Videos
|
Weather-calamities

Coldest Night / ଶୀତରେ ଥରୁଛି ଓଡ଼ିଶା, ସଞ୍ଜ ନଇଁଲେ ପାଦରୁ ମୁଣ୍ଡ ଯାଏଁ କୋଲ ମାରିଯାଉଛି

Banajyotshna Ray
Browse all articles by Banajyotshna Ray
·8 months ago·2 min read
ଶୀତରେ ଥରୁଛି ଓଡ଼ିଶା, ସଞ୍ଜ ନଇଁଲେ ପାଦରୁ ମୁଣ୍ଡ ଯାଏଁ କୋଲ ମାରିଯାଉଛି
Coldest Night

Key Points

ଶୀତ କରୁଛି କଲବଲ
ରେକର୍ଡ ଭାଙ୍ଗୁଛି ଏବର୍ଷର ଶୀତ

ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଶୀତର ପ୍ରକୋପ । ରେକର୍ଡ ଭାଙ୍ଗୁଛି ଏ ବର୍ଷର ଶୀତ। ସଞ୍ଜ ହେଉ କି ସକାଳ। ନା ଘରୁ ବାହାରି ହେଉଛି ନା ଘରକୁ ଫେରି ହେଉଛି। ଥଣ୍ଡାର ଥାର୍ଡ ଡିଗ୍ରୀ ଭିତରେ ପାଦରୁ ମୁଣ୍ଡ ଯାଏଁ କୋଲ ମାରିଯାଉଛି। ଆଭ୍ୟନ୍ତରୀଣ ଓଡ଼ିଶା କଥା ଛାଡ଼ନ୍ତୁ, ହାଡ଼ଭଙ୍ଗା ଶୀତରେ ରାଜ୍ୟର ପ୍ରମୁଖ ସହର ସହ ଟ୍ୱିନସିଟି ବି ଏବେ ଥରୁଛି । ଆସନ୍ତା ୨୪ ଘଣ୍ଟା ପାଇଁ କଟକ, ଖୋର୍ଦ୍ଧା, ଝାରସୁଗୁଡ଼ା, ଅନୁଗୁଳ, ଜଗତସିଂହପୁର ଓ ସୁନ୍ଦରଗଡ଼ରେ ପ୍ରବଳ ରୁ ଅତି ପ୍ରବଳ ଥଣ୍ଡା ହେବାର ସମ୍ଭାବନା ଥିବାରୁ ହଳଦିଆ ଚେତାବନୀ ସହ ସର୍ତକ ସୂଚନା ଜାରି କରାଯାଇଛି । ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସତର୍କ ରୁହନ୍ତୁ। ବାହାରକୁ ବାହାରିବା ସମୟରେ ଥଣ୍ଡା ପ୍ରତି ଧ୍ୟାନ ଦିଅନ୍ତୁ।

ଏପଟେ ଭୁବନେଶ୍ୱର ୨୨ବର୍ଷ ମଧ୍ୟରେ ରେକର୍ଡ ହେଲା ସବୁଠାରୁ ଥଣ୍ଡା ରାତ୍ରି । ୨୦୦୪ ଠାରୁ ଏତେ ଥଣ୍ଡା ରାଜଧାନୀରେ କେବେବି ଅନୁଭୂତ ହୋଇନଥିଲା। ଜାନୁଆରୀ ମାସରେ ତୃତୀୟ ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି । ସର୍ବନିମ୍ନ ରାତ୍ରି ତାପମାତ୍ରା ୯.୨ ଡ଼ିଗ୍ରୀ ରେକର୍ଡ କରାଯାଇଛି । କେବଳ ସେତିକି ନୁହେଁ ତାପମାତ୍ରା ୨.୬ ଡିଗ୍ରୀକୁ ଖସିଛି । ୬ ଡିଗ୍ରୀ ତଳେ ରହିଛି ୬ଟି ସ୍ଥାନର ତାପମାତ୍ରା । ୭ଟି ସ୍ଥାନରେ ପାରଦ ୬ରୁ ୮ ଡିଗ୍ରୀ ମଧ୍ୟରେ ରହିଛି । ଉପକୂଳରୁ ନେଇ ଉପାନ୍ତ ସବୁଠି ରାଜୁତି କରୁଛି ମାଘ ମାସର ବାଘୁଆ ଶୀତ ।

ଗତ ୨୪ ଘଣ୍ଟାରେ ୨୮ସହରରେ ୧୦ଡ଼ିଗ୍ରୀ ତଳେ ପାରଦ:

୩.୨ ଡ଼ିଗ୍ରୀ ସହ ଜି.ଉଦୟଗିରି ରାଜ୍ୟର ଥଣ୍ଡା ସହର ହୋଇଥିବା ବେଲେ ଶୀତରେ ଲାଗିବ ବ୍ରେକ।ବଢିବ ରାତ୍ରି ତାପମାତ୍ରା।ରାଜ୍ୟରେ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁର ପ୍ରବେଶ ତଥା ସକ୍ରିୟ ଅବପାତର ବାହ୍ୟ ବଳୟ ସହ ଜଡିତ ମେଘ ସମୂହର ଆଛାଦନ ଵୃଦ୍ଧି ହେତୁ ଆଜି ରାତିରୁ ଅନେକ ସ୍ଥାନରେ କମିବ ଶୀତର ପ୍ରଭାବ।
ସେପଟେ ଶିମିଳିପାଳରେ ତୁଷାର ପାତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: EPFOକୁ ନେଇ ଆସିଲା ବଡ଼: UPI ରେ ଉଠାଇବେ ଟଙ୍କା, ଜାଣନ୍ତୁ କେତେ ରହିବ ଲିମିଟ୍

ପ୍ରବଳ ଜାଡରେ ଥରୁଛି ଶିମିଳିପାଳ । ଶିମିଳିପାଳରେ -୧° ଡିଗ୍ରୀକୁ ଖସିଲା ପାରଦ, ଜନଜୀବନ ଅସ୍ତବ୍ୟସ୍ତ । ଉପରବାର୍ହାକାମୁଡା, ଦେବସ୍ଥଳୀ, କୁମାରୀ ଓ ଗୁରୁଗୁଡ଼ିଆ ଠାରେ ତୁଷାର ପାତ ହୋଇଥିବା ବେଳେ ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଘନକୁହୁଡିର ଧଳା ଚାଦର ତଳେ ଘୋଡେଇ ହୋଇଛି । ଶିମିଳିପାଳ ଅଭୟାରଣ୍ୟ ଏବଂ ପାଦଦେଶରେ ଥିବା ଯଶିପୁର, ଠାକୁରମୁଣ୍ଡା, କରଞ୍ଜିଆ, ରରୁଆଁ ଓ ଶୁକୃଳି ବ୍ଲକ ଅଞ୍ଚଳରେ ଘନ କୁହୁଡି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି ।

ରାଜ୍ୟରେ ଏବେ ପ୍ରବଳ ଶୀତର ଲହରୀ ଜାରି ରହିଛି। ଅନେକ ସ୍ଥାନରେ ପାରଦ ବହୁତ ତଳକୁ ଖସିଛି। ଶୀତ ପାଇଁ ଭାରତୀୟ ପାଣିପାଗ ବିଭାଗ ଅନେକ ଜିଲ୍ଲା ଲାଗି ସତର୍କ ସୂଚନା ଜାରି କରିଛି। ଶୀତ ପାଇଁ କଟକ ଜିଲ୍ଲାରେ ବଦଳିଛି ସ୍କୁଲ ସମୟ। ଶନିବାର ଦିନ ସକାଳ ୧୦ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ କଟକ ଜିଲ୍ଲର ସମସ୍ତ ପ୍ରକାରର ସ୍କୁଲଗୁଡ଼ିକୁ ସମୟ ପରିବର୍ତ୍ତନ କରାଯାଇଛି।

ଅଧିକ ପଢ଼ନ୍ତୁ ପାଣିପାଗ ଖବର: 


Related Topics

Explore more stories