Videos
|
International

Military Plane Crash / ଉଡ଼ାଣ ଭରୁ ଭରୁ କ୍ରାସ୍ ହୋଇଗଲା ସେନା ବିମାନ, ୬ ଜଣଙ୍କ ମୃତ୍ୟୁ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଉଡ଼ାଣ ଭରୁ ଭରୁ କ୍ରାସ୍ ହୋଇଗଲା ସେନା ବିମାନ, ୬ ଜଣଙ୍କ ମୃତ୍ୟୁ
Tu-95 Crash in Russia's Amur Region: 6 Dead

Key Points

ଆକାଶରେ ଜଳିଗଲା ସୈନ୍ୟ ବିମାନ । ଋଷର ଦୂର ପୂର୍ବ ଅଞ୍ଚଳ ଅମୁରରେ ମଙ୍ଗଳବାର ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ମୋଟ ୬ ଜଣଙ୍କ ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ: ଉଡ଼ାଣର କିଛି ସମୟ ମଧ୍ୟରେ ଭୟଙ୍କର ଦୁର୍ଘଟଣା । ଆକାଶରେ ଜଳିଗଲା ସୈନ୍ୟ ବିମାନ । ଋଷର ଦୂର ପୂର୍ବ ଅଞ୍ଚଳ ଅମୁରରେ ମଙ୍ଗଳବାର ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟେକଅଫ୍‌ କରିବାର କିଛି ସମୟ ପରେ କ୍ରାସ୍ନୋୟାରୋଭୋ ଗାଁ ନିକଟରେ ବିମାନଟି ଖସିପଡ଼ିଥିଲା ।

ଏହି ଦୁର୍ଘଟଣାରେ ମୋଟ ୬ ଜଣଙ୍କ ମୃତ୍ୟୁ ହୋଇଛି । ଋଷିର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ, ଦୁର୍ଘଟଣାଗ୍ରସ୍ତ ବିମାନରେ ମୋଟ ୭ ଜଣ ଥିଲେ । ଦୁର୍ଘଟଣା ପରେ ଆହତମାନଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେମାନଙ୍କ ମଧ୍ୟରୁ ଦୁଇ ଜଣ ହସ୍ପିଟାଲ ଯିବା ବାଟରେ ପ୍ରାଣ ହରାଇଥିବା ରିପୋର୍ଟରେ କୁହାଯାଇଛି । ଏବେ ମୋଟ ମୃତ୍ୟୁସଂଖ୍ୟା ୬ରେ ପହଞ୍ଚିଛି । ଜଣେ ବ୍ୟକ୍ତି ବଞ୍ଚିଥିବା ଜଣାପଡ଼ିଛି ।

ଏଥିସହ ପଢ଼ନ୍ତୁ: ଭାରତ ପାଇଁ ବଡ଼ ଖବର... ୧୦୦% ଟାରିଫ୍‌ରୁ ରିହାତି ଭାରତୀୟ ଫାର୍ମାକୁ ବଡ଼ ଫାଇଦା 

ଦୁର୍ଘଟଣା ପରେ ବିମାନର ଇନ୍ଧନ ଟାଙ୍କରେ ବିସ୍ଫୋରଣ ହୋଇ ନିଆଁ ଲାଗିଥିବା ରିପୋର୍ଟ ଆସିଛି । ତେବେ, ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହାର ତଦନ୍ତ କରାଯିବ ବୋଲି ଜଣାପଡ଼ିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରାରମ୍ଭିକ ରିପୋର୍ଟରେ ବିମାନଟିକୁ Tupolev Tu-154 ବୋଲି କୁହାଯାଇଥିଲା । ତେବେ କିଛି ଅନ୍ୟ ରିପୋର୍ଟରେ ଏହା Tu-95MS ହୋଇଥାଇପାରେ ବୋଲି ଦାବି କରାଯାଇଛି । ତେଣୁ ବିମାନର ପ୍ରକୃତ ମଡେଲ ସମ୍ପର୍କରେ ସରକାରୀ ସ୍ପଷ୍ଟତା ଆସିବା ପର୍ଯ୍ୟନ୍ତ ନିଶ୍ଚିତ ତଥ୍ୟ ଭାବେ କହିବା ଠିକ୍ ହେବ ନାହିଁ ।

କେବେଠୁ ଉଡ଼ୁଛି Tupolev Tu-154 ?

Tupolev Tu-154 ହେଉଛି ସୋଭିଏତ ସଂଘ ସମୟର ୩ ଇଞ୍ଜିନ୍ ବିଶିଷ୍ଟ ବିମାନ । ଏହାର ବ୍ୟବହାର ପ୍ରଥମେ ସ୍ଵଳ୍ପ ଦୂରତା ଯାତ୍ରା ପାଇଁ କରାଯାଇଥିଲା । ପ୍ରଥମ ଉଡ଼ାଣ ୧୯୬୮ରୁ ୧୯୭୦ ମଧ୍ୟରେ ଆରମ୍ଭ ହୋଇଥିଲା । ଯାତ୍ରୀ ଉଡ଼ାଣ ପରେ ଏହି ବିମାନକୁ ସେନା ଓ ସରକାର ମଧ୍ୟ ପରିବହନ ଓ ବିଭିନ୍ନ ମିଶନରେ ବ୍ୟବହାର କରିଥିଲେ ।

ଏଥିସହ ପଢ଼ନ୍ତୁ: ରାଖାଇନ ବଜାର ନିକଟରେ ଭୟଙ୍କର ବିମାନ ଆକ୍ରମଣ: ୫୦ ମୃତ 

ସୋଭିଏତ ସଂଘ ସମୟରେ ଏହି ବିମାନକୁ ଯାତ୍ରୀ ପରିବହନ ପାଇଁ ସର୍ବାଧିକ ବ୍ୟବହାର କରାଯାଉଥିଲା । ବିଶେଷକରି ଦେଶ ଭିତରେ ଉଡ଼ାଣ ପାଇଁ ବ୍ୟବହାର ହେଉଥିଲା । ଏହାର ୧ ହଜାରରୁ ଅଧିକ ବିମାନ ନିର୍ମାଣ ହୋଇଥିଲା । ଯେଉଁଥିରେ ୩ଟି ଇଞ୍ଜିନ, ମଜଭୁତ୍ ଲ୍ୟାଣ୍ଡିଂ ଗିୟର ସହ କମ୍ ସୁବିଧା ଥିବା ଏୟାରଷ୍ଟ୍ରିପ୍‌ରୁ ଏହା ଉଡ଼ାଣ କରିପାରୁଥିଲା । ତେଣୁ ଋଷର ବିଶାଳ ଅଞ୍ଚଳ ପାଇଁ ଏହା ଉପଯୋଗୀ ଥିଲା ।

ଏବେ ଏହି ବିମାନର ବ୍ୟବସାୟିକ ଉପଯୋଗ ପ୍ରାୟ ବନ୍ଦ ହୋଇ ସାରିଛି । ତଥାପି କିଛି Tupolev Tu-154 ବିମାନ ସରକାରୀ ଓ ସେନାରେ ନିୟୋଜିତ ଅଛି । ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ଅନ୍ୟ ଏଜେନ୍ସି କର୍ମଚାରୀଙ୍କୁ ନେବା ଆଣବା ଲାଗି ବିମାନର ଭିନ୍ନ ଭିନ୍ନ ସଂସ୍କରଣ ବ୍ୟବହାର କରି ଆସୁଛନ୍ତି ।