Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ସୁନିତାଙ୍କୁ ନେଇ ମୁହଁ ଖୋଲିଲେ ପ୍ରଥମ ମହାକାଶଚାରୀ ରାକେଶ ଶର୍ମା

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ସୁନିତାଙ୍କୁ ନେଇ ମୁହଁ ଖୋଲିଲେ ପ୍ରଥମ ମହାକାଶଚାରୀ ରାକେଶ ଶର୍ମା

Key Points

  • ସୁନିତାଙ୍କୁ ନେଇ ରାକେଶ ଶର୍ମାଙ୍କ ପ୍ରତିକ୍ରିୟା 
  • ପୁରାପୁରି ସୁସ୍ଥ ଅଛନ୍ତି ସୁନିତା
  • ଠିକ ସମୟରେ ଫେରିବେ ସୁନିତା 

ଅର୍ଗସ ବ୍ୟୁରୋ : ସୁନିତାଙ୍କୁ ନେଇ ଅନେକ ସ୍ଥାନରେ କଳ୍ପନା ଜଳ୍ପନା ଜାରି ରହିଥିଲା ବେଳେ ତାଙ୍କୁ ନେଇ ସ୍ପଷ୍ଟ ମତାମତ ଦେଇଛନ୍ତି ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମା । ସେ କହିଛନ୍ତି ବିଭିନ୍ନ ଗଣମାଧ୍ୟମ ଦ୍ବାରା କେବଳ ଭୟବୀତ କରାଯାଉଛି । ପ୍ରକୃତରେ ସେ ସୁସ୍ଥ ଏବଂ ସୁରକ୍ଷିତ ଅଛନ୍ତି । ସେଠାରେ ତାଙ୍କର କୌଣସି ଅସୁବିଧା ହେଉନାହିଁ । ସୁନିତା ସେଠାକୁ ଏତେଦିନ ରହିବା ପାଇଁ ପ୍ରସ୍ତୁତ ହୋଇ ଯାଇନଥିଲେ, କିନ୍ତୁ ସେ ସେଠାରେ ସମ୍ପୁର୍ଣ୍ଣ ସୁସ୍ଥ ଏବଂ ସୁରକ୍ଷିତ ଅଛନ୍ତି ବୋଲି କହିଛନ୍ତି ରାକେଶ ଶର୍ମା । ଏବଂ ସେ କହିଛନ୍ତି ସେ ଯେତେବେଳେ ପୃଥିବୀକୁ ଫେରିବେ ସେତେବେଳେ ଏହା ପୁଣି ଦ୍ବିତୀୟ ଥର ପାଇଁ ବିଶ୍ବ ରେକର୍ଡ କରିବ । 

ସୁନିତା ଏବଂ ତାଙ୍କ ସାଥି ବଚ୍ ଉଇଲମୋରଙ୍କୁ ନେଇ ଯାଇଥିବା ବୋଇଙ୍ଗି ଷ୍ଟାର ଲାଇନର କ୍ୟାପସୁଲ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେଠାରେ ଉଭୟ ଜୁନରୁ ଫସି ରହିଥିଲେ । ପରେ ସେହି ଷ୍ଟାରଲାଇନରକୁ ପୃଥିବୀକୁ ଫେରାଇ ଅଣାଯାଇଥିବା ବେଳେ ଏବେ ସୁନିତା ଏବଂ ଉଇଲମୋରଙ୍କୁ ଯଥାଶୀଘ୍ର ପୃଥିବୀକୁ ଫେରାଇ ଆଣିବା ସମ୍ଭବ ନୁହେଁ ବୋଲି ନାସା ସ୍ପଷ୍ଟ କରିଛି । ଆଗାମୀ ୨୦୨୫ ମସିହା ଫେବୃଆରୀରେ ଆସିବେ ବୋଲି ନାସା ପକ୍ଷରୁ କୁହାଯାଇଛି । ୨୦୨୫ରେ ଏଲନ୍ ମସ୍କଙ୍କ ସ୍ପେସଏକ୍ସ କ୍ରିଉ-୯ ଯାନ ଯୋଗେ ପୃଥିବାକୁ ଫେରାଇ ଆଣାଯିବ ବୋଲି କହିଛନ୍ତି ନାସା ମୁଖ୍ୟ। ୮ ଦିନ ପାଇଁ ଯାଇଥିବା ଏହି ଦୁଇ ମହାକାଶଚାରୀଙ୍କୁ ସେଠାରେ ୮ ମାସ ରହିବାକୁ ପଡିବ ।

ତେବେ ଏହା ସହିତ ମହାକାଶ ଦୁନିଆରେ ଭାରତର ସଫଳତାକୁ ନେଇ ପ୍ରଶଂସା କରିଛନ୍ତି ରାକେଶ ଶର୍ମା । ସେ କହିଛନ୍ତି ଭାରତ ଯାହାକୁ ଖୁବ କମ ବଜେଟ୍ରେ କରି ଦେଖାଇଲା ତାକୁ ଅନ୍ୟ ଦେଶରେ ଖୁବ ଅଧିକ ବଜେଟ୍ ରେ କରୁଛନ୍ତି । ଯେଉଁଥିପାଇଁ ସାରା ବିଶ୍ବର ନଜର ଭାରତ ଉପରେ ରହିଛି । ସେହିପରି ଭାରତର ମହାକାଶ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ସଫଳତା ପାଉଛି ଯାହା ଗର୍ବର ବିଷୟ ।ମଙ୍ଗଳଯାନ ,ଗଗନଯାନ ର ସଫଳତା ପାଇଁ ମଧ୍ୟ ଭାରତର ସ୍ପେସ ଟେକନୋଲୋଜିକୁ ପ୍ରଶଂସା କରିଛନ୍ତି ରାକେଶ ଶର୍ମା । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
Rakesh Sharma's opinion on Sunita williams | Argus News