Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆମେରିକାରେ ପ୍ରବାସୀ ଓଡିଆଙ୍କ ପକ୍ଷରୁ ରଥଯାତ୍ରା ପାଳିତ

International

ଆମେରିକାରେ ପ୍ରବାସୀ ଓଡିଆଙ୍କ ପକ୍ଷରୁ ରଥଯାତ୍ରା ପାଳିତ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଆମେରିକାରେ ପ୍ରବାସୀ ଓଡିଆଙ୍କ ପକ୍ଷରୁ ରଥଯାତ୍ରା ପାଳିତ

ଅର୍ଗସ ବ୍ୟୁରୋ : ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା ଖାଲି ଓଡ଼ିଶା କି ଭାରତରେ ନୁହେଁ, ଭାରତ ବାହାରେ ମଧ୍ୟ ବଡ଼ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ସାତ ଦରିଆପାରି ସୁଦୂର ଆମେରିକାର ଜର୍ଜିଆ ସ୍ଥିତ ଆଲ୍ଫାରେଟା ସହରରେ ବାସ କରୁଥିବା ପ୍ରବାସୀ ଓଡ଼ିଆ ଭାଇଭଉଣୀ ମାନେ ମହା ଆଡ଼ମ୍ବର ସହ ପବିତ୍ର ରଥଯାତ୍ରା ପାଳନ କରିଛନ୍ତି । ମନ୍ଦିରରକୁ ବାହାରି ଚତୁର୍ଦ୍ଧାମୂରତି ଭକ୍ତଙ୍କ ଗହଣକୁ ଆସିଥିଲେ ଏବଂ ଅତି ଆନନ୍ଦ ଉଲ୍ଲାସରେ ଭକ୍ତମାନେ ମହାବାହୁଙ୍କ ପହଣ୍ଡି କରି ରଥାରୂଢ଼ କରାଇଥିଲେ ।

ଅଧିକ ପଢନ୍ତୁ : ତାଞ୍ଜାନିଆରେ ଓଡ଼ିଆ ସମାଜ ପକ୍ଷରୁ ରଥଯାତ୍ରା ପାଳିତ

ଏଇ ଅବସରରେ ଓଡ଼ିଆ ଭାଷା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଏଠାରୁ ପ୍ରକାଶିତ ବାର୍ଷିକ ଓଡ଼ିଆ ପତ୍ରିକା ନନ୍ଦିଘୋଷର ତୃତୀୟ ସଂସ୍କରଣ ଉନ୍ମୋଚିତ ହୋଇଥିଲା । ଏହି ପତ୍ରିକାଟିର ଇ-ସଂସ୍କରଣ ମଧ୍ୟ ଉପଲବ୍ଧ ହେଉଛି, ଯେଉଁଥିରେ ୧୪ଟି ଗପ, କବିତା ତଥା ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା ଉଭୟ ଓଡ଼ିଆ ଓ ଇଂରାଜୀ ଭାବରେ ସ୍ଥାନିତ ହୋଇଛି । ରଥଯାତ୍ରାର ଏହି ପବିତ୍ର ଉତ୍ସବରେ ଖାଲି ଓଡ଼ିଆ ଭକ୍ତ ନୁହନ୍ତି, ହଜାର ହଜାର ସଂଖ୍ୟକ ଅଣ-ଓଡ଼ିଆ ତଥା ସ୍ଥାନୀୟ ଭକ୍ତଗଣ ଏହି ଅବସରରେ ଯୋଗ ଦେଇ ରଥାରୂଢ଼ ଚତୁର୍ଦ୍ଧାମୂର୍ତିଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ । ରଥଟଣା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଏବଂ ମହା ପ୍ରସାଦ ସେବନ ସହିତ ମହାବାହୁଙ୍କ ଏହି ବାର୍ଷିକ ଉତ୍ସବ ସମାପନ ହୋଇଥିଲା ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
rathayatra celebrated in America by odia people | Argus News