Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ତାଣ୍ଡବ ରଚୁଛି ପୁଟିନଙ୍କ ସେନା, ଜୁଳଛି ୟୁକ୍ରେନ ଯାଉଛି ଜୀବନ...

International

Russia Attack Missile / ତାଣ୍ଡବ ରଚୁଛି ପୁଟିନଙ୍କ ସେନା, ଜୁଳଛି ୟୁକ୍ରେନ ଯାଉଛି ଜୀବନ...

Banajyotshna Ray
Browse all articles by Banajyotshna Ray
·4 months ago·2 min read
ତାଣ୍ଡବ ରଚୁଛି ପୁଟିନଙ୍କ ସେନା, ଜୁଳଛି ୟୁକ୍ରେନ ଯାଉଛି ଜୀବନ...
Russia Attack Missile

Key Points

ପୁଣି ଋଷ-ୟୁକ୍ରେନ ଆକ୍ରମଣ
ଘନ ଘନ ପଡୁଛି ବୋମା
ଜଳୁଛି ୟୁକ୍ରେନ
ପୁଣି ହେଲା ଆକ୍ରମଣ। ଘନ ଘନ ହେଲା ବୋମାମାଡ। ଜଳୁଛି ୟୁକ୍ରେନ। ଏଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ​​​​​​​ଗୋଟିଏ ଦିଗରେ ଆମେରିକା-ଭେନେଜୁଏଲା ମଧ୍ୟରେ ଯୁଦ୍ଧ । ଆନ୍ୟ ଦିଗରେ ଗ୍ରୀନଲ୍ୟାଣ୍ଡକୁ କବଜା କରିବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ଆଖି । ସେପଟେ ମହାସାଗରରେ ଋଷିଆ-ୟୁଏସ ମୁହାଁମୁହିଁ । ଏହା ଭିତରେ ଋଷ ଦେଖାଇଛି ନିଜର ପତିଆରା । ସିଧାସଳଖ ନାଟୋକୁ ଦେଇଛି ଚ୍ୟାଲେଞ୍ଜ୍ ।ପୁଟିନଙ୍କ ବାସଭବନରେ ଆକ୍ରମଣ ପରେ ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଥିଲା । ଘଟଣା ପାଇଁ ୟୁକ୍ରେନକୁ ଦାୟୀ କରିଥିଲା କ୍ରେମଲିନ୍ । କିନ୍ତୁ ୟୁକ୍ରେନ ଆକ୍ରମଣ ପଛରେ ହାତ ନଥିବା ଦାବି କରିବା ସହ ତା ବିରୋଧରେ ଅଣାଯାଉଥିବା ଅଭିଯୋଗକୁ ଖଣ୍ଡନ କରିଥିଲା ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟ ଘଟଣା ବାବଦରେ ତାଙ୍କୁ ପୁଟିନ ନିଜେ ଫୋନ୍ ଯୋଗେ ଖବର ଦେଇଥିବା କହିଥିଲେ । ୟୁକ୍ରେନରେ ଭୟଙ୍କର ଆକ୍ରମଣ । ଧ୍ୱଂସ ଲୀଳା ରଚିଲେ ଋଷ୍ ବାୟୁସେନା । ୩୬ ମିସାଇଲ୍ ସହ ୨୪୨ ଡ୍ରୋନ ଦ୍ୱାରା ଆଟାକ୍ । ଦୁଇ ଦେଶ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନା ମଧ୍ୟରେ ଆକ୍ରମଣ କରିଛନ୍ତି ଭ୍ଲାଦିମିର୍ ପୁଟିନ । ପୁଟିନଙ୍କ ବାସଭବନରେ ହୋଇଥିବା ଆକ୍ରମଣ ପରେ ଏହା ଋଷ ତରଫରୁ କାଉଣ୍ଟର୍ ଆଟାକ୍ ବୋଲି କୁହାଯାଉଛି ।ୟୁକ୍ରେନ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ୟୁରୋପୀୟ ୟୁନିୟନ ଏବଂ ନାଟୋ ସୀମାରେ ମିସାଇଲ୍ ଆଟାକ୍ ହୋଇଛି । ଯାହା ୟୁରୋପର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି । କିଭ୍ ର ସହଯୋଗୀଙ୍କ ପାଇଁ ଆକ୍ରମଣ ସତର୍କ ଘଣ୍ଟି ସଦୃଶ ଅଟେ ।

ଏଥିସହ ପଢ଼ନ୍ତୁ: ବେଦାଙ୍ଗଙ୍କୁ ଛାଡ଼ି ଏହି ସିଙ୍ଗରଙ୍କ ପ୍ରେମରେ ଖୁସି, ଫ୍ୟାନ୍ସ କହିଲେ ୨ ବର୍ଷରେ ସବୁ ଚେଞ୍ଜ

ରାଷ୍ଟ୍ରପତି ଜେଲେନସ୍କି ଋଷର ଆକ୍ରମଣକୁ କଡା ଭାଷାରେ ନିନ୍ଦା କରିଛନ୍ତି । ସେ କହିଛନ୍ତି ୟେ, ଆକ୍ରମଣରେ କତାର ଦୂତାବାସର ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି । ଏହାପରେ ସ୍ଥାନୀୟ ଅଞ୍ଚଳରେ ସମସ୍ତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ୨୦ଟି ସାଧାରଣ ନାଗରିକଙ୍କ ଘର କ୍ଷତିଗ୍ରସ୍ତ ହୋଇଛି । ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ସେ ଶୋକ ବ୍ୟକ୍ତ କରିଛନ୍ତି ।କିଭ୍ ର ଦାବି ଅନୁସାରେ, ଋଷିଆ ଗୁରୁବାର ରାତିରେ ୟୁକ୍ରେନର ଅନେକ ସ୍ଥାନରେ ଆକ୍ରମଣ କରିଛି । ୩୬ଟି ହାଇପରସୋନିକ୍ ମିସାଇଲରେ ଆଟାକ୍ ହୋଇଛି । ଏହାସହ ଡ୍ରୋନ୍ ମଧ୍ୟ ବ୍ୟବହାର ହୋଇଛି । ଯେଉଁଥିରେ ୪ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ଋଷିଆ କହିଛି ଯେ, ଡିସେମ୍ବର ମାସରେ ପୁଟିନଙ୍କ ଘରେ ଆକ୍ରମଣ ହୋଇଥିଲା । ଯାହା ବିରୋଧରେ ଏବେ ଆକ୍ସନ୍ ନିଆଯାଉଛି । ନିଜ ସୁରକ୍ଷା ପାଇଁ ମସ୍କୋ ଜବାବ ଦେଇଛି । ତେବେ ଏହି ଆକ୍ରମଣରେ ଅନେକ ଆହତ ହୋଇଥିବା ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ ବିଦେଶ ଖବର:


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Russia Attack Missile | Massive Russian Strikes on Ukraine: 36 Missiles, 242 Drones Used | Argus News | Argus News