Videos
|
International

Shooting in Poland Today / ଗୁଳିମାଡ଼ରେ କମ୍ପି ଉଠିଲା ପୋଲାଣ୍ଡ; ୬ ମୃତ, ୧୦ ଆହତ

Subhramjit Ray
Browse all articles by Subhramjit Ray
·1 hour ago·2 min read
ଗୁଳିମାଡ଼ରେ କମ୍ପି ଉଠିଲା ପୋଲାଣ୍ଡ; ୬ ମୃତ, ୧୦ ଆହତ
Shooting in Poland Today

Key Points

ୟୁରୋପୀୟ ୟୁନିଅନ ଏବଂ ନାଟୋର ସଦସ୍ୟ ଏବଂ ୩.୮ କୋଟି ଜନସଂଖ୍ୟା ବିଶିଷ୍ଟ ପୋଲାଣ୍ଡରେ ଗୁଳିକାଣ୍ଡ ଘଟିବାର ଏକ ବିରଳ ଘଟଣା।
ଶନିବାର (ନଭେମ୍ବର ୭) ହୋଇଥିବା ଗୁଳିମାଡ଼ରେ କମ୍ପି ଉଠିଛି ୟୁରୋପୀୟ ଦେଶ ପୋଲାଣ୍ଡ। ଦେଶରେ ହୋଇଥିବା ଗୁଳିମାଡ଼ ଘଟଣାରେ ପ୍ରତିକ୍ରିୟା ରଖି ପୋଲିସ କହିଛି ଯେ କ୍ରାକୋ ସ୍ଥିତ ମୁଖ୍ୟ ବଜାରରେ ହୋଇଥିବା ଗୁଳିକାଣ୍ଡରେ ୬ ଜଣ ପ୍ରାଣ ହରାଇଥିବା ବେଳେଷ ୧୦ ଜଣରୁ ଅଧିକ ଆହତ ହୋଇଛନ୍ତି। ପୋଲିସ ଆହୁରି କହିଛି ଯେ ଦେଶର ଦ୍ୱିତୀୟ ବୃହତ୍ତମ ସହର କ୍ରାକୋ ଐତିହାସିକ କେନ୍ଦ୍ରରେ ଜଣେ ବନ୍ଧୁକଧାରୀ ଗୁଳିମାଡ଼ କରିବାରୁ ୬ ଜଣ ପ୍ରାଣ ହରାଇଛନ୍ତି ଏବଂ ୧୦ ଜଣରୁ ଅଧିକ ଆହତ ହୋଇଛନ୍ତି। ପୋଲିସ ଅନୁଯାୟୀ ଜଣେ ବ୍ୟକ୍ତି କ୍ରାକୋ ସହରର ମୁଖ୍ୟ ଛକରେ ତାଙ୍କ କାର ପୁରାଇ ଦେବା ସହ ସେଠାରେ ଉପସ୍ଥିତ ଲୋକଙ୍କ ଉପରେ ଅଚାନକ ଗୁଳିମାଡ଼ କରିଥିଲେ। ପୋଲିସ କହିଛି ଯେ ସେମାନେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗୁଳି କରିଛନ୍ତି। ଯିଏ ବର୍ତ୍ତମାନ ହେପାଜତରେ ଅଛି। ଗୁଳିମାଡ଼ କରିଥିବା ବ୍ୟକ୍ତି ଜଣଙ୍କ ଜଣେ ପୋଲାଣ୍ଡ ବାସିନ୍ଦା।

ଏହି ଘଟଣାରେ ପ୍ରତିକ୍ରିୟା କ୍ରାକୋ ସହରର ପୋଲିସ ମୁଖପାତ୍ର। ଏନେଇ ସେ କହିଛନ୍ତି, ଏହି ଘଟଣାରେ ୬ ଜଣ ପ୍ରାଣ ହରାଇଛନ୍ତି ଏବଂ ୧୦ ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି। ସ୍ଥାନୀୟ ପୋଲିସ ଏକ X ପୋଷ୍ଟ ସେୟାର କରି କହିଛି ଯେ "ଆକ୍ରମଣକାରୀଙ୍କୁ ପୋଲିସ ଗୁଳି କରିଛି" ଏବଂ ତାଙ୍କୁ ହସ୍ପିଟାଲ ନିଆଯାଇଛି। ଗୁଳିମାଡ଼ ପରେ ଘଟଣାସ୍ଥଳରେ ଅନେକ ଆମ୍ବୁଲାନ୍ସ ଏବଂ ପୋଲିସ ଗାଡ଼ି ପହଞ୍ଚିଥିଲା। ପୋଲିସ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛି। ଏହି ସ୍ଥାନ ପୋଲାଣ୍ଡର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଅନ୍ୟତମ। ଯାହା ସ୍ଥାନୀୟ ଏବଂ ବିଦେଶୀ ପର୍ଯ୍ୟଟକ ଉଭୟଙ୍କୁ ଆକର୍ଷିତ କରିଥାଏ।

ଘଟଣାକୁ ନେଇ କ'ଣ କହିଲେ ପୋଲାଣ୍ଡ ପ୍ରଧାନମନ୍ତ୍ରୀ
ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ଏହି ଘଟଣାକୁ "ଏକ ଦୁଃଖଦ ଗୁଳିକାଣ୍ଡ" ବୋଲି କହିଛନ୍ତି, "ପୁଲିସ୍ ଆକ୍ରମଣର କାରଣ ଏବଂ ଏହା ଚାରିପାଖରେ ଥିବା ସମସ୍ତ ପରିସ୍ଥିତିର ତଦନ୍ତ କରୁଛି।" ୬୦ ବର୍ଷୀୟ ବୟସ୍କା ଆନେଟ୍ ନାମକ ଜଣେ ମହିଳା କହିଛନ୍ତି, "ମୁଁ ଜଣେ ବ୍ୟକ୍ତିଙ୍କୁ ଲୋକଙ୍କ ଉପରେ ଗୁଳି ଚଳାଇ ଛକରେ ବୁଲୁଥିବାର ଦେଖିଥିଲି। ଏହି ଘଟଣା କ୍ରା ସହରକୋ ପାଇଁ ଏକ ଦୁଃଖଦ ଘଟଣା। ଆମେ ପୂର୍ବରୁ ଏପରି କିଛି ଘଟଣା ଦେଖିନାହୁଁ।"

ନାଟକୀୟ ଘଟଣା
ପୋଲାଣ୍ଡ ୟୁରୋପୀୟ ସଂଘ ଏବଂ ସାମରିକ ମେଣ୍ଟ ନାଟୋ ଗୋଷ୍ଠୀର ସଦସ୍ୟ। ଯାହାର ଜନସଂଖ୍ୟା ପ୍ରାୟ ୩.୮ କୋଟି। ଏଠାରେ ମାରାତ୍ମକ ଗୁଳିକାଣ୍ଡ ଘଟଣା ଘଟିବା ପ୍ରାୟତଃ ବିରଳ। ହେଲେ ତଥାପି ଗତ ଅକ୍ଟୋବର ମାସରେ ହୋଇଥିବା ଛୁରାମାଡ଼ ପରେ ଦେଶରେ ହାଇ ଆଲର୍ଟ ଜାରି ହୋଇଥିଲା। ପ୍ରଧାନମନ୍ତ୍ରୀ ଟସ୍କ ଏହି ଘଟଣାକୁ ନିନ୍ଦା କରି ଏହାକୁ "ହିଂସାର ସଂସ୍କୃତି" ବୋଲି କହିଥିଲେ। ଗତ ୨୦୨୨ ଫେବୃଆରୀ ମାସରୁ ଋଷିଆ ପୂର୍ଣ୍ଣ-ମାତ୍ରାରେ ଆକ୍ରମଣ ପରଠାରୁ ପୋଲାଣ୍ଡ ୟୁକ୍ରେନ ଲାଗି ଏକ ଦୃଢ଼ ସହଯୋଗୀ ଭାବେ ଉଭା ହୋଇଛି। ପୋଲାଣ୍ଡ ମାଟିରେ ଋଷିଆ ଦ୍ୱାରା ହେବାକୁ ରହିଥିବା ଅନ୍ତର୍ଘାତ ଏବଂ ହାଇବ୍ରିଡ୍ ଯୁଦ୍ଧ ବିଷୟରେ ବାରମ୍ବାର ଚେତାବନୀ ଦିଆଯାଇଛି। ହେଲେ ତଥାପି ମସ୍କୋ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଆସିଛି।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: