Videos
|
International

Omani Co Pilot Flydubai Flight / କିପରି ଥିଲେ ଭାରତୀୟ କ୍ୟାପଟେନ୍ ଙ୍କ ଉପରେ ଆକ୍ରମଣ କରିଥିବା ଓମାନି ସହ-ପାଇଲଟ୍?

Subhramjit Ray
Browse all articles by Subhramjit Ray
·2 hours ago·2 min read
କିପରି ଥିଲେ ଭାରତୀୟ କ୍ୟାପଟେନ୍ ଙ୍କ ଉପରେ ଆକ୍ରମଣ କରିଥିବା ଓମାନି ସହ-ପାଇଲଟ୍?
Omani Co Pilot Flydubai Flight

Key Points

ଭାରତୀୟ କ୍ୟାପଟେନ ସ୍ମିତ୍ ମଛାରଙ୍କ ଉପରେ ଆକ୍ରମଣ କରିଥିବା ସହ-ପାଇଲଟ୍ କିଏ? ତାଙ୍କ ନାମ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଏବେ ତାଙ୍କ ଓମାନ ନାଗରିକତା ଉପରେ ପ୍ରଶ୍ନ ଉଠାଯାଉଛି।
ଉଡ଼ାଣ ସମୟରେ ଦୁବାଇ ଠାରୁ ତେଲ ଆଭିଭ ଯାଉଥିବା ଫ୍ଲାଏଦୁବାଇ ବିମାନ FZ1073 ରେ ଭାରତୀୟ କ୍ୟାପଟେନ ସ୍ମିତ୍ ମଛାରଙ୍କ ଉପରେ ଅଚାନକ ଆକ୍ରମଣ କରିଥିଲେ ତାଙ୍କ ସହ-ପାଇଲଟ୍। ସେହି ପାଇଲଟ୍ ଜଣଙ୍କ ଓମାନ୍ ନାଗରିକ ବୋଲି କୁହାଯାଉଛି। ଏହି ଆକ୍ରମଣ ପରେ ବିମାନ କିଛି ସମୟ ମଧ୍ୟରେ ପ୍ରାୟ ୧୮ ହଜାର ଫୁଟ୍ ତଳକୁ ଖସି ଆସିଥିଲା। ସେହି ଓାମାନ୍ ପାଇଲଟ୍ ଜଣଙ୍କ ଫ୍ଲାଏଦୁବାଇ ବିମାନକୁ ଦୁର୍ଘଟଣାଗ୍ରସ୍ତ କରିବାକୁ ଚେଷ୍ଟା କରିଥିଲେ। ହେଲେ ବିମାନରେ ଯାତ୍ରା କରୁଥିବା ଯାତ୍ରୀ ତାଙ୍କୁ କାବୁ କରି ନେଇଥିଲେ। ଏହା ପରେ ବିମାନକୁ ପାଇଲଟ୍ ସାଉଦି ଆରବ ଠାରେ ଅବତରଣ କରାଇଥିଲା।

ସହ-ପାଇଲଟ୍ ବିଷୟରେ ଏପର୍ଯ୍ୟନ୍ତ କେବଳ ଏତିକି ଜଣା ଅଛି ଯେ ସେ ଜଣେ ଓମାନି ନାଗରିକ। ତାଙ୍କୁ ହେପାଜତକୁ ନିଆଯାଇ ଗୁରୁବାର ସଂଯୁକ୍ତ ଆରବ ଏମିରେଟ୍ସ (UAE) କୁ ହସ୍ତାନ୍ତର କରାଯାଇଥିଲା। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏହାକୁ ଏକ "ଆତଙ୍କବାଦୀ ଘଟଣା" ବୋଲି କହିଛନ୍ତି। ହେଲେ ସେହି ଓମାନି ନାଗରିକ ତଥା ସହ-ପାଇଲଟ୍‌ ଜଣଙ୍କ କାହିଁକି ଏଭଳି କାମ କରିଥିଲେ ତାହା ପଛରେ ରହିଥିବା ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ।

ସହ-ପାଇଲଟ୍ ବିଷୟରେ କ'ଣ ଜଣା ଅଛି?
ସହ-ପାଇଲଟ୍ ସହିତ କାମ କରୁଥିବା ଲୋକ ତାଙ୍କ ବିଷୟରେ ଅନେକ କଥା କହିଛନ୍ତି। ଇସ୍ରାଏଲ ଚ୍ୟାନେଲ ୧୬ ନ୍ୟୁଜ୍ ସହିତ କଥାବାର୍ତ୍ତା କରି ଜଣେ ଫ୍ଲାଏଦୁବାଇ ପାଇଲଟ୍, ସେହି ସହ-ପାଇଲଟ୍‌ଙ୍କୁ ଜଣେ ମୌଳବାଦୀ ଭାବରେ ବର୍ଣ୍ଣନା କରିଛନ୍ତି। ପାଇଲଟ୍ ଜଣଙ୍କ ଆହୁରି କହିଛନ୍ତି ଯେ ଅଭିଯୁକ୍ତ ଆକ୍ରମଣକାରୀ ମାତ୍ର ୮ ମାସ ପୂର୍ବରୁ ଫ୍ଲାଏଦୁବାଇ ସହ ଯୋଡ଼ି ହୋଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, "ସେ ଦିନସାରା ବହୁତ ନମାଜ ପଢୁଥିଲେ। ସେ ମହିଳାଙ୍କ ସହ ହାତ ମିଳାଉ ନଥିଲେ।"

ଏହା ସହ ପଢନ୍ତୁ: 'ଯାହା ଜଣାପଡୁଛି ଯେ ଜଣେ ପାଇଲଟ୍ ବିମାନକୁ ଦୁର୍ଘଟଣାଗ୍ରସ୍ତ କରିବାକୁ ଚାହୁଁଥିଲେ'

କ'ଣ ସହ-ପାଇଲଟ୍ ଜଣଙ୍କ ଓମାନ ନାଗରିକ?
ଏପର୍ଯ୍ୟନ୍ତ, ଏହା କୁହାଯାଉଛି ଯେ ସହ-ପାଇଲଟ୍ ଜଣେ ଓମାନ ନାଗରିକ। ହେଲେ ତଥାପି ତାଙ୍କର ଓମାନି ନାଗରିକତା ବିଷୟରେ ପ୍ରଶ୍ନ ଉଠାଯାଉଛି। କାରଣ ଇସ୍ରାଏଲୀ ଆଇନ ଅନୁଯାୟୀ ଯଦି କୌଣସି ବିମାନ କମ୍ପାନୀ ଇସ୍ରାଏଲ ଠାରେ କାର୍ଯ୍ୟ କରିବାକୁ ଚାହେଁ, ତାହେଲେ କେବଳ ସେହି ଦେଶର ପାଇଲଟ୍‌ ଙ୍କୁ ବିମାନ ଉଡ଼ାଣ କରିବାକୁ ଅନୁମତି ଦିଆଯିବା, ଯେଉଁମାନଙ୍କ ସହିତ ଇସ୍ରାଏଲ୍ ର ଔପଚାରିକ ସମ୍ପର୍କ ରହିଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଇସ୍ରାଏଲ୍ ର ଓମାନ ସହିତ କୌଣସି କୂଟନୈତିକ ସମ୍ପର୍କ ନାହିଁ। ଇସ୍ରାଏଲ ଆସିବାକୁ ହେଲେ ଓମାନ ନାଗରିକଙ୍କୁ ଭିସା ପାଇବା ଆବଶ୍ୟକ। "ଟାଇମ୍ସ ଅଫ୍ ଇସ୍ରାଏଲ" ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ପରିବହନ ମନ୍ତ୍ରୀ ମିରି ରେଗେଭ୍ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କୁ, ଏହି ଘଟଣାର ତଦନ୍ତ କରିବାକୁ କହିଛନ୍ତି। କାରଣ ୟୁଏଇ (UAE), ସେହି ସହ-ପାଇଲଟ୍‌ଙ୍କୁ ବିମାନ ଉଡ଼ାଣ କରିବାକୁ ଅନୁମତି ଦେଇ ବିମାନ ଚୁକ୍ତିନାମା ଉଲ୍ଲଂଘନ କରିଛି କି ନାହିଁ ତାହା ତଦନ୍ତରୁ ଜଣାପଡ଼ିବ।

ଏହି ଘଟଣା ସହିତ ପରିଚିତ ଅନ୍ୟାନ୍ୟ ସୂତ୍ର ଚ୍ୟାନେଲ ୧୨ କୁ କହିଛନ୍ତି ଯେ, ସେହି ସହ ପାଇଲଟ୍, ଯିଓ ଓମାନ ନାଗରିକ ବୋଲି କୁହାଯାଉଛି, ତାଙ୍କ ପାଖରେ ଦ୍ୱୈତ ନାଗରିକତା ରହିଛି। ଉଭୟ ଦେଶ ମଧ୍ୟରେ କଠୋର ଯାତ୍ରା କଟକଣା ରହିଥିବାରୁ, ହୁଏତ ଏହି କାରଣରୁ ତାଙ୍କୁ ବିମାନ ଉଡ଼ାଣ କରିବାକୁ ଅନୁମତି ଦିଆଯାଇ ଥାଇପାରେ।