Videos
|
International

ଏହି ଯାତ୍ରା ମାର୍ଚ୍ଚ ୨୫ରେ ଆମେରିକାର ଚିକାଗୋରୁ ଆରମ୍ଭ ହେବ

Jitendra Dash
Browse all articles by Jitendra Dash
·2 years ago·1 min read
ଏହି ଯାତ୍ରା ମାର୍ଚ୍ଚ ୨୫ରେ ଆମେରିକାର ଚିକାଗୋରୁ ଆରମ୍ଭ ହେବ

ଅର୍ଗସ ବ୍ୟୁରୋ : ଆମେରିକାରେ ଆରମ୍ଭ ହେବାକୁ ଯାଉଛି ରାମ ମନ୍ଦିର ରଥ ଯାତ୍ରା । ଏହି ଯାତ୍ରା ମାର୍ଚ୍ଚ ୨୫ରେ ଆମେରିକାର ଚିକାଗୋରୁ ଆରମ୍ଭ ହେବ । ଏବଂ ପ୍ରାୟ ଆଠ ହଜାର ମାଇଲ ଦୂରତା ଅତିକ୍ରମ କରିବ । ଯାତ୍ରା ସମୟରେ ଆମେରିକାର ୮୫୧ଟି ମନ୍ଦିର ଏବଂ କାନାଡାର ୧୫୦ଟି ମନ୍ଦିର ପରିଦର୍ଶନ କରାଯିବ । 

କାନାଡାରେ ଆୟୋଜିତ ହେବାକୁ ଥିବା ରଥ ଯାତ୍ରା କାନାଡାର ବିଶ୍ବ ହିନ୍ଦୁ ପରିଷଦ ଦ୍ବାରା ଆୟୋଜିତ ହୋଇଛି । ଲୋକଙ୍କୁ ହିନ୍ଦୁ ଧର୍ମ ବିଷୟରେ ସଚେତନ କରାଇବା ଏହି ରଥ ଯାତ୍ରାର ଉଦ୍ଦେଶ୍ୟ ।  ଯାତ୍ରା ସମସ୍ତ ହିନ୍ଦୁଙ୍କୁ ଏକଜୁଟ ହେବାକୁ ସୁଯୋଗ ଦେଉଛି ବୋଲି ହିନ୍ଦୁ ମନ୍ଦିର ସଶକ୍ତିକରଣ ପରିଷଦ ତରଫରୁ କୁହାଯାଇଛି । 

ଅଧିକ ପଢନ୍ତୁ ବିଦେଶ ଖବର

ଟୟୋଟା ସାଇନା ଭ୍ୟାନ୍ ଉପରେ ନିର୍ମିତ ରଥରେ ପ୍ରଭୁ ରାମ, ଦେବୀ ସୀତା, ଲକ୍ଷ୍ମଣ, ଏବଂ ହନୁମାନଙ୍କ ପ୍ରତିମୂର୍ତ୍ତି, ଅଯୋଧ୍ୟା ରାମ ମନ୍ଦିରର ସ୍ବତନ୍ତ୍ର ପ୍ରସାଦ ଏବଂ ପ୍ରାଣପ୍ରତୀକ ପୂଜିତ ଅକ୍ଷତ କଳଷ ରଖାଯିବ । ଏପ୍ରିଲ ୨୩ରେ ହନୁମାନ ଜୟନ୍ତୀ ଦିନ ଯାତ୍ରା ଶେଷ ହେବ । ରଥ ଯାତ୍ରାରେ ଆମେରିକାର ପ୍ରାୟ ସମସ୍ତ ମନ୍ଦିର ପରିଦର୍ଶନ କରାଯିବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: