Videos
|
International

ମିସ୍‌ ୟୁନିଭର୍ସ ଇଣ୍ଡିଆ ଟାଇଟଲ ଜିତିଲେ ରିୟା ସିଂଘା

Ritu Das
Browse all articles by Ritu Das
·1 year ago·1 min read
ମିସ୍‌ ୟୁନିଭର୍ସ ଇଣ୍ଡିଆ ଟାଇଟଲ ଜିତିଲେ ରିୟା ସିଂଘା

ଅର୍ଗସ ବ୍ୟୁରୋ: ଗୁଜରାଟୀ ମଡେଲ ରିୟା ସିଂଘା(୧୯) ‘ମିସ୍‌ ୟୁନିଭର୍ସ ଇଣ୍ଡିଆ ୨୦୨୪’ ଟାଇଟଲ ହାସଲ କରିଛନ୍ତି। ରବିବାର ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ‘ମିସ୍‌ ୟୁନିଭର୍ସ ଇଣ୍ଡିଆ ୨୦୨୪’ର ଗ୍ରାଣ୍ଡ ଫିନାଲେରେ ସେ ୫୧ ଜଣ ଫାଇନାଲିଷ୍ଟଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି। ପୂର୍ବତନ ମିସ୍‌ ୟୁନିଭର୍ସ ଇଣ୍ଡିଆ ତଥା ଅଭିନେତ୍ରୀ ଉର୍ବଶୀ ରୌତେଲା ରିୟାଙ୍କୁ ବିଜୟ ମୁକୁଟ ପିନ୍ଧାଇଛନ୍ତି। ଆସନ୍ତା ନଭେମ୍ବର ୧୬ରେ ମେକ୍ସିକୋ ରାଜଧାନୀ ମେକ୍ସିକୋ ସିଟିରେ ଆୟୋଜିତ ହେବାକୁ ଥିବା ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ରିୟା ଭାରତର ପ୍ରତିନିଧିତ୍ୱ କରିବେ। 

ରିୟା କହିଛନ୍ତି, ‘ମିସ୍‌ ୟୁନିଭର୍ସ ଇଣ୍ଡିଆ ୨୦୨୪’ ଟାଇଟଲ ହାସଲ କରି ସେ ଗର୍ବ ଅନୁଭବ କରୁଛନ୍ତି। ଏଥିପାଇଁ ତାଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଛି। ପୂର୍ବ ବିଜେତାମାନଙ୍କଠାରୁ ସେ ଅନୁପ୍ରାଣିତ ହୋଇଥିଲେ ବୋଲି ରିୟା କହିଛନ୍ତି। ସଫଳତା ପାଇଁ ରିୟାଙ୍କୁ ସୋସିଆଲ ମିଡିଆରେ ବହୁ ସେଲିବ୍ରିଟି ଅଭିନନ୍ଦନ ଜଣାଇବା ସହ ‘ମିସ୍‌ ୟୁନିଭର୍ସ ୨୦୨୪’ ପ୍ରତିଯୋଗିତା ପାଇଁ ଶୁଭକାମନା ମଧ୍ୟ ଜଣାଇଛନ୍ତି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Rhea Singha | Argus News