Putin Residence Drone Attack / ପୁଟିନ୍ଙ୍କ ବାସଭବନ ଉପରକୁ ଆକ୍ରମଣ ଉଦ୍ୟମ, ଲଗାତାର ୯୧ଟି ଡ୍ରୋନ୍ରେ ହମ୍ଲା
·6 months ago·2 min read

Key Points
ଋଷ୍ ରାଷ୍ଟ୍ରପତି ପୁଟିନ୍ଙ୍କ ବାସଭବନ ଉପରକୁ ଆକ୍ରମଣ ଉଦ୍ୟମ
ଲଗାତାର ୯୧ଟି ଡ୍ରୋନ୍ରେ ହମ୍ଲା
ସମସ୍ତ ଡ୍ରୋନ୍କୁ ଆକାଶମାର୍ଗରେ ହିଁ ଧ୍ଵଂସ କଲା ଋଷ୍ ସେନା

ପ୍ରାୟ ଚାରି ବର୍ଷ ଧରି ଜାରି ରହିଛି ଋଷ-ୟୁକ୍ରେନ୍ ଯୁଦ୍ଧ । ତେବେ ଯୁଦ୍ଧରେ ବିରତି ପାଇଁ ଶାନ୍ତି ଆଲୋଚନା ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ଘର ଉପରକୁ ଆକ୍ରମଣ ଉଦ୍ୟମ ହୋଇଛି । ପୁଟିନ୍ଙ୍କ ଘରକୁ ଲଗାତାର ୯୧ଟି ଡ୍ରୋନ୍ ହମ୍ଲା ହୋଇଥିବା ସୂଚନା ମିଳିଛି । ତେବେ ଋଷ ସେନା ସମସ୍ତ ଡ୍ରୋନ୍କୁ ଆକାଶମାର୍ଗରେ ହିଁ ଧ୍ଵଂସ କରିଛି । ୟୁକ୍ରେନ୍ ଡ୍ରୋନ୍ ଆକ୍ରମଣ କରିଥିବା ନେଇ ଦାବି କରିଛି ଋଷ୍ ।
ଋଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଅଭିଯୋଗ କରିଛନ୍ତି, ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ୯୧ଟି ଡ୍ରୋନ ମାଡ଼ କରିଛି । ସେ କହିଛନ୍ତି ଯେ, ନୋଭଗୋରୋଡ ଅଞ୍ଚଳରେ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନକୁ ଟାର୍ଗେଟ କରାଯାଇଥିଲା।
ଲାଭରୋଭ କହିଛନ୍ତି ଯେ, ଆକ୍ରମଣ ଡିସେମ୍ବର ୨୮-୨୯ ତାରିଖ ରାତିରେ ଦୂରଗାମୀ ଡ୍ରୋନ ଦ୍ୱାରା କରାଯାଇଥିଲା । ଋଷର ଏୟାର ଡିଫେନ୍ସ ସିଷ୍ଟମ୍ ସମସ୍ତ ଡ୍ରୋନକୁ ମଝି ଆକାଶରେ ଖସାଇ ଦେଇଥିଲା । ସେ ଏହାକୁ ୟୁକ୍ରେନ ଦ୍ୱାରା ପ୍ରାୟୋଜିତ ଏକ ଆତଙ୍କବାଦୀ ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି । ଆକ୍ରମଣ ସମୟରେ ରାଷ୍ଟ୍ରପତି ପୁଟିନ ଉପସ୍ଥିତ ଥିଲେ କି ନାହିଁ ସେ ବିଷୟରେ କୌଣସି ସୂଚନା ମିଳିନାହିଁ ।
ସେପଟେ ଋଷ ଏହି ଆକ୍ରମଣର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହୋଇଛି। କେବେ ଏବଂ କେଉଁଠାରେ ପ୍ରତିଶୋଧମୂଳକ ଆକ୍ରମଣ କରାଯିବ ତାହା ମଧ୍ୟ ସ୍ଥିର କରିଛି ।
ଅନ୍ୟପଟେ ପୁଟିନଙ୍କ ବାସଭବନରେ ଉପରେ ହୋଇଥିବା ଆକ୍ରମଣ ଅଭିଯୋଗକୁ ଖଣ୍ଡନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଜେଲେନସ୍କି ଏହି ଦାବିଗୁଡ଼ିକୁ ମିଥ୍ୟା ବୋଲି କହିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ପୁଟିନଙ୍କ ବାସଭବନ ଉପରେ ଆକ୍ରମଣ କରିବାକୁ ନେଇ ୟୁକ୍ରେନର କୌଣସି ଉଦ୍ଦେଶ୍ୟ ନାହିଁ ।

Russia is at it again, using dangerous statements to undermine all achievements of our shared diplomatic efforts with President Trump's team. We keep working together to bring peace closer.
— Volodymyr Zelenskyy / Володимир Зеленський (@ZelenskyyUa) December 29, 2025
This alleged "residence strike" story is a complete fabrication intended to justify…
ଅନ୍ୟପଟେ ପୁଟିନଙ୍କ ବାସଭବନରେ ଉପରେ ହୋଇଥିବା ଆକ୍ରମଣ ଅଭିଯୋଗକୁ ଖଣ୍ଡନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଜେଲେନସ୍କି ଏହି ଦାବିଗୁଡ଼ିକୁ ମିଥ୍ୟା ବୋଲି କହିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ପୁଟିନଙ୍କ ବାସଭବନ ଉପରେ ଆକ୍ରମଣ କରିବାକୁ ନେଇ ୟୁକ୍ରେନର କୌଣସି ଉଦ୍ଦେଶ୍ୟ ନାହିଁ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories