Nuclear Attack / ପୁଟିନ୍ଙ୍କ ବଡ଼ ପ୍ଲାନ: ମହାକାଶରେ ପରମାଣୁ, ଧ୍ୱଂସ ହେବ ସବୁ ସାଟେଲାଇଟ୍ !
·1 hour ago·3 min read

Key Points
ମହାକାଶରେ ପରମାଣୁ ଆକ୍ରମଣ
ଧ୍ୱଂସ ହେବ ସବୁ ସାଟେଲାଇଟ୍ !
ବଡ଼ ପ୍ଲାନ କରୁଛନ୍ତି ପୁଟିନ୍
ଧ୍ୱଂସ ହେବ ସବୁ ସାଟେଲାଇଟ୍ !
ବଡ଼ ପ୍ଲାନ କରୁଛନ୍ତି ପୁଟିନ୍
ବଡ଼ ପ୍ରସ୍ତୁତି କରୁଛନ୍ତି ପୁଟିନ। ମହାକାଶରେ ହେବ ପରମାଣୁ ଆକ୍ରମଣ। ଆଉ ଖୁବ ଶୀଘ୍ର ଧ୍ୱଂସ ହୋଇଯିବ ସବୁ ସାଟେଲାଇଟ୍। ରୁଷ୍ ରାଷ୍ଟ୍ରପତି ପୁଟିନ ମହାକାଶରେ 'ପର୍ଲ ହାର୍ବର' ଭଳି ଏକ ବଡ଼ ଧରଣର ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି।ଉଲ୍ଲେଖଯୋଗ୍ୟ ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ହିଁ ନାଟୋକୁ ଆର୍ଥିକ ସହାୟତା କମାଇବା ନେଇ ଧମକ ଦେଇସାରିଛନ୍ତି। ତାଙ୍କ ମତରେ ୟୁରୋପ ନିଜର ସୁରକ୍ଷା ନିଜେ ସମ୍ଭାଳିବା ଉଚିତ୍, ଯାହାଦ୍ୱାରା ଆମେରିକା ଚୀନ୍ ଭଳି ଅନ୍ୟ ବଡ଼ ବିପଦ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିପାରିବ। ଏବେ ୟୁରୋପୀୟ ଦେଶଗୁଡ଼ିକ ମଧ୍ୟ ବୁଝିଗଲେଣି ଯେ ଦଶନ୍ଧି ଦଶନ୍ଧି ଧରି ସୁରକ୍ଷା ପାଇଁ କେବଳ ଆମେରିକା ଉପରେ ନିର୍ଭର କରିବାର ସମୟ ଶେଷ ହୋଇଯାଇଛି।
ପରମାଣୁ ଅସ୍ତ୍ର ବ୍ୟବହାର କରି ସମସ୍ତ ଉପଗ୍ରହ ବା ସାଟେଲାଇଟ୍ ନଷ୍ଟ କରିବା ହେଉଛି ତାଙ୍କର ମୁଖ୍ୟ ଲକ୍ଷ୍ୟ, ଯାହା ସମଗ୍ର ବିଶ୍ୱର ଯୋଗାଯୋଗ ବ୍ୟବସ୍ଥା, ଜିପିଏସ୍ ଏବଂ ବିମାନ ଚଳାଚଳକୁ ଘୋର ବିପଦରେ ପକାଇବ। ଆମେରିକୀୟ ସ୍ପେସ୍ କମାଣ୍ଡ ମୁଖ୍ୟ ଜେନେରାଲ୍ ଷ୍ଟିଫେନ୍ ହ୍ୱାଇଟିଂଙ୍କ ଏହି ଚାଞ୍ଚଲ୍ୟକର ଦାବି ଏବେ ଟ୍ରମ୍ପ ପ୍ରଶାସନର ନିଦ ହଜାଇ ଦେଇଛି। ଯଦି ରୁଷ୍ ସତରେ ମହାକାଶରେ ପରମାଣୁ ଅସ୍ତ୍ର ରଖେ, ତେବେ ଏହା ୧୯୬୭ ମସିହାର 'ଆଉଟର ସ୍ପେସ୍ ଟ୍ରିଟି' (Outer Space Treaty) ର ସିଧାସଳଖ ଉଲ୍ଲଂଘନ ହେବ। ଏହି ଚୁକ୍ତିନାମାରେ ରୁଷ୍ ମଧ୍ୟ ସ୍ୱାକ୍ଷର କରିଛି, ଯେଉଁଥିରେ ସ୍ପଷ୍ଟ ଲେଖାଯାଇଛି ଯେ କୌଣସି ଦେଶ ମହାକାଶରେ ପରମାଣୁ କିମ୍ବା ବ୍ୟାପକ ବିନାଶକାରୀ ଅସ୍ତ୍ର ମୁତୟନ କରିପାରିବେ ନାହିଁ। ମହାକାଶକୁ ଶାନ୍ତିପୂର୍ଣ୍ଣ ରଖିବା ପାଇଁ ହିଁ ଏହି ଚୁକ୍ତି କରାଯାଇଥିଲା।
ନାଟୋ ମହାସଚିବ ମାର୍କ ରୁଟେ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଶକ୍ତିଶାଳୀ ୟୁରୋପର ଅର୍ଥ ହେଉଛି ଶକ୍ତିଶାଳୀ ନାଟୋ। ସେମାନେ ୟୁକ୍ରେନକୁ ସହାୟତା ଜାରି ରଖିବା ସହ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିର ସୁରକ୍ଷା ଉପରେ କାମ କରୁଛନ୍ତି। ଆସନ୍ତା ନାଟୋ ସମ୍ମିଳନୀ ଅଙ୍କାରାଠାରେ ହେବ, ଯେଉଁଥିରେ ଅସ୍ତ୍ରଶସ୍ତ୍ର ଉତ୍ପାଦନ ହିଁ ମୁଖ୍ୟ ପ୍ରସଙ୍ଗ ରହିବ।
ରୁଷର ଏହି ଆଭିମୁଖ୍ୟକୁ ଦେଖି ୟୁରୋପୀୟ ଦେଶ ଏବଂ ନାଟୋ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି। ୟୁରୋପୀୟ କମିଶନର ଅଧ୍ୟକ୍ଷା ଉର୍ସୁଲା ଭନ୍ ଡେର୍ ଲେୟେନ୍ କହିଛନ୍ତି ଯେ ୟୁରୋପକୁ ଏବେ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ନିବେଶ ଏବଂ ଉତ୍ପାଦନ ଦ୍ରୁତ ଗତିରେ ବଢ଼ାଇବାକୁ ପଡ଼ିବ।
ଏଥିସହ ପଢ଼ନ୍ତୁ: ଏବେ ଆମେରିକା ହେବ ଧ୍ୱଂସ: ରୁଷଠୁ ଶିଖି ଟ୍ରମ୍ପଙ୍କୁ ମାତ୍ ଦେଲା ଇରାନ, ବୁଲୁଛି ଭୂତ ଜାହାଜ...
ଜେନେରାଲଙ୍କ ମତରେ, ଆମେରିକା ଏବଂ ନାଟୋ (NATO) ର ପାରମ୍ପରିକ ସାମରିକ ଶକ୍ତି ଆଗରେ ରୁଷ୍ ନିଜକୁ ଦୁର୍ବଳ ମନେ କରୁଛି। ତେଣୁ ସେମାନଙ୍କ ଶକ୍ତିକୁ କମାଇବା ପାଇଁ ପୁଟିନ ଏବେ ମହାକାଶକୁ ଯୁଦ୍ଧକ୍ଷେତ୍ରରେ ପରିଣତ କରିବାକୁ ନୂଆ ତରିକା ଆପଣାଉଛନ୍ତି। ବର୍ତ୍ତମାନ ରୁଷ୍ ସାଟେଲାଇଟ୍ଗୁଡ଼ିକର ସଞ୍ଚାର ବ୍ୟବସ୍ଥା ଏବଂ ଜିପିଏସ୍ ସିଗ୍ନାଲ୍କୁ ଜାମ୍ କରିବା ଆରମ୍ଭ କରିଦେଲାଣି। ଏହି ଜାମିଂ ଏତେ ବ୍ୟାପକ ଯେ ସିଭିଲିଆନ୍ ଏୟାରଲାଇନ୍ସର ବିମାନଗୁଡ଼ିକ ମଧ୍ୟ ବିପଦର ସମ୍ମୁଖୀନ ହେଉଛନ୍ତି।
.ମହାକାଶରେ ପରମାଣୁ ବିପଦ:
ବ୍ରିଟେନର ପ୍ରସିଦ୍ଧ ଖବରକାଗଜ 'ଦି ଟାଇମ୍ସ' (The Times) କୁ ଏକ ସାକ୍ଷାତକାର ଦେଇ ଜେନେରାଲ୍ ହ୍ୱାଇଟିଂ କହିଛନ୍ତି ଯେ, ୧୯୪୧ ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନ ଯେପରି ଆମେରିକା ଉପରେ ହଠାତ୍ 'ପର୍ଲ ହାର୍ବର' ଆକ୍ରମଣ କରିଥିଲା, ପୁଟିନ ଠିକ୍ ସେହିଭଳି ଏକ ଯୋଜନା କରୁଛନ୍ତି। ରୁଷ୍ ନିମ୍ନ କକ୍ଷପଥରେ (Low Earth Orbit) ଏକ ଆଣ୍ଟି-ସାଟେଲାଇଟ୍ ପରମାଣୁ ଅସ୍ତ୍ର ମୁତୟନ କରିବାକୁ ବିଚାର କରୁଛି। ଯଦି ଏହି ଅସ୍ତ୍ର ବ୍ୟବହାର କରାଯାଏ, ତେବେ ପୃଥିବୀ ଚାରିପଟେ ଘୂରୁଥିବା ବିଭିନ୍ନ ଦେଶର ସମସ୍ତ ସାଟେଲାଇଟ୍ ଧ୍ୱଂସ ହୋଇଯିବ। ଫଳରେ ସଞ୍ଚାର, ଜିପିଏସ୍, ପାଣିପାଗ ସୂଚନା ଏବଂ ସାମରିକ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଠପ୍ ହୋଇଯିବ, ଯାହା ବ୍ୟାଙ୍କିଙ୍ଗଠାରୁ ଆରମ୍ଭ କରି ଇଣ୍ଟରନେଟ୍ ପର୍ଯ୍ୟନ୍ତ ସବୁକିଛି ଉପରେ ପ୍ରଭାବ ପକାଇବ।
ଅଧିକ ପଢ଼ନ୍ତୁ ବିଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories