|
logo
Live

Argus News - ଟ୍ରମ୍ପ-ପୋପ କଳିରେ ନୂଆ ମୋଡ଼; ପୋପ ଲିଓ କହିଲେ "ମୁଁ ଟ୍ରମ୍ପ ପ୍ରଶାସନକୁ ଡରେନି, ମିଶନ ଜାରି ରହିବ"

International

Trump vs Pope / ଟ୍ରମ୍ପ-ପୋପ କଳିରେ ନୂଆ ମୋଡ଼; ପୋପ ଲିଓ କହିଲେ "ମୁଁ ଟ୍ରମ୍ପ ପ୍ରଶାସନକୁ ଡରେନି, ମିଶନ ଜାରି ରହିବ"

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଟ୍ରମ୍ପ-ପୋପ କଳିରେ ନୂଆ ମୋଡ଼; ପୋପ ଲିଓ କହିଲେ "ମୁଁ ଟ୍ରମ୍ପ ପ୍ରଶାସନକୁ ଡରେନି, ମିଶନ ଜାରି ରହିବ"
Global Clash of Voices

Key Points

ଏବେ ଟ୍ରମ୍ପଙ୍କ ଏହି ଟିପ୍ପଣୀ ଉପରେ ପୋପ ଲିୟୋ ମନ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି, "ମୁଁ ଟ୍ରମ୍ପ ପ୍ରଶାସନକୁ ଡରେ ନାହିଁ । ମୋତେ ଏହା ଶୁଣି ଦୁଃଖ ଲାଗୁଛି, କିନ୍ତୁ ମୁଁ ମିଶନ ଜାରି ରଖିବି ।"
ନୂଆଦିଲ୍ଲୀ: ଖ୍ରୀଷ୍ଟିଆନ୍ ସମୁଦାୟର ଶୀର୍ଷ ଧର୍ମଗୁରୁ ପୋପ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଇରାନ ସହ ଯୁଦ୍ଧର ଅନ୍ତ ନେଇ ପୋପ ପରାମର୍ଶ ଦେଇଥିବା ବେଳେ ଟ୍ରମ୍ପ କହିଥିଲେ, ମୋତେ କୌଣସି ପାଦରୀଙ୍କ ରାୟ ଆବଶ୍ୟକତା ନାହିଁ ।

ଏବେ ଟ୍ରମ୍ପଙ୍କ ଏହି ଟିପ୍ପଣୀ ଉପରେ ପୋପ ଲିୟୋ ମନ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି, "ମୁଁ ଟ୍ରମ୍ପ ପ୍ରଶାସନକୁ ଡରେ ନାହିଁ ।" ଅଲ୍ଜିରିୟା ଯାଉଥିବା ବେଳେ ଆସୋସିଏଟେଡ୍ ପ୍ରେସକୁ ପୋପ ଲିଓ କହିଛନ୍ତି, "ମୋର ବାର୍ତ୍ତା ରାଷ୍ଟ୍ରପତିଙ୍କ କଥା ସହ ସମାନ ଥିଲା, ମୋ ବିଚାରରେ ଭଲ ବାର୍ତ୍ତାର ମର୍ମ ବୁଝିବା ଦରକାର । ମୋତେ ଏହା ଶୁଣି ଦୁଃଖ ଲାଗୁଛି, କିନ୍ତୁ ମୁଁ ମିଶନ ଜାରି ରଖିବି । ଆଜି ବି ଦୁନିଆର ଚର୍ଚ୍ଚ ଏହାକୁ ମିଶନ ମାନନ୍ତି ।"

ଏଥିସହ ପଢ଼ନ୍ତୁ: ପୋପ୍‌ଙ୍କୁ ଟାର୍ଗେଟ୍ କଲେ ଟ୍ରମ୍ପ, ନିଜକୁ 'ଯୀଶୁ ଖ୍ରୀଷ୍ଟ'ଙ୍କ ସହ କଲେ ତୁଳନା...

ପୋପ କହିଛନ୍ତି, ଇତିହାସରେ ଆଗରୁ କେହି ଆମେରିକୀୟ ନିଜକୁ ସର୍ବଶକ୍ତିମାନ ଭାବି ଭ୍ରମରେ କାହିରି ଉପରେ ଆକ୍ରମଣ କରିନଥିଲେ । ମୁଁ କୌଣସି ବିତର୍କକୁ ଯିବିନାହିଁ । କାହାରିକୁ ଆକ୍ରମଣ କରିବାର ମୋର ଉଦ୍ଦେଶ୍ୟ ନାହିଁ ।

ମୋର ବାର୍ତ୍ତା ବେଶ୍ ସ୍ପଷ୍ଟ ଅଟେ । ଶାନ୍ତି ସ୍ଥାପିତ କରୁଥିବା ଲୋକ ଧନ୍ୟ । ସମସ୍ତଙ୍କ ଶାନ୍ତି ଓ ଯୁଦ୍ଧ ରୋକିବା ପାଇଁ ଉପାୟ ବାହାର କରିବା ଲାଗି ସମସ୍ତଙ୍କୁ ଆମନ୍ତ୍ରଣ ଦେବାରୁ ପଛକୁ ହଟିବି ନାହିଁ ବୋଲି ପୋପ ଲିୟୋ କହିଛନ୍ତି । ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି, ମୋତେ ଟ୍ରମ୍ପ ପ୍ରଶାସନକୁ ଡର ଲାଗେ ନାହିଁ ।

କ'ଣ କହିଥିଲେ ଟ୍ରମ୍ପ ?

ରବିବାର ରାତିରେ ଲିୟୋଙ୍କୁ ଟାର୍ଗେଟ୍ କରିଥିଲେ ଆମେରିକା ରାଷ୍ଟ୍ରପତି । ଡୋନାଲ୍ଡ ଟ୍ରମ୍ପ କହିଥିଲେ, "ମୋତେ ଲାଗୁ ନାହିଁ ଆମେରିକାରେ ଜନ୍ମିତ ପୋପ୍ ଲିୟୋଙ୍ ଭଲ କାର୍ଯ୍ୟ କରୁଛନ୍ତି । ପୋପ କଟ୍ଟର ବାମପନ୍ଥୀଙ୍କୁ ଖୁସ୍ କରିବା ବନ୍ଦ କରିଦେବା ଦରକାର ।"

ଏଥିସହ ପଢ଼ନ୍ତୁ: ଇସ୍ରାଏଲ ଭାଙ୍ଗିଦେଲା ଗାନ୍ଧୀ ହସ୍ପିଟାଲ; ବାପୁଙ୍କ ସମ୍ମାନର ଥିଲା ପ୍ରତୀକ

ଫ୍ଲୋରିଡ଼ାରୁ ୱାଶିଂଟନ ଫେରିବା ସମୟରେ ଡୋନାଲ୍ଡ ଟ୍ରମ୍ପ ସୋସିଆଲ୍ ମିଡିଆରେ ଏକ ଦୀର୍ଘ ପୋଷ୍ଟ କରି ପୋପଙ୍କୁ କଡ଼ା ସମାଲୋଚନା କରିଥିଲେ । ବିମାନରୁ ଓହ୍ଲାଇବା ପରେ ବି ଟ୍ରମ୍ପ, ପୋପଙ୍କ ସମାଲୋଚନା କରିବା ଜାରି ରଖିଥିଲେ ।

ଟ୍ରମ୍ପ କହିଥିଲେ ଯେ, ମୁଁ ପୋପଙ୍କ ଫ୍ୟାନ୍ ନୁହେଁ । ଯେତେବେଳେ କି ପୋପ କିଥିଲେ, 'ସର୍ବଶକ୍ତିମାନ ହେବାର ଭ୍ରମ' ଇରାନରେ ଆମେରିକା-ଇସ୍ରାଏଲ୍ ଯୁଦ୍ଧକୁ ଇନ୍ଧନ ଦେଉଛି । ତେବେ ପୋପ-ଟ୍ରମ୍ପଙ୍କ ମଧ୍ୟରେ ମତଭେଦ ନୂଆ ନୁହେଁ । କିନ୍ତୁ ପୋପ କୌଣସି ଆମେରିକୀୟ ନେତାଙ୍କୁ ସିଧା ସମାଲୋଚନା କରିବା କ୍ଵଚିତ ଦେଖାଯାଏ । ଆଉ ଟ୍ରମ୍ପଙ୍କ ପ୍ରତିକ୍ରିୟା ଅସାମାନ୍ୟ ନୁହେଁ ତା'ଠୁ ଅଧିକ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Trump vs Pope: ଟ୍ରମ୍ପ-ପୋପ କଳିରେ ନୂଆ ମୋଡ଼; ପୋପ ଲିଓ କହିଲେ "ମୁଁ ଟ୍ରମ୍ପ ପ୍ରଶାସନକୁ ଡରେନି, ମିଶନ ଜାରି ରହିବ" | Argus News