Rare Flower Discovery / ଦୀର୍ଘ ୧୩ବର୍ଷର ଅପେକ୍ଷା ପରେ ଖୋଜି ପାଇଲେ ଦୁର୍ଲଭ ଫୁଲ: "ଜୀବନକୁ ବାଜି ଲଗାଇ ଫୁଲ ଫୁଟିବାକୁ ଜଗିଥିଲି"
·7 months ago·3 min read

Key Points
ଦୁର୍ଲଭ ଫୁଲ ପାଇଁ ୧୩ ବର୍ଷ ଅପେକ୍ଷୋ ୨୩ ଘଣ୍ଟାର ଯାତ୍ରା ଖୁବ କଷ୍ଟକର ଥିଲା। ପ୍ରତି ମୁହୂର୍ତ୍ତରେ ଜୀବନ ପ୍ରତି ବିପଦ ରହିଥିଲା। ତଥାପି ମୁଁ ମୋ ଲକ୍ଷ୍ୟପଥରେ ଆଗେଇ ଚାଲିଥିଲି।
ସୋସିଆଲ ମିଡିଆରେ ଭାଇରାଲ ହେଉଛି ପରିବେଶବିତଙ୍କର ଫୁଲ ଖୋଜିବା ଭିଡିଓ। ଏହା ଇଣ୍ଟରନେଟରେ ରେକର୍ଡ ବ୍ରେକ କରିଛନ୍ତି। ଆପଣ ଯଦି କିଛି ପାଇବାକୁ କଷ୍ଟ କରିଛନ୍ତି ତାହେଲେ ଦିନେ ନା ଦିନେ ସେହି କଷ୍ଟର ପାରଶ୍ରମିକାତା ପାଇବେ। ୧୩ବର୍ଷର କଠିନ ପରିଶ୍ରମ ପରେ ସଫଳତା ମିଳିଲା ଆଉ ଏମିତି ମିଳିଲା ସେ ନିଜେ ବିଶ୍ବାସ କରିପାରିଲେନି। ଭୋ ଭୋ ହୋଇ କାନ୍ଦି ପକାଇଲେ। ଭିଡିଓଟିକୁ ଦେଖିଲେ ଆପଣ ହଠାତ କିଛି ବୁଝିପାରିବେନି। କିନ୍ତୁ ନିଶ୍ଚିତ ଖୁସି ଲାଗିବ।
ବର୍ଷେ କି ଦୁଇବର୍ଷ ନୁହେଁ ଜଣେ ପରିବେଶବିତ୍ ଦୀର୍ଘ ୧୩ ବର୍ଷ ଧରି ଯେଉଁ ଦୁର୍ଲଭ ଫୁଲର ସନ୍ଧାନରେ ଥିଲେ ତାହାକୁ ସେ ପାଇଯାଇଛନ୍ତି। ଆଖି ସାମ୍ନାରେ ଉକ୍ତ ଫୁଲକୁ ଦେଖି ଭୋଭୋ ହୋଇ କାନ୍ଧି ପକାଇଥିଲେ ପରିବେଶବିତ୍ । ଏହି ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହାସହ ପଢ଼ନ୍ତୁ: ଅନଲାଇନରେ 'ଝିଅ' ଖୋଜୁଛନ୍ତି ଚୀନ ମହିଳା, ଫ୍ଲାଟ ସହ ଦରମା ଦେବେ ୩୮,୦୦୦ ଟଙ୍କା
ଦୁର୍ଲଭ ଫୁଲକୁ ପାଇବା ପରେ ଭୋଭୋ ହୋଇ କାନ୍ଦିଲେ ପରିବେଶବିତ୍
ଏହା ହେଉଛି ଇଣ୍ଡୋନେସିଆ ପରିବେଶବିତ୍ ସେପ୍ଟିଆନ୍ ଆଣ୍ଡ୍ରିକିଙ୍କ କାହାଣୀ। ସେପ୍ଟିୟନଙ୍କୁ ଲୋକେ ସ୍ନେହରେ 'ଡେକି' ବୋଲି ଡାକିଥାଆନ୍ତି। ଡେକି ଦୁର୍ଲଭ ଫୁଲକୁ ପାଇବାପରେ ପ୍ରତିକ୍ରିୟା ଦେଇ କହିଛନ୍ତି, "ମୁଁ ଉକ୍ତ ଫୁଲକୁ ଫୁଟିବା ଦେଖି ନିଜର କୋହକୁ ଅଟକାଇ ପାରି ନଥିଲି। ଭୋଭୋ ହୋଇ କାନ୍ଦିବାକୁ ଲାଗିଥିଲି।। ମୋ ସହିତ ଥିବା ରେଞ୍ଜର ମୋ କାନ୍ଦ ଦେଖି ଭାବିଥିଲେ ମୁଁ ବୋଧେ ଜଙ୍ଗଲରେ କୌଣସି ଏକ ଭୂତ ଦେଖି ଦେଇଛି। ତେଣୁ ଭୟରେ କାନ୍ଧିବାକୁ ଲାଗିଛି।
ସହଜ ନଥିଲା ୧୩ ବର୍ଷ ଅପେକ୍ଷୋ ୨୩ ଘଣ୍ଟାର ଯାତ୍ରା
ଜଣେ ସ୍ଥାନୀୟ ରେଞ୍ଜରଙ୍କଠାରୁ ସୂଚନା ପାଇବା ପରେ ମୁଁ ଏବଂ ମୋର ଦଳ ସମ୍ପୂର୍ଣ୍ଣ ଗୋଟିଏ ଦିନ ଘନ ଜଙ୍ଗଲରେ ବିତାଇଥିଲୁ। ଦୁର୍ଲଭ ଫୁଲ ପାଇଁ ୧୩ ବର୍ଷ ଅପେକ୍ଷୋ ୨୩ ଘଣ୍ଟାର ଯାତ୍ରା ଖୁବ କଷ୍ଟକର ଥିଲା। ପ୍ରତି ମୁହୂର୍ତ୍ତରେ ଜୀବନ ପ୍ରତି ବିପଦ ରହିଥିଲା। ତଥାପି ମୁଁ ମୋ ଲକ୍ଷ୍ୟପଥରେ ଆଗେଇ ଚାଲିଥିଲି। ଅକ୍ସଫୋର୍ଡ ବଟାନିକ୍ ଗାର୍ଡେନ୍ ବିଶ୍ୱବିଦ୍ୟାଳୟର ଉପ ନିର୍ଦ୍ଦେଶକ କ୍ରିସ୍ ଥୋରୋଗୁଡ୍ ଏହି ସମ୍ପୂର୍ଣ୍ଣ ଘଟଣାକୁ କ୍ୟାମେରାରେ କଏଦ କରିଥିଲେ ଏବଂ ଭିଡିଓଟି ଏବେ ଭାଇରାଲ ହୋଇଛି।।
ଏହାସହ ପଢ଼ନ୍ତୁ: ଫେରି ଯାତ୍ରା ସମୟରେ ପର୍ଯ୍ୟଟକଙ୍କ ସୁଟକେସ୍ ସମୁଦ୍ରରେ ଭାସିଗଲା
ଏହି ଫୁଲ ଏତେ ସ୍ୱତନ୍ତ୍ର କାହିଁକି?
ବିଶ୍ୱରେ ରାଫ୍ଲେସିଆର ଡର୍ଜନ ଡର୍ଜନ ପ୍ରଜାତି ଅଛି, ଯାହାକୁ ପ୍ରାୟତଃ "କର୍ପସ ଲିଲି" କିମ୍ବା "ଲାସ ଫୁଲ" କୁହାଯାଏ। କାରଣ ଏଗୁଡ଼ିକ ପଚି ଗଲେ ସେଥିରୁ ମାଂସ ପରି ଗନ୍ଧ ବାହାରିଥାଏ। ଏଗୁଡ଼ିକର ଫୁଲ ୧ ମିଟର ଚଉଡା ପର୍ଯ୍ୟନ୍ତ ବଢ଼ିପାରେ ଏବଂ ୬ କିଲୋଗ୍ରାମରୁ ଅଧିକ ଓଜନ ହୋଇପାରେ। କିନ୍ତୁ "ରାଫ୍ଲେସିଆ ହାସେଲଟି" ସେମାନଙ୍କ ମଧ୍ୟରୁ ସବୁଠାରୁ ବିରଳ।
ଦୁର୍ଲଭ ଫୁଲଟିକୁ ଫୁଟିବାକୁ ପ୍ରାୟତଃ ନଅ ମାସ ଲାଗେ। ଚଳିତ ବର୍ଷ ଆରମ୍ଭରେ ପଶ୍ଚିମ ସୁମାତ୍ରାର ଜଣେ ରେଞ୍ଜର ମୋତେ ଏହି ଫୁଲ ଗଛର ଏକ ଫଟୋ ପଠାଇଥିଲେ। ଚ୍ୟାଲେଞ୍ଜ ଥିଲା ଯେ ଫୁଲଟି ବିକଶିତ ହେବାକୁ ନଅ ମାସ ଲାଗେ। ଫୁଲଟି ଫୁଟିବାର କିଛିଦିନ ପରେ ମଉଳି ଯାଏ। ଯେଉଁସ୍ଥାନରେ ଏହି ଫୁଲ ଥିଲା ସେଠାରେ ବାଘ ଆକ୍ରମଣର ଅନେକ ଭୟ ରହିଥିଲା।
ଚନ୍ଦ୍ରାଲୋକ ତଳେ ଦୁର୍ଲଭ ଫୁଲଟି ଖୋଲିଲା ତାର ପାଖୁଡ଼ା
୨୩ ଘଣ୍ଟାର ଯାତ୍ରାପରେ ଯେତେବେଳେ ମୁଁ, ଡକ୍ଟର ଥୋରୋଗୁଡ୍ ଏବଂ ରେଞ୍ଜର ଇସୱାଣ୍ଡି ଘଟଣାସ୍ଥଳରେ ପହଞ୍ଚିଥିଲି ଫୁଲ ଫୁଟି ନଥିଲା। ସନ୍ଧ୍ୟା ଗଡ଼ି ଯାଉଥିଲା । ଘଟଣାସ୍ଥଳ ଛାଡ଼ି ଦେବାକୁ ଇସୱାଣ୍ଡି ସତର୍କ କରାଇ ଦେଇଥିଲେ। ମୁଁ କିନ୍ତୁ ସେ ସ୍ଥାନ ଛାଡ଼ିବାକୁ ରାଜି ନଥିଲି। ଜୀବନକୁ ବାଜି ଲଗାଇ ଏକଘଣ୍ଟା ପର୍ଯ୍ୟନ୍ତ ଘଟଣାସ୍ଥଳରେ ଜଗି ରହିଥିଲି। ଦେଖୁ ଦେଖୁ ଘଣ୍ଟାଏ ବିତିଗଲା। ଏହାପରେ ଯାହା କଳ୍ପନା କରିଥିଲି ତାହା ହିଁ ଘଟିଲା। ଚନ୍ଦ୍ରାଲୋକ ତଳେ ଦୁର୍ଲଭ ଫୁଲଟି ତାର ପାଖୁଡା ଖୋଲିବାକୁ ଆରମ୍ଭ କଲା।
ଶିଶୁର ଜନ୍ମ ପରି ଥିଲା ଦୁର୍ଲଭ ଫୁଲ ଫୁଟିବାର ପ୍ରକ୍ରିୟା
ଆମ ଆଖି ଆଗରେ ଫୁଲକୁ ଫୁଟୁଥିବା ଦେଖିବାର ସୌଭାଗ୍ୟ ପାଇଥିଲୁ। ସଙ୍ଗେ ସଙ୍ଗେ ଦୁର୍ଲଭ ମୁହୂର୍ତ୍ତକୁ କ୍ୟାମେରାରେ କୈଦ କରିଥିଲୁ। ଏହି ମୁହୂର୍ତ୍ତଟି ମୋ ସ୍ମୃତିରେ ସବୁଦିନ ପାଇଁ ବଞ୍ଚି ରହିବ। ମୋ ପାଇଁ ଏହା ଏକ ଶିଶୁର ଜନ୍ମ ପରି ଥିଲା। କାରଣ ରାଫ୍ଲେସିଆ ଫୁଲର ଫୁଟିବାର ଚକ୍ର ନଅ ମାସ। ଠିକ୍ ମା' ଗର୍ଭରେ ବଢ଼ୁଥିବା ଶିଶୁ ପରି। ଫୁଲକୁ ପ୍ରସ୍ଫୁଟିତ ଦେଖିବା ମୋର ପ୍ରଥମ ସନ୍ତାନକୁ ଦେଖିବାର ଖୁସି ପରି ଥିଲା।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories