Pregnant Job Service / 'ପ୍ରେଗନେଣ୍ଟ ଜବ୍ ସର୍ଭିସ'ର ଯୋଜନା, ଗର୍ଭବତୀ କଲେ ମିଳିବ ଲକ୍ଷ ଲକ୍ଷ ଟଙ୍କା
·8 months ago·2 min read

Key Points
ଗର୍ଭବତୀ କର, ୧୦ ଲକ୍ଷ ନିଅ
ନିସନ୍ତାନ ମହିଳାଙ୍କୁ ଗର୍ଭବତୀ କଲେ ମିଳିବ ଅଫର୍
'ପ୍ରେଗନେଣ୍ଟ ଜବ୍ ସର୍ଭିସ'ର ନୂଆ ଯୋଜନା

ଏମିତି ଏକ ସ୍କିମ ଯାହା ଶୁଣିଲେ ଆପଣଙ୍କୁ ବି ଅଜବ ଆଉ ଆଶ୍ଚର୍ଯ୍ୟ ଲାଗିବ । ହେଲେ ଏମିତି ଉପାୟରେ ସମସ୍ତ ନିସନ୍ତାନ ଦମ୍ପତ୍ତିଙ୍କୁ ନିଜ ଜାଲରେ ଫସାଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ ସାଇବର ଠକ ।ଏମିତି ଏକ ଯୋଜନା ଯାହା ବିହାରର ନୱାଦାରେ ଦେଖିବାକୁ ମିଳିଛି । ଏହି ଯୋଜନା ଦ୍ଵାରା ସାଇବର ଠକଙ୍କ ଠକିବାର ନୂଆ ତରିକା ସାମ୍ନାକୁ ଆସିଛି । ସାଇବର ଠକମାନେ ନିସନ୍ତାନ ଦମ୍ପତ୍ତିଙ୍କୁ ସମ୍ବେଦନତାର ନିଶାନା ବନେଇ ଏମିତି ଏକ ଯୋଜନା ତିଆରି କରିଛନ୍ତି, ଯାହାର ନାଁ ଦେଇଛନ୍ତି 'ଅଲ ଇଣ୍ଡିଆ ପ୍ରେଗନେଣ୍ଟ ଜବ୍ ସର୍ଭିସ' ।
ଏହି ଯୋଜନାରେ ସାଇବର ଠକମାନେ ଲୋକଙ୍କୁ ଫୋନ କରି କହୁଥିଲେ , ନିସନ୍ତାନ ମହିଳାଙ୍କୁ ଯଦି କେହି ଗର୍ଭବତୀ କରିପାରନ୍ତି, ତେବେ ଏହା ବଦଳରେ ସେ ତାଙ୍କୁ ୧୦ ଲକ୍ଷ ଟଙ୍କା ଯାଏଁ ଦେଇପାରିବେ । ଏହି ଲୋଭରେ ଅନେକ ଜଣ ବ୍ୟକ୍ତି ଏହି ଯୋଜନା ପାଇଁ ରେଜିଷ୍ଟେସନ କରିଥିଲେ । ସାଇବର ଠକମାନେ କେବଳ ଟଙ୍କାର ଆବଶ୍ୟକତା ଥିବା ବ୍ୟକ୍ତି ଏବଂ ନିସନ୍ତାନ ଦମ୍ପତ୍ତିଙ୍କୁ ଟାର୍ଗେଟ କରି ଫୋନ କରୁଥିଲେ । ସେମାନଙ୍କୁ ଟଙ୍କାର ଲୋଭ ଦେଖାଇ ନିଜ ଜାଲରେ ଫସାଉଥିଲେ । ଏଥିସହ ଭରଷା ଦେଉଥିଲେ, ଏହା ଏକ ବିଶ୍ଵାସନୀୟ ସୁରକ୍ଷିତ ଯୋଜନା । ଆଉ ଲୁଟୁଥିଲେ ଲକ୍ଷଲକ୍ଷ ଟଙ୍କା ।
ଏଥିସହ ପଢ଼ନ୍ତୁ: ଥଣ୍ଡାରେ ଥୁରୁଥୁରୁ ଦେଶ, ଜାଡ଼ ନେଇଗଲା ୯ ମୁଣ୍ଡ ଅନେକ ଆହତ
ହେଲେ ପୋଲିସକୁ ଏହି ସାଇବର ଠକ ସଂସ୍ଥା ଉପରେ ଗୁପ୍ତ ସୂଚନା ମିଳିଥିଲା । ଆଉ ପୋଲିସ ନିଜର ଏକ ଟିମ୍ ଗଠନ କରି ୨ ଜଣଙ୍କୁ ଗିରଫ କରିଥିଲେ । ତେବେ ଗିରଫଙ୍କ ଭିତରେ ଜଣେ ନାବାଳକ ଥିବା ସୂଚନା ମିଳିଛି । ତେବେ ଅଭିଯୁକ୍ତଙ୍କୁ ପଚରାଉଚରାରୁ ଜଣା ପଡିଥିଲା ସେମାନେ ଆଜିଯାଏଁ ଏହି ଯୋଜନା ଦ୍ଵାରା ଦ୍ଵାରା ଲକ୍ଷ ଲକ୍ଷ ଟଙ୍କା ଲୁଟି ସାରିଛନ୍ତି । ଏହି ଯୋଜନା ଦ୍ଵାରା କେବଳ ପୁରୁଷ ନୁହେଁ, ନିସନ୍ତାନ ମହିଳାଙ୍କୁ ମଧ୍ୟ ଫସାଉଥିଲା ଏହି ସଂସ୍ଥା । ମହିଳାଙ୍କୁ ଭରଷା ଦିଆଯାଇ କୁହାଯାଉଥିଲା, ସେମାନଙ୍କ ପାଖରେ ସ୍ଵତନ୍ତ୍ର ଟେକ୍ନିକ୍ ଅଛି, ଯାହାଦ୍ଵାରା ସେମାନେ ତାଙ୍କୁ ଗର୍ଭବତୀ କରିପାରିବେ । ଆଉ ଏଥିପାଇଁ ସେମାନେ ସେହି ମହିଳାମାନଙ୍କ ପାଖରୁ ଟଙ୍କା ମଧ୍ୟ ନେଉଥିଲେ । ପୋଲିସ ତାଙ୍କ ପାଖରୁ ୪ଟି ଫୋନ ଜବତ କରିଛି । ଏବେ ଅନ୍ୟ ମାନଙ୍କୁ ଖୋଜିବା ସହ ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଦେଶ ଖବର:
Related Topics
Explore more stories