Russia Earned / ଜିତିଲା ଋଷିଆ, ଆଶ୍ଚର୍ଯ୍ୟ ହୋଇଗଲେ ଟ୍ରମ୍ପ...
·5 months ago·2 min read

Key Points
ଚାଲିଛି ଯୁଦ୍ଧ, କିନ୍ତୁ ଜିତିଗଲେ ପୁଟିନ
ସବୁଠି ଚର୍ଚ୍ଚା, ଜାଣନ୍ତୁ ପୁରା ଘଟଣା
ସବୁଠି ଚର୍ଚ୍ଚା, ଜାଣନ୍ତୁ ପୁରା ଘଟଣା
ଜିତିଗଲେ ପୁଟିନ୍। ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଏହା ଭିତରେ ସାମ୍ନାକୁ ଆସିଲା ବଡ଼ ଖବର। ଯାହା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ। ଇସ୍ରାଏଲ ବି ଇରାନ ଉପରେ କରୁଛି ଆକ୍ରମଣ । ଇରାନ ଦେଉଛି କାଉଣ୍ଟର ଜବାବ । ଯାହାକୁ ନେଇ ମଧ୍ୟପ୍ରାଚ୍ୟ ଅଶାନ୍ତ । ତେବେ ମହାସଂଗ୍ରାମରେ ଆମେରିକା ଇସ୍ରାଏଲ ଇରାନ ସମେତ ପଡୋଶୀ ଦେଶରେ କ୍ଷତି ହେଉଛି । କିନ୍ତୁ ଗୋଳିଆ ପାଣିରୁ ଫାଇଦା ନେଉଛି ଋଷ୍ । କୁହାଯାଉଛି ଯେ, ଯଦି ଦୀର୍ଘଦିନ ଧରି ଯୁଦ୍ଧ ଚାଲେ ତାହାଲେ ଋଷିଆର କ୍ଷତି ହେବ । ଯଦି ଇରାନ ଆତ୍ମସମର୍ପଣ କରେ ତେବେ ଋଷ ନିଜର ଏକ ପ୍ରକୃତ ବନ୍ଧୁକୁ ହରାଇବ । ସିରିୟା ଏବଂ ଭେନେଜୁଏଲା ଦୁର୍ବଳ ହୋଇସାରିଛନ୍ତି । ଏବେ ଇରାନ ଉପରେ ସମସ୍ତଙ୍କର ଆଖି ।
ଯୁଦ୍ଧ ପରେ ଋଷିଆର ଆୟ ବଢିଛି । ଦେଶର ମୋଟ୍ ଆୟର ୩୦ରୁ୪୦ ପ୍ରତିଶତ ତୈଳରୁ ଆସିଥାଏ । ଯାହାକୁ ୟୁକ୍ରେନ ଯୁଦ୍ଧରେ ବ୍ୟବହାର କରିବା ସହ ଅସ୍ତ୍ରଶସ୍ତ୍ର କ୍ରୟରେ ବିନିଯୋଗ କରାଯାଏ । ଏସବୁକୁ ଦେଖି ୟୁରୋପୀୟ ସଙ୍ଘର ସଭାପତି ଆଣ୍ଟୋନିଓ କୋଷ୍ଟା ଋଷିଆକୁ ଯୁଦ୍ଧର ଅସଲ ବିଜେତା ବୋଲି କହିଛନ୍ତି । ଭୂରାଜନୈତିକ ଦୃଷ୍ଟିକୋଣରୁ ଇରାନ ସହ ଋଷିଆର ସମ୍ପର୍କ ଭଲ ଅଛି । ପରସ୍ପର ଦେଶ ଆମେରିକା ବିରୋଧରେ ଏକାଠି ହୋଇଛନ୍ତି । ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ କରୁଛନ୍ତି । ୨୦୨୫ ଚୁକ୍ତି ଅନୁସାରେ, ମସ୍କୋକୁ ଅନେକ ଡ୍ରୋନ୍ ଦେଇଛି ଇରାନ । ତଥାପି ଇରାନ ବିରୋଧରେ ହେଉଥିବା ପ୍ରତ୍ୟକ୍ଷ ଆକ୍ରମଣକୁ ପୁଟିନ ରୋକିପାରୁ ନାହାଁନ୍ତି ।
ଏଥିସହ ପଢ଼ନ୍ତୁ: ଏମିତି ମନ ଭାଙ୍ଗିଥିଲା ଯେ, ଇଣ୍ଡଷ୍ଟ୍ରି ଛାଡ଼ିଦେଇଥାନ୍ତେ ଶ୍ରୀଲିଲା...
ମଧ୍ୟପ୍ରାଚ୍ୟ ଅଶାନ୍ତ ହେଲେ ବି ଏହା ପୁଟିନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି । ଋଷ ଆମେରିକାର ଆକ୍ରମଣକୁ ନିନ୍ଦା କରୁଛି । ଏହାସହ ଇରାନକୁ କିଛି ଗୁଇନ୍ଦା ତଥ୍ୟ ଦେଉଛି । କିନ୍ତୁ ଯୁଦ୍ଧରେ ଖୋଲାଖୋଲି ସାମିଲ ହେଉ ନାହିଁ । ପୁଟିନ ମୁଖ୍ୟତଃ ୟୁକ୍ରେନ୍ ଉପରେ ଫୋକସ କରୁଛନ୍ତି । ଯୁଦ୍ଧ ସମୟରେ ବିଶ୍ୱରେ କ୍ରୁଡ୍ ବା ଅଶୋଦ୍ଧିତ ତୈଳ ଦର ବୃଦ୍ଧି ପାଇଛି । ଯାହା ଋଷକୁ ଦେଉଛିଭଲ ଆୟ । ଏହା ନିଜର ତୈଳକୁ ଅନ୍ୟ ଦେଶକୁ ଅଧିକ ଦାମରେ ବିକ୍ରି କରୁଛି । ଏସିଆର ଅନେକ ଦେଶ ହର୍ମୋଜ ଷ୍ଟ୍ରେଟ୍ ଦେଇ ତୈଳ ଆସୁ ନଥିବାରୁ ମସ୍କୋ ଉପରେ ବେଶି ନିର୍ଭର କରୁଛନ୍ତି । ସେମାନେ ଋଷକୁ ନିଜର ନୂଆ ତୈଳ ଉତ୍ସ ଭାବେ ବିବେଚନା କରୁଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ବିଦେଶ ଖବର:
Related Topics
Explore more stories