Videos
|
International

Temple Security / ହିନ୍ଦୁ ମନ୍ଦିରରେ ଘଟାଇଥାନ୍ତା ବଡ଼ ଅଘଟଣ, ଏହା ପୂର୍ବରୁ ବାନ୍ଧିନେଲା ପୋଲିସ

Bikash Mohanty
Browse all articles by Bikash Mohanty
·56 mins ago·2 min read
ହିନ୍ଦୁ ମନ୍ଦିରରେ ଘଟାଇଥାନ୍ତା ବଡ଼ ଅଘଟଣ, ଏହା ପୂର୍ବରୁ ବାନ୍ଧିନେଲା ପୋଲିସ
Temple

Key Points

ଆମେରିକାରେ ଏକ ହିନ୍ଦୁ ମନ୍ଦିରରେ ଗୁଳିକାଣ୍ଡ ଷଡ଼ଯନ୍ତ୍ର ପଣ୍ଡ
ନବରାତ୍ରି ଅବସରରେ ଭିଡ଼କୁ ଲକ୍ଷ୍ୟ କରି ରଚାଯାଇଥିଲା ଷଡ଼ଯନ୍ତ୍ର
ଇଲିନୋଇସ୍ ରାଜ୍ୟର ଏକ ମନ୍ଦିରରେ ଜମିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼
ପୋଲିସ ସଠିକ୍ ସମୟ ମଧ୍ୟରେ ଆକ୍ରମଣକୁ ପଣ୍ଡ କରିଥିଲା
ପୋଲିସ ଅଭିଯୁକ୍ତ ଜଣେ ୧୯ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି
ନ୍ୟୁୟର୍କ,୧୫/୧୦: ମନ୍ଦିରରେ ହୋଇଥାନ୍ତା ବଡ଼ ଅଘଟଣ। ଏମିତି କିଛି ଟାର୍ଗେଟ ରଖିଥିଲା ଛାତ୍ର । ହେଲେ ଫେଲ୍ ମାରିଗଲା ଚାଲ୍ । ଧରିଦେଲା ପୋଲିସ । ଏମିତି ଏକ ଘଟଣା ଆମେରିକାରେ ଚହଳ ପକାଇ ଦେଇଛି ।

ରିପୋର୍ଟ ଅନୁସାରେ, ଆମେରିକାର ହିନ୍ଦୁ ମନ୍ଦିର ପାଖରେ ଗୁଳି* ମାଡ଼ କରି ଗଣ* ହତ୍ୟା ବାବଦରେ ହୋଇଥିବା ଏକ ଷଡଯନ୍ତ୍ରର ପର୍ଦ୍ଦାଫାସ ହୋଇଛି । ଇଲିନୟର ପେଲେଟାଇନରେ ରହୁଥିବା ଜଣେ ୧୯ ବର୍ଷୀୟ ଯୁବକକୁ ଏହି ମାମଲାରେ ପୋଲିସ ଗିରଫ କରିଛି । ଗିରଫ ଯୁବକର ନାଁ ଆଲେକଜାଣ୍ଡ୍ରୋସ୍ ପାପାରୋକିସ୍ । ନବରାତ୍ରୀ ସମୟରେ ସେ ମନ୍ଦିର ପାଖରେ କାଣ୍ଡ ଭିଆଇଥାନ୍ତା ବୋଲି ପୋଲିସ ସନ୍ଦେହ କରୁଛି ।

ପୋଲିସର କହିବାନୁସାରେ, କେଉଁ ମନ୍ଦିରରେ ଆକ୍ରମଣ ହୋଇଥାନ୍ତା ସେନେଇ କିଛି ତଥ୍ୟ ମିଳିନାହିଁ । ଅକ୍ଟୋବର ୧୧ ତାରିଖରେ ମାଉଣ୍ଟ୍ ପ୍ରସପେକ୍ଟ ପୋଲିସକୁ ସମ୍ଭାବ୍ୟ ଆକ୍ରମଣ ନେଇ ଖବର ମିଳିଥିଲା । ଏହାପରେ ରେଡ୍ କରାଯାଇ ଜଣେ ୧୯ ବର୍ଷୀୟ ଯୁବକକୁ ଗିରଫ କରାଯାଇଥିଲା । ତା ନିକଟରୁ ରାଇଫଲ୍, ମାଗାଜିନ୍, ବଡି ଆର୍ମର ସମେତ ଅନ୍ୟ ଅସ୍ତ୍ରଶସ୍ତ୍ର ମିଳିଛି ।

ପଢନ୍ତୁ ଏହି ଖବର: 'ମୋର ୨୧ ଜଣ ସ୍ତ୍ରୀ ଅଛନ୍ତି, ମୁଁ ଆଠ ଜଣଙ୍କ ନାମ ମନେ ରଖିଛି... ମୁଁ ଭିନ୍ନ ଭିନ୍ନ ସ୍ତ୍ରୀଙ୍କ ସହିତ ଭିକ୍ଷା ମାଗେ!'

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଭିଯୁକ୍ତର ଘରେ ମଧ୍ୟ ଚଢାଉ କରାଯାଇଥିଲା । ଘରୁ ଆହୁରି ଅନେକ ଅସ୍ତ୍ରଶସ୍ତ୍ର ମିଳିଛି । ରାଇଫଲ୍ ସମେତ ଶତାଧିକ ଗୁଳି, ବାରୁଦ ଭଳି ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଏହାସହ କିଛି ଆତଙ୍କବାଦୀଙ୍କ ଫଟୋ ମଧ୍ୟ ଜବତ କରାଯାଇଛି । ତଦନ୍ତ ସମୟରେ ଅଭିଯୁକ୍ତ ଘରୁ ଏକ ଡକ୍ୟୁମେଣ୍ଟ୍ ମିଳିଥିଲା । ଏଥିରେ ମୁଁ କାହିଁକି ଲଢିବି ବୋଲି ଲେଖାଯାଇଥିଲା । ଏଥିରେ ସେ ଭାରତ ସମେତ ଦକ୍ଷିଣ ଏସିଆର ଲୋକଙ୍କୁ ଟାର୍ଗେଟ୍ କରିବ ବୋଲି ଉଲ୍ଲେଖ କରିଥିଲା ।