Global Tensions / ୟୁକ୍ରେନକୁ କବଜା କରିବ ଆଉ ଏକ ଦେଶ, ବଢ଼ିଲାଣି ଚିନ୍ତା...
·3 months ago·2 min read

Key Points
ସରିଛି ସିକ୍ରେଟ୍ ଡିଲ୍
ୟୁକ୍ରେନକୁ କବଜା କରିବ ଆଉ ଏକ ଦେଶ !
ଭାଇରାଲ ହେଉଛି ଭିନ୍ନ ପୋଷ୍ଟ
ୟୁକ୍ରେନକୁ କବଜା କରିବ ଆଉ ଏକ ଦେଶ !
ଭାଇରାଲ ହେଉଛି ଭିନ୍ନ ପୋଷ୍ଟ
ୟୁକ୍ରେନର ଅନେକ ଜାଗାରେ ଋଷିଆ ମିସାଇଲ ମାଡ କରୁଛି । ଏସବୁ ଭିତରେ ସାମ୍ନାକୁ ଆସିଛି ବଡ ଖବର । ଆହୁରି ମଧ୍ୟ ୟୁକ୍ରେନ୍ ରାଜନେତା କହିଛନ୍ତି ଯେ, ଋଷିଆର ରିଅଲ ଇଷ୍ଟ୍ରେଟ୍ କିମ୍ବା କନଷ୍ଟ୍ରକସନ୍ ଭିତ୍ତିଭୂମି ସେତେ ସୁଦୃଢ ନୁହେଁ । ତେଣୁ ବେଆଇନ ଭାବେ ଅଧିକୃତ ଅଞ୍ଚଳରେ ଚାଇନାକୁ ମସ୍କୋ ନିମନ୍ତ୍ରଣ କରିଛି । ଏହାଦ୍ୱାରା ଚାଇନା ନିଶ୍ଚିତ ରୂପେ ୟୁକ୍ରେନର ଏହି ଜାଗାରେ ନିଜର ପ୍ରକଳ୍ପ କାର୍ଯ୍ୟ ହାତକୁ ନେବବୋଲି ପିଓଟର୍ ପ୍ରକାଶ କରିଛନ୍ତି । ୟୁକ୍ରେନ୍ ରାଜନେତା ପିଓଟର୍ ଆଣ୍ଡ୍ରିୟ୍ୟୁଚେନକୋ କହିଛନ୍ତି ଯେ, ଋଷ ଯେଉଁ ସବୁ ଜାଗାକୁ ବେଆଇନ ଭାବେ ଦଖଲ କରିଛି ସେଠାରେ ଚାଇନାର ଗତିବିଧି ବୃଦ୍ଧି ପାଇଛି । ଏନେଇ ପୂର୍ବରୁ ଚୁକ୍ତି ହୋଇଥିଲା । ଚୁକ୍ତି ଅନୁସାରେ ଚାଇନା ଏଠାରେ ନିଜର କାୟା ବିସ୍ତାର କରିବା ଆରମ୍ଭ କଲାଣି ।
ଏହାକୁ ୟୁକ୍ରେନ ଗୁରୁତର ସହ ନେବା ଆବଶ୍ୟକ । ଗୋଟିଏ ଦିଗରେ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ଚାଲିଛି । ଅନ୍ୟ ଦିଗରେ ୟୁକ୍ରେନ ଏବଂ ଋଷର ଲଢେଇ ୪ ବର୍ଷ ଟପିଲାଣି । । ବଡ ବଡ ପ୍ରତିଷ୍ଠାନକୁ ଟାର୍ଗେଟ୍ କରାଯାଉଛି । ବିବାଦୀୟ ଅଞ୍ଚଳକୁ ଋଷ କବଜା କରିବାକୁ ଚାହୁଁଛି। କିଛି ଜାଗାକୁ ଅକ୍ତିଆର ମଧ୍ୟ କରିଛି । ସେ ଆହୁରି ଦାବି କରିଛନ୍ତି ଯେ, ବିବାଦୀୟ ଅଞ୍ଚଳରେ ଥିବା ଏକ ୟୁନିଭର୍ସିଟିର କିଛି ପ୍ରତିନିଧି ନିକଟରେ ଚାଇନା ଗସ୍ତ କରିଥିଲେ । ସେମାନେ ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ବେଜିଂର ସିଲକ୍ ରୋଡ୍ ପ୍ରକଳ୍ପ ବାବଦରେ ଆଲୋଚନା ହୋଇଥିଲା । ଯାହା ବିଦେଶର ଚାଇନାର ଦବଦବା ବୃଦ୍ଧି କରିଥାଏ । ଏହାଦ୍ୱାରା ୟୁକ୍ରେନର ଜାଗାରେ ଚାଇନା ନିଜର ପତିଆରା ଜାହିର କରିବା ନେଇ ଲକ୍ଷ୍ୟ ରଖିଛି ।
ଏଥିସହ ପଢ଼ନ୍ତୁ: ବାଲାଷ୍ଟିକ ମିସାଇଲ ନିର୍ମାଣରେ ହୁଏ କେତେ ଖର୍ଚ୍ଚ? ଇସ୍ରାଏଲ-ଇରାନ ଯୁଦ୍ଧରେ ଖର୍ଚ୍ଚ ହେଲାଣି କେତେ?
ରିପୋର୍ଟ ଅନୁସାରେ, ଋଷ ଯେଉଁ ସବୁ ଜାଗାକୁ ଅକ୍ତିଆର କରିଛି ସେ ସବୁରେ ଅନ୍ୟ ଏକ ଦେଶ ଏବେ କାୟା ମେଲାଇବାରେ ଲାଗିଛି । ୟୁକ୍ରେନର ସୂତ୍ରାନୁସାରେ ଯୁଦ୍ଧ ପରେ ଏହି ସବୁ ଜାଗାରେ କିଛି ଦେଶ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, କିଛି ଦିନ ତଳେ ଋଷିଆ ଏବଂ ଚାଇନାର ଅଧିକାରୀଙ୍କ ମଧ୍ୟରେ ବୁଝମଣାପତ୍ର ସ୍ୱାକ୍ଷରିତ ହୋଇଛି । ବିଭିନ୍ନ ସରଞ୍ଜାମ ଏବଂ ଜିନିଷ ପତ୍ର ପରିବହନ ପାଇଁ ଏହି ବୁଣାମଣା କରାଯାଇଛି । ଚାଇନା ସିଧାସଳଖ ଭାବେ ଏଠାରେ କିଛି ପ୍ରକଳ୍ପ କରିବ ନା ନାହିଁ ତାହା ସ୍ପଷ୍ଟ ହୋଇନି । କିନ୍ତୁ ବିଭିନ୍ନ ସରଞ୍ଜାମ ଯୋଗାଇବା ପାଇଁ ଉଭୟ ଦେଶ ଡିଲ୍ କରିଛନ୍ତି ।
ଅଧିକ ପଢ଼ନ୍ତୁ ବିଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories