବଞ୍ଚାଇବା ପାଇଁ ଚିନ୍ତା କରୁ ନାହିଁ। ଏତେ ଭାଇଙ୍କୁ ଶହୀଦ ହୋଇଥିବାର ଦେଖିବା ପରେ, ମୁଁ ଏଠାକୁ ହାତ ଯୋଡ଼ି ନିବେଦନ କରିବାକୁ ଆସିଛି। ଦୟାକରି ବିବେକ ରଖନ୍ତୁ। ସମସ୍ତ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ନିବେଦନ, ଦୟାକରି ସେମାନେ ଆମକୁ ସମର୍ଥନ କରନ୍ତୁ। ଆମେ ଶାନ୍ତିପ୍ରିୟ ଲୋକ। ଅଗଣିତ ମୃତଦେହ, ଅଗଣିତ ଆହତ। ମୃତଦେହ ବୋହିବା ପାଇଁ ଆମେ କ୍ଲାନ୍ତ ହୋଇଗଲୁଣି।"

ପାକିସ୍ତାନୀ ସୁରକ୍ଷା ବାହିନୀ ମୁଖ୍ୟତଃ ଆୱାମୀ ଆକ୍ସନ କମିଟି (AAC) ସଦସ୍ୟଙ୍କୁ ଟାର୍ଗେଟ କରିଛି। ଯେଉଁମାନେ ଏହି ଅଞ୍ଚଳରେ ଚାଲିଥିବା ତଥାକଥିତ ବିଧାନସଭା ନିର୍ବାଚନକୁ ବର୍ଜନ କରିବା ପାଇଁ ଅଭିଯାନର ନେତୃତ୍ୱ ନେଉଛନ୍ତି। ଗତ ସୋମବାର (ଜୁଲାଇ ୨୭) ଠାରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ସହିତ ଇସଲାମାବାଦ, ପିଓକେ ଠାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରାୟ ୧୪ ହଜାରରୁ ଅଧିକ ସୁରକ୍ଷା କର୍ମୀ ପଠାଇଛି। ବିଭିନ୍ନ ସ୍ଥାନରେ ସ୍ନାଇପର ନିୟୋଜିତ ହୋଇଛନ୍ତି। ସୁରକ୍ଷା ବାହିନୀ ପ୍ରତିବାଦକାରୀଙ୍କୁ ଘଉଡ଼ାଇବାକୁ ଯାଇ ଜୀବନ୍ତ ଗୁଳି ଏବଂ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥିବାର ଅଭିଯୋଗ ହୋଇଛି।

ଏହା ସହ ପଢନ୍ତୁ:  ବିଏଲଏ ଆକ୍ରମଣରେ କମ୍ପିଉଠିଲା ପାକିସ୍ତାନ ତଟରକ୍ଷୀ ବାହିନୀ ଶିବିର; ଟଳିପଡ଼ିଲେ ୩୦ ସୈନ୍ୟ
ଏହି ଅଞ୍ଚଳରେ ବିରୋଧ ପ୍ରଦର୍ଶନକୁ ନୀରବ କରିବା ପାଇଁ ସୁରକ୍ଷା ବାହିନୀକୁ ନିର୍ବାଚନ ବର୍ଜନ କରୁଥିବା ଲୋକଙ୍କ ଉପରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଠି ବିଗତ କିଛି ସପ୍ତାହ ଧରି ଜୋରଦାର ପ୍ରତିବାଦ କରାଯାଉଛି। ପିଓକେ ଲୋକଙ୍କ ବିରୋଧରେ ନିଷ୍ଠୁର ଶକ୍ତି ପ୍ରୟୋଗ କରିବା ସହିତ, ପାକିସ୍ତାନୀ ସେନା ଏହି ଅଞ୍ଚଳରେ ଇଣ୍ଟରନେଟ୍ ଏବଂ ମୋବାଇଲ୍ ସେବାକୁ ମଧ୍ୟ ବନ୍ଦ କରିଦେଇଛି। ଅଞ୍ଚଳର ଅନେକ ସ୍ଥାନରେ ବିଦ୍ୟୁତ୍ ଏବଂ ପାଣି ଯୋଗାଣ ମଧ୍ୟ ବନ୍ଦ କରାଯାଇଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: