Videos
|
International

Russia Sells Gold / ଆକାଶ ଛୁଆଁ ସୁନା ଦର, ୨୫ ବର୍ଷ ପରେ ବିକ୍ରି କରିବ ବୋଲି ପ୍ଲାନ କରୁଛି ରୁଷ

Banajyotshna Ray
Browse all articles by Banajyotshna Ray
·5 months ago·2 min read
ଆକାଶ ଛୁଆଁ ସୁନା ଦର, ୨୫ ବର୍ଷ ପରେ ବିକ୍ରି କରିବ ବୋଲି ପ୍ଲାନ କରୁଛି ରୁଷ
Russia Sells Gold

Key Points

ରୁଷକୁ ବାଧୁଛି ଯୁଦ୍ଧ ଖର୍ଚ୍ଚ
ଖର୍ଚ୍ଚ ବଞ୍ଚାଇବାକୁ ବଡ଼ ପ୍ଲାନ କରୁଛି ରୁଷ
୨୫ ବର୍ଷ ପରେ ଆରମ୍ଭ କଲା ସୁନା ବିକ୍ରି
ଦିନକୁ ଦିନ ବଢ଼ି ଚାଲିଛି ସୁନା ଦର। ଏହା ଭିତରେ ସୁନାକୁ ନେଇ ଆସିଛି ଏମିତି ଏକ ଖବର ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସୁନା ଦର ବର୍ତ୍ତମାନ ଆକାଶ ଛୁଆଁ। କେହି ସୁନା ନା କିଣିବାକୁ ନା ଛୁଇଁବାକୁ ଇଛା କରୁନଥିବାବେଳେ ରୁଷ ବିକ୍ରି କରିବ ସୁନା। ନିଅଣ୍ଟିଆ ବଜେଟ ଏବଂ ଲଗାତାର ବଢ଼ୁଥିବା ସୈନ୍ୟ ଖର୍ଚ୍ଚର ଚାପକୁ ନେଇ ଚିନ୍ତାରେ ରୁଷ । ଏମିତିରେ ଏହାର ସମାଧାନ ପାଇଁ ରୁଷ ନିଜର କେନ୍ଦ୍ରୀୟ ବ୍ୟାଙ୍କର ଭଣ୍ଡାରରୁ ସୁନା ବିକ୍ରି କରିବା ଆରମ୍ଭ କରିଛି। ବଡ଼ କଥା ହେଲା ଗତ ୨୫ ବର୍ଷରେ ଏହା ପ୍ରଥମ ଥର, ଯେତେବେଳେ ରୁଷ ଏଭଳି କୌଣସି ପଦକ୍ଷେପ ନେଇଛି।

ବିଶେଷଜ୍ଞଙ୍କ ଅନୁସାରେ, ରୁଷର ଏହି ପଦକ୍ଷେପ ବୈଶ୍ବିକ ଅନିଶ୍ଚିତତା ଏବଂ ଘରୋଇ ଆର୍ଥିକ ଚାପ ମଧ୍ୟରେ ଦେଶ ଏହାର ଆର୍ଥିକ ରଣନୀତିରେ ବଡ଼ ପରିବର୍ତ୍ତନକୁ ଦର୍ଶାଉଛି। ଯାହାର ପ୍ରଭାବ ଆଗକୁ ଦେଶର ଅର୍ଥବ୍ୟବସ୍ଥା ଉପରେ ମଧ୍ୟ ପଡ଼ିପାରେ। ସେପଟେ ଲଗାତାର ବିକ୍ରି କାରଣରୁ ରୁଷର ଗୋଲ୍ଡ ରିଜର୍ଭ ଏବେ ଗତ ୪ ବର୍ଷର ସବୁଠୁ ନିମ୍ନ ସ୍ତରରେ ପହଞ୍ଚିଛି। ଏହା ଏକ ସଙ୍କେତ ଯେ, ରୁଷ ଉପରେ ଆର୍ଥିକ ଚାପ ଅଧିକ ହେଉଛି ଆଉ ସରକାରଙ୍କୁ ନିଜ ସୁରକ୍ଷିତ ଭଣ୍ଡାରକୁ ମଧ୍ୟ ବ୍ୟବହାର କରିବାକୁ ପଡ଼ୁଛି।

ଏଥିସହ ପଢ଼ନ୍ତୁ: ମଧ୍ୟପ୍ରାଚ୍ୟ ସଂକଟ ଭିତରେ ଝଟ୍‌କା ଦେଲା ଋଷ; ଆହୁରି ବଢ଼ିଯିବ ତୈଳଦର

ତଥ୍ୟ ଅନୁସାରେ, ୨୦୨୨ରୁ ୨୦୨୫ ମଧ୍ୟରେ ସୁନା ଏବଂ ବିଦେଶୀ ମୁଦ୍ରା ମିଶାଇ ୧୫ ଟ୍ରିଲିୟନ ରୁବଲ (ପ୍ରାୟ ୧୫୦ ବିଲିୟନ ଡଲାର)ରୁ ଅଧିକ ବିକ୍ରି ହୋଇଛି। ସେହିଭଳି ୨୦୨୬ର ପ୍ରଥମ ଦୁଇ ମାସରେ ହିଁ ଅତିରିକ୍ତ ୩.୫ ଟ୍ରିଲିୟନ ରୁବଲ (୩୫ ବିଲିୟନ ଡଲାର)ର ରିଜର୍ଭ (ଭଣ୍ଡାର) ବିକ୍ରି ହୋଇସାରିଛି। ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ରୁଷର ତଥ୍ୟ ଅନୁସାରେ, ୨୦୨୬ ଜାନୁଆରୀରେ ପ୍ରାୟ ୩ ଲକ୍ଷ ଆଉନ୍ସ ସୁନା ବିକ୍ରି ହୋଇଥିଲା। ଯେତେବେଳେକି ଫେବ୍ରୁଆରୀ ୨ ଲକ୍ଷ ଆଉନ୍ସର ଅତିରିକ୍ତ ବିକ୍ରି କରାଯାଇଥିଲା। ଏହି ଦ୍ରୁତ ଗତିରୁ ପ୍ରମାଣ ମିଳୁଛି ଯେ, ଆର୍ଥିକ ଚାପ କମ୍ ହେବା ବଦଳରେ ବଢ଼ିବାରେ ଲାଗିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବଢ଼ୁଥିବା ସୈନ୍ୟ ଖର୍ଚ୍ଚର ପ୍ରଭାବ:

ରିପୋର୍ଟ ଅନୁସାରେ, ଦୀର୍ଘ ଦିନରୁ ଲାଗି ରହିଥିବା ଯୁଦ୍ଧ ଯୋଗୁ ରୁଷର ସୈନ୍ୟ ଖର୍ଚ୍ଚ ବଢ଼ିଛି। ଫଳରେ ଏହାର ସିଧାସଳଖ ପ୍ରଭାବ ସରକାରୀ ଅର୍ଥ ଉପରେ ଚାପ ପକାଇଛି। ତେଣୁ ଏହାର ସମାଧାନ ପାଇଁ ଏବେ ରୁଷୀୟ ସରକାରଙ୍କୁ ସୁନା ଏବଂ ବିଦେଶୀ ମୁଦ୍ରା ଭଣ୍ଡାରର ସହଯୋଗ ନେବାକୁ ପଡ଼ୁଛି। ଏହାଦ୍ବାରା ବଜେଟ ନିଅଣ୍ଟକୁ ନିୟନ୍ତ୍ରିତ କରାଯାଇପାରିବ।

ଅଧିକ ପଢ଼ନ୍ତୁ ବିଦେଶ ଖବର:

Related Topics

Explore more stories