Videos
|
International

Temperature Recorded in Drass / ଭାରତର ଏହି ସ୍ଥାନରେ ତାପମାତ୍ରା -୨୪.୬ ଡିଗ୍ରୀ ସେଲସିୟସ୍‌, ପାଇପିରେ ପାଣି ଗରମ କରି ପିଅନ୍ତି ଲୋକେ

Banajyotshna Ray
Browse all articles by Banajyotshna Ray
·6 months ago·2 min read
ଭାରତର ଏହି ସ୍ଥାନରେ ତାପମାତ୍ରା -୨୪.୬ ଡିଗ୍ରୀ ସେଲସିୟସ୍‌, ପାଇପିରେ ପାଣି ଗରମ କରି ପିଅନ୍ତି ଲୋକେ
Recorded in Drass

Key Points

ଭାରତର ସବୁଠୁ ଶୀତଳତମ ସ୍ଥାନ ହେଲା ଦ୍ରାସ
ଯେଉଁଠି ପାଣି ହେଇଯାଉଛି ବରଫ
ବର୍ତ୍ତମାନ ରାଜ୍ୟ ତଥା ରାଜ୍ୟ ବାହାର ପ୍ରବଳ ଶୀତ ଅନୁଭୂତ ହେଉଛି। ବାହାରକୁ ବାହାରିବା ସମୟରେ ଭୟ ଲାଗୁଛି। ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଶୀତର ପ୍ରକୋପ । ସଞ୍ଜ ହେଉ କି ସକାଳ। ନା ଘରୁ ବାହାରି ହେଉଛି ନା ଘରକୁ ଫେରି ହେଉଛି । ରାଜ୍ୟ ବାହାରେ ମଧ୍ୟ ଏତେ ମାତ୍ରାରେ ଶୀତ ଅନୁଭୂତ ହେଉଛି ଯେ, କିଛି କିଛି ସ୍ଥାନ ଏମିତି ରହିଛି ଯେଉଁଠି ପୋଖରୀ ପାଣି ବି ବରଫ ହୋଇଯାଉଛି। ଉତ୍ତର ଭାରତ ଓ ହିମାଳୟ କ୍ଷେତ୍ରରେ ଏବେ ଭୀଷଣ ଥଣ୍ଡା ଓ ଶୀତ ଲହରର ପ୍ରକୋପ ଜାରିରହିଛି। ଏମିତି ଏକ ସ୍ଥାନ ହେଉଛି ଦ୍ରାସ। ଦ୍ରାସରେ ତାପମାତ୍ରା -୨୪.୬ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ହ୍ରାସ ହୋଇଛି, ଯାହା ଦେଶରେ ଶନିବାର ସବୁଠୁ କମ ତାପମାତ୍ରା ବୋଲି ଜଣାପଡିଛି।

ତେବେ ଲଦ୍ଦାଖରେ ଥଣ୍ଡା ଏବେ ବିକରାଳ ରୂପ ଧାରଣ କରିଛି। ସେହିପରି ନ୍ୟୋମା ଓ ପଦୁମରେ ଯଥାକ୍ରମେ ବିଯୁକ୍ତ ୨୦.୩ ଓ ବିଯୁକ୍ତ ୧୯.୬ ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି। ହନଲେରେ ପାରଦ ବିଯୁକ୍ତ ୧୭.୦ ଡିଗ୍ରି ରହିଛି। ଏହି ସମୟରେ ଲେହ ସହରର ତାପମାତ୍ରା ବିଯୁକ୍ତ ୧୪.୪ ଡିଗ୍ରି ସେଲସିୟସ ରେକର୍ଡ ହୋଇଛି।କାଶ୍ମୀର ଉପତ୍ୟାକାରୁ ଆରମ୍ଭ କରି ଲଦ୍ଦାଖ ପର୍ଯ୍ୟନ୍ତ ତାପମାତ୍ରା ଶୁନରୁ କିଛି ଡିଗ୍ରି ତଳକୁ ଖସିଛି। ଏଣୁ ସ୍ୱଭାବିକ ଜନଜୀବନ ଗୁରୁତର ପ୍ରଭାବିତ ହୋଇଛି। ଏଥିରେ ଜମ୍ମୁ-କାଶ୍ମୀରର ଦ୍ରାସ ଓ ଲଦ୍ଦାଖ କ୍ଷେତ୍ରର ଦେଶର ସବୁଠୁ ଶୀତଳତମ ସ୍ଥାନରେ ପରିଣତ ହୋଇଛି। ଶ୍ରୀନଗରରେ ମଧ୍ୟ ଗତ ରାତି ଚଳିତ ଋତୁର ସବୁଠୁ ଶୀତଳତମ ରାତ୍ରି ଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ତେବେ ଚଳିତବର୍ଷ ପଡିଥିବା ଥଣ୍ଡାରୁ ନିକଟ ଭବିଷ୍ୟତରେ ଆଶ୍ୱସ୍ତି ମିଳିବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ଆକଳନ କରିଛନ୍ତି। ତଥ୍ୟ ଅନୁସାରେ କାଶ୍ମୀର ଉପତ୍ୟାକାରେ ଶୋପିୟାନ ସବୁଠୁ ଥଣ୍ଡା ସ୍ଥାନରେ ପରିଣତ ହୋଇଛି। ଏଠାରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୮.୨ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ପୁଲବାମାର ତାପମାତ୍ରା ବିଯୁକ୍ତ ୮ ଡିଗ୍ରି ସେଲସିୟସ ଥିବା ବେଳେ ପହଲଗାମରେ ବିଯୁକ୍ତ ୭.୮।

ଏଥିସହ ପଢ଼ନ୍ତୁ: ଶୀତରେ ଥରୁଛି ଓଡ଼ିଶା, ସଞ୍ଜ ନଇଁଲେ ପାଦରୁ ମୁଣ୍ଡ ଯାଏଁ କୋଲ ମାରିଯାଉଛି

କାଶ୍ମୀର ଉପତ୍ୟାକାରେ ହ୍ରାସ ହେଉଥିବା ତାପମାତ୍ରାର ପ୍ରଭାବ ଏଠାକାର ଜଳ ସ୍ରୋତ ଉପରେ ସ୍ପଷ୍ଟ ଦେଖି ହେଉଛି। ଭୀଷଣ ଥଣ୍ଡାରେ ଝରଣା ଓ ପୁଷ୍କରିଣୀ ବରଫ ପାଲଟିଛି। ଶ୍ରୀନଗରର ପ୍ରସିଦ୍ଧ ଡାଲ ହ୍ରାଦର ପାଣି ବରଫ ହୋଇଯାଇଛି। ଏଣୁ ହ୍ରଦରେ ଏବେ ଶିକାରା ଚଳାଇବା ସମ୍ଭବ ହେଉ ନାହିଁ। ଏହା ଛଡା ଜନବସତି ଅଞ୍ଚଳରେ ପିଇବା ପାଣି ପାଇପରେ ପାଣି ବରଫ ପାଲଟିବା ଏବେ ଚିନ୍ତାର କାରଣ ପାଲଟିଛି। ଲୋକେ ଏବେ ଗୁରୁତର ପାନୀୟ ସଂକଟର ସମ୍ମୁଖୀନ ହୋଇଛନ୍ତି। ଏଣୁ ପାଇପରେ ପାଣି ତରଳେଇବା ପାଇଁ ଲୋକେ ନିଆଁ ଜାଳୁଥିବାର ଦେଖାଯାଉଛନ୍ତି।

ଅଧିକ ପଢ଼ନ୍ତୁ ବିଦେଶ ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories