Oreshnik missile strike Ukraine / ହାଇପରସୋନିକ୍ ଆକ୍ରମଣରେ କମ୍ପି ଉଠିଲା କୀଭ୍; ଦେଖୁ ଦେଖୁ ଧ୍ୱଂସ ହୋଇଗଲା କୋଠା
·1 hour ago·3 min read

Key Points
ୟୁକ୍ରେନ୍ ରାଜଧାନୀ କୀଭ୍ ଉପରେ ହୋଇଥିବା ଋଷିଆ ଆକ୍ରମଣର ଏକ ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସହରରେ ଅବସ୍ଥିତ ଘର, ସ୍କୁଲ, ବଜାର ଏବଂ ଅନ୍ୟାନ୍ୟ କୋଠା ମଧ୍ୟ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି।
Russia Hypersonic Missile Kyiv Attack: ରାତି ସମୟର ଋଷିଆ ପକ୍ଷରୁ ହୋଇଥିବା ଆକ୍ରମଣରେ କମ୍ପି ଉଠିଛି ୟୁକ୍ରେନ ରାଜଧାନୀ କୀଭ୍। ହେଲେ ଏହା ପୂର୍ବରୁ ଋଷିଆ ଅଧିକୃତ ଅଞ୍ଚଳ ଉପରେ ୟୁକ୍ରେନ୍ ଦ୍ୱାରା ହୋଇଥିବା ଆକ୍ରମଣର ଜବାହ ଦେବା ନେଇ ଚେତାବନୀ ଦେଇଥିଲେ ଋଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍। ରାଷ୍ଟ୍ରପତିଙ୍କ ଚେତାବନୀ ପରେ ଋଷିଆ ପକ୍ଷରୁ ହୋଇଥିବା ହାଇପରସୋନିକ୍ ମିସାଇଲ୍ ଆକ୍ରମଣରେ କମ୍ପି ଉଠିଥିଲା ୟୁକ୍ରେନ୍ ରାଜଧାନୀ କୀଭ୍ ସହର। ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ ଏକ କ୍ରୁଜ୍ କ୍ଷେପଣାସ୍ତ୍ର ସହର ମଧ୍ୟରେ ଖସି ପଡୁଥିବାର ଦେଖିବାକୁ ମିଳିଛି। ଆକ୍ରମଣ ପରେ ଏକ ଉଜ୍ଜ୍ୱଳ ଆଲୋକର ଝଲକ ସହରରେ ଦେଖିବାକୁ ମିଳିଥିଲା। ଏହା ପରେ ଏକ ଜୋରଦାର ବିସ୍ଫୋରଣ ଶୁଣିବାକୁ ମିଳିଥିଲା।
୬୦୦ ଡ୍ରୋନ୍ ଏବଂ ୯୦ ମିସାଇଲ୍ ସହୟତାରେ ହୋଇଥିଲା ଆକ୍ରମଣ
ୟୁକ୍ରେନ୍ ଅଧିକାରୀଙ୍କ କହିବା ଅନୁଯାୟୀ ଋଷିଆ ଦ୍ୱାରା ହୋଇଥିବା ଆକ୍ରମଣରେ ପ୍ରାୟ ୬୦୦ ଡ୍ରୋନ୍ ଏବଂ ୯୦ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା। ଯଦିଓ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏହି କ୍ଷେପଣାସ୍ତ୍ର ମଧ୍ୟରୁ ଅନେକକୁ ଅଟକାଇ ଦେଇଥିଲା, ହେଲେ ଏହା ମଧ୍ୟରୁ କିଛି ରାଜଧାନୀ କୀଭ୍ ସହର ପର୍ଯ୍ୟନ୍ତ ମାଡ଼ି ଆସିଥିଲା। ଏହି ଆକ୍ରମଣରେ ଲୁକିଆନିଭସ୍କା ମେଟ୍ରୋ ଷ୍ଟେସନ୍ ନିକଟରେ ଏକ ସପିଂ ସେଣ୍ଟର ଏବଂ ଏକ ବଜାର ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହୋଇଯାଇଥିଲା। ଏହା ସହିତ ଋଷିଆ ଆକ୍ରମଣ ପରେ ପୁନଃନିର୍ମାଣ କରାଯାଇଥିବା ଏକ ଛୋଟ କାଫେ ମଧ୍ୟ ନଷ୍ଟ ହୋଇଯାଇଥିଲା।
ମିସାଇଲ ଆକ୍ରମଣରେ ୪ ମୃତ
ଏହି ଆକ୍ରମଣରେ ଅତି କମରେ ୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ। ସହରରେ ଅବସ୍ଥିତ ଘର, ସ୍କୁଲ, ବଜାର ଏବଂ ଅନ୍ୟାନ୍ୟ କୋଠା ମଧ୍ୟ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି। ରାତି ସାରା କୀଭ୍ ସହରରେ ନିରନ୍ତର ବିସ୍ଫୋରଣ ଶୁଣାଯାଉଥିଲା। ଲୋକେ ମେଟ୍ରୋ ଷ୍ଟେସନ ଏବଂ ଭୂତଳ ଆଶ୍ରୟସ୍ଥଳ ଆଦି ନିରାପଦ ସ୍ଥାନକୁ ପଳାଇଥିଲେ।
ଏହା ସହ ପଢନ୍ତୁ: ହାଇପରସୋନିକ୍ ଆକ୍ରମଣରେ କମ୍ପି ଉଠିଲା କୀଭ୍; ଦେଖୁ ଦେଖୁ ଧ୍ୱଂସ ହୋଇଗଲା କୋଠା
ଅନେକ ସହରରେ ହୋଇଥିଲା ବଡ଼ ଆକ୍ରମଣ
ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଆଣ୍ଡ୍ରି ସିବିହା ଆକ୍ରମଣ ପାଇଁ ଋଷିଆକୁ ଦାୟୀ କରିଥିଲେ। ଏନେଇ ସେ କହିଥିଲେ ଯେ ଏହି ଆକ୍ରମଣ ସାମରିକ ପ୍ରତିଷ୍ଠାନକୁ ଲକ୍ଷ୍ୟ କରି ନୁହେଁ ବରଂ ସାଧାରଣ ନାଗରିକଙ୍କ ଉପରେ ହୋଇଥିଲା। ଋଷିଆ ରାଜଧାନୀ କୀଭ୍ ସମେତ ଚେରକାସି, ଖାରକିଭ, ଓଡେସା, ପୋଲ୍ଟାଭା, ସୁମି ସମେତ ଅନ୍ୟାନ୍ୟ ସହରରେ ମଧ୍ୟ ବଡ଼ ଧରଣର ଆକ୍ରମଣ କରିଥିଲା।
ଆକ୍ରମଣ ପାଇଁ ବ୍ୟବହୃତ ହୋଇଥିଲା ହାଇପରସୋନିକ୍ ମିସାଇଲ୍ : ରାଷ୍ଟ୍ରପତି ଜେଲେନ୍ସ୍କି
ରାଜଧାନୀ କୀଭ୍ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ରଖି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନ୍ସ୍କି। ଏନେଇ ସେ କହିଛନ୍ତି ଯେ ଆକ୍ରମଣ ପାଇଁ ଋଷି "ଓରେଶ୍ନିକ୍" ନାମକ ଏକ ଅତ୍ୟନ୍ତ ଦ୍ରୁତ ହାଇପରସୋନିକ୍ ମିସାଇଲ ବ୍ୟବହାର କରିଥିଲା। ଏହି କ୍ଷେପଣାସ୍ତ୍ର ବହୁତ ଦ୍ରୁତ ବେଗରେ ଏହାର ଲକ୍ଷ୍ୟସ୍ଥଳ ଆଡ଼କୁ ମାଡ଼ି ଯାଉଥିବା ବେଳେ ଭୂତଳ ବଙ୍କର ମଧ୍ୟ ନଷ୍ଟ କରିପାରେ। ଅନ୍ୟପକ୍ଷରେ ଋଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଏହି ଆକ୍ରମଣରେ ୟୁକ୍ରେନ ସାମରିକ ଘାଟି ଏବଂ ବାୟୁସେନା ଘାଟିକୁ ଲକ୍ଷ୍ୟ କରି କରାଯାଇଥିଲା। ଯାହା ରଷୀୟ ଅଞ୍ଚଳରେ ୟୁକ୍ରେନ ଦ୍ୱାରା କରାଯାଇଥିବା ଆକ୍ରମଣର ପଲଟା ଜବାବ ଥିଲା।

Putin wanted to show “strength” but only confirmed his weakness.
— Andrii Sybiha 🇺🇦 (@andrii_sybiha) May 24, 2026
Overnight, Russia carried out one of the largest terrorist attacks on Kyiv with around 600 drones, many dozens of ballistic, air-ballistic, and cruise missiles, and a dummy IRBM.
Cherkasy, Kharkiv, Kropyvnytskyi,… pic.twitter.com/jSV83n9FBP
ଆକ୍ରମଣ ପାଇଁ ବ୍ୟବହୃତ ହୋଇଥିଲା ହାଇପରସୋନିକ୍ ମିସାଇଲ୍ : ରାଷ୍ଟ୍ରପତି ଜେଲେନ୍ସ୍କି
ରାଜଧାନୀ କୀଭ୍ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ରଖି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନ୍ସ୍କି। ଏନେଇ ସେ କହିଛନ୍ତି ଯେ ଆକ୍ରମଣ ପାଇଁ ଋଷି "ଓରେଶ୍ନିକ୍" ନାମକ ଏକ ଅତ୍ୟନ୍ତ ଦ୍ରୁତ ହାଇପରସୋନିକ୍ ମିସାଇଲ ବ୍ୟବହାର କରିଥିଲା। ଏହି କ୍ଷେପଣାସ୍ତ୍ର ବହୁତ ଦ୍ରୁତ ବେଗରେ ଏହାର ଲକ୍ଷ୍ୟସ୍ଥଳ ଆଡ଼କୁ ମାଡ଼ି ଯାଉଥିବା ବେଳେ ଭୂତଳ ବଙ୍କର ମଧ୍ୟ ନଷ୍ଟ କରିପାରେ। ଅନ୍ୟପକ୍ଷରେ ଋଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଏହି ଆକ୍ରମଣରେ ୟୁକ୍ରେନ ସାମରିକ ଘାଟି ଏବଂ ବାୟୁସେନା ଘାଟିକୁ ଲକ୍ଷ୍ୟ କରି କରାଯାଇଥିଲା। ଯାହା ରଷୀୟ ଅଞ୍ଚଳରେ ୟୁକ୍ରେନ ଦ୍ୱାରା କରାଯାଇଥିବା ଆକ୍ରମଣର ପଲଟା ଜବାବ ଥିଲା।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Russia hypersonic missile Kyiv attackOreshnik missile strike UkraineKyiv building destruction videoRussia Ukraine war escalationHypersonic ballistic missile strikeKyiv bombardment footageRussia hits Ukraine capitalOreshnik missile footagewar in Ukraine latest newsTerrifying video of Russian hypersonic missile hitting Kyivbuildings destroyed in seconds by Russian Oreshnik strike