Interstellar Comet 2026 / ୧୭୦,୦୦୦ ବର୍ଷ ପରେ ନଜର ଆସିବ ରହସ୍ୟମୟ ଧୂମକେତୁ; କିପରି ଦେଖିବେ ଏପରି ବିରଳ ଦୃଶ୍ୟ
·4 months ago·2 min read

Key Points
ପ୍ରତି ୧.୭ ଲକ୍ଷ ବର୍ଷରେ ଦୃଶ୍ୟମାନ ହେଉଥିବା ବିରଳ ବିଦେଶୀ ଧୂମକେତୁ C/2025 R3 (Pan-STARRS), ଆକାଶରେ ଦୃଶ୍ୟମାନ ହେବାକୁ ଯାଉଛି। ଏହାକୁ ଏକ ବିରଳ ମହାକାଶୀୟ ଘଟଣା ଭାବେ ବିବେଚନା କରାଯାଉଛି।
C/2025 R3 Pan-STARRS: ମହାକାଶରେ ଘଟୁଥିବା କିଛି ଖଗୋଳୀୟ ଘଟଣା ବହୁତ ବିରଳ ହୋଇଥାନ୍ତି। ଯାହାକୁ ଜଣେ ବ୍ୟକ୍ତି ନିଜ ଜୀବନରେ କେବଳ ଥରେ ଦେଖିବାର ସୁଯୋଗ ପାଇଥାନ୍ତି। ଏବେ ଏପରି ଏକ ବିରଳ ଜାଗତିକ ଦୃଶ୍ୟ ଦେଖିବାକୁ ଯାଉଛି ବିଶ୍ୱ। ଯେତେବେଳେ ଏକ ବିରଳ ଆନ୍ତଃନାକ୍ଷତ୍ରିକ ଅର୍ଥାତ ବିଦେଶୀ ଧୂମକେତୁ ଆକାଶରେ ଝଲସି ଉଠୁଥିବାର ନଜର ଆସିବ। ଏହି ଘଟଣା କେବଳ ଜ୍ୟୋତିର୍ବିଜ୍ଞାନ ପ୍ରେମୀଙ୍କ ପାଇଁ ଖାସ୍ ନୁହେଁ ବରଂ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଯାଦୁ ଠାରୁ କମ୍ ନୁହେଁ।
ଏହା ଏକ ବିରଳ ଖଗୋଳୀୟ ଘଟଣା ହେବାକୁ ଯାଉଛି। ଯାହା
ଏକ ଅତ୍ୟନ୍ତ ବିରଳ ଜ୍ୟୋତିର୍ବିଜ୍ଞାନ ଘଟଣା। "C/2025 R3 (Pan-STARRS)" ଏକ ବିରଳ ଆନ୍ତଃନାକ୍ଷତ୍ରିକ ଅର୍ଥାତ ବିଦେଶୀ ଧୂମକେତୁ ସୌରମଣ୍ଡଳ ଦେଇ ଗତି କରିବ। ଏହି ଧୂମକେତୁ ପ୍ରଥମେ ଗତ ବର୍ଷ ସେପ୍ଟେମ୍ବର ୭ ତାରିଖରେ "ହାଲିଆକାଲା" (Haleakala) ଠାରେ "Pan-STARRS" ଦ୍ୱାରା ଆବିଷ୍କୃତ ହୋଇଥିଲା।
୧.୭ ଲକ୍ଷ ବର୍ଷରେ ଆସିଥାଏ ଏପରି ସୁଯୋଗ
ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଜ୍ୟୋତିର୍ବିଜ୍ଞାନୀ ବିଶ୍ୱାସ କରନ୍ତି ଯେ ଏହି ଧୂମକେତୁ ପ୍ରାୟ ୧.୭ ଲକ୍ଷ ଅର୍ଥାତ୍ ପ୍ରତି ୧,୭୦,୦୦୦ ବର୍ଷରେ ଥରେ ସୂର୍ଯ୍ୟ ଚାରିପାଖରେ ପରିକ୍ରମା କରିଥାଏ। ଏହାର ଅର୍ଥ ହେଉଛି ଏହା ଶେଷ ଥର ପାଇଁ ପୃଥିବୀରେ ପ୍ରାଗ ଐତିହାସିକ ସମୟରେ ଦୃଶ୍ୟମାନ ହୋଇଥିଲା। ଏହାର ବର୍ତ୍ତମାନର ଦୃଶ୍ୟକୁ ଅତ୍ୟନ୍ତ ସ୍ୱତନ୍ତ୍ର ଏବଂ ବିରଳ ବୋଲି ବିବେଚନା କରାଯାଏ।
ଏହାକୁ କେବେ ଏବଂ କିପରି ଦେଖିବା?
ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହି ଧୂମକେତୁକୁ ଦେଖିବାର ସର୍ବୋତ୍ତମ ସମୟ ହେଉଛି ଅପ୍ରେଲ ୧୦ରୁ ୨୦ ତାରିଖ। ଏହି ସମୟରେ ଏହା ଧିରେ ଧିରେ ଉଜ୍ଜ୍ୱଳ ହୋଇଉଠିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅପ୍ରେଲ ୧୯: ଏହା ସୂର୍ଯ୍ୟର ସବୁଠାରୁ ନିକଟତମ (Perihelion) ହେବ।
ଅପ୍ରେଲ ୨୭: ଏହା ପୃଥିବୀର ସବୁଠାରୁ ନିକଟତମ ହେବା ସହ ଉଜ୍ଜ୍ୱଳମୟ ହୋଇଉଠିବ। ହେଲେ ଏହା ସେହି ସମୟରେ ଉତ୍ତର ଗୋଲାର୍ଦ୍ଧରେ ଦୃଶ୍ୟମାନ ହେବ ନାହିଁ।
ଏହାକୁ ଦେଖିବାର ସଠିକ୍ ଉପାୟ
ନିକ୍ ଜେମ୍ସ ଙ୍କ କହିବା ଅନୁଯାୟୀ ଏହାକୁ ଦେଖିବା ପାଇଁ ସୂର୍ଯ୍ୟୋଦୟ ହେବାର ପ୍ରାୟ ୧-୨ ଘଣ୍ଟା ପୂର୍ବରୁ ଆପଣ ଜାଗ୍ରତା ହୋଇ ଉଠନ୍ତୁ। ପୂର୍ବ ଦିଗରେ ଏକ ସ୍ପଷ୍ଟ ଆକାଶକୁ ଦେଖନ୍ତୁ। ନିଜ ଆଖ ପାଖର ଆଲୋକରୁ ଦୂରରେ ରୁହନ୍ତୁ। ଏକ ଅନ୍ଧାରୁଆ ଖୋଲା ସ୍ଥାନକୁ ଚାଲି ଯାଆନ୍ତୁ। ଏହି ଧୂମକେତୁ ବର୍ତ୍ତମାନ "ପେଗାସସ୍" (Pegasus) ନକ୍ଷତ୍ରରେ ଅବସ୍ଥିତ। ଯାହା "ଗ୍ରେଟ୍ ସ୍କୋୟାର ଅଫ୍ ପେଗାସସ୍" (Great Square of Pegasus) ନିକଟ ଦେଇ ଗତି କରୁଛି।
ଏହି ଧୂମକେତୁକୁ କିପରି ଚିହ୍ନିବେ?
ଧୂମକେତୁକୁ ଚିହ୍ନିବା ପାଇଁ ଏହାର ମଳିନ ଆଭା ମଣ୍ଡଳ (Coma) ଉପରେ ଧ୍ୟାନ ଦିଅନ୍ତୁ। ଏହା ସୂର୍ଯ୍ୟ ପାଖକୁ ଆସିବା ମାତ୍ରେ ଏହାର ଛୋଟ ଲାଞ୍ଜ ଦୃଶ୍ୟମାନ ହେବ। ଯଦିଓ ଏହାକୁ ଖାଲି ଆଖିରେ ଦେଖାଯାଇ ପାରିବ, ହେଲେ ତଥାପି ୧୦x୫୦ ଦୂରବୀକ୍ଷଣ ଭଳି ଉପକରଣ ସାହାଯ୍ୟରେ ଏହାକୁ ଅଧିକ ସ୍ପଷ୍ଟ ଭାବରେ ଦେଖିହେବ।

Related Topics
Explore more stories