|
logo
Live
Argus News App
GET APP

Argus News - ମଧ୍ୟପ୍ରାଚ୍ୟ ସଂକଟ ଭିତରେ ଝଟ୍‌କା ଦେଲା ଋଷ; ଆହୁରି ବଢ଼ିଯିବ ତୈଳଦର

Business

Fuel Prices May Surge / ମଧ୍ୟପ୍ରାଚ୍ୟ ସଂକଟ ଭିତରେ ଝଟ୍‌କା ଦେଲା ଋଷ; ଆହୁରି ବଢ଼ିଯିବ ତୈଳଦର

Sushanta Sahoo
Browse all articles by Sushanta Sahoo
·4 days ago·2 min read
ମଧ୍ୟପ୍ରାଚ୍ୟ ସଂକଟ ଭିତରେ ଝଟ୍‌କା ଦେଲା ଋଷ; ଆହୁରି ବଢ଼ିଯିବ ତୈଳଦର
Global Fuel Shock Incoming

Key Points

ଗ୍ୟାସୋଲିନ୍ ରପ୍ତାନୀ ଉପରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଛି । ଋଷ ପକ୍ଷରୁ କୁହାଯାଇଛି ଯେ, ସମସ୍ତଙ୍କ ସହ ବୈଠକ ପରେ ସ୍ଥିତିର ସମୀକ୍ଷା କରି ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ଋଷ ଏକ ବଡ଼ ନିଷ୍ପତ୍ତି ନେଇଛି । ଆଉ ଋଷର ଏହି ନିଷ୍ପତ୍ତି ବୈଶ୍ଵିକ ସ୍ତରରେ ତୈଳ ସଂକଟକୁ ଇନ୍ଧନ ଯୋଗାଇପାରେ । ଏପ୍ରିଲ୍ ୧ରୁ ଋଷ ଘରୋଇ ଉତ୍ପାଦନକାରୀ ଉତ୍ପାଦନ କରୁଥିବା ଗ୍ୟାସୋଲିନ୍ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବ ।

ଋଷର ସରକାରୀ ବୟାନ ଅନୁସାରେ, ଉପପ୍ରଧାନମନ୍ତ୍ରୀ ଆଲେକଜେଣ୍ଡର ନୋଭାକ ଶୁକ୍ରବାର ଏହି ଘୋଷଣା କରିଛନ୍ତି । ଗ୍ୟାସୋଲିନ୍ ରପ୍ତାନୀ ଉପରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଛି । ଋଷ ପକ୍ଷରୁ କୁହାଯାଇଛି ଯେ, ସମସ୍ତଙ୍କ ସହ ବୈଠକ ପରେ ସ୍ଥିତିର ସମୀକ୍ଷା କରି ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ଏଥିସହ ପଢ଼ନ୍ତୁ: ଇରାନ ମିସାଇଲ ହମଲାରେ ଥରହର ଆବ୍ରାହମ୍ ଲିଙ୍କନ; ଆକ୍ରମଣକୁ ନେଇ କ'ଣ କହିଲେ ରାଷ୍ଟ୍ରପତି ଟ୍ରମ୍ପ

କାହିଁକି କଟକଣା ଲଗାଇଲା ଋଷ ?

ସରକାରୀ ନ୍ୟୁଜ୍ ଏଜେନ୍ସି ଏହି ପ୍ରସଙ୍ଗରେ ୨ଟି ସୂତ୍ରରୁ କହିଛି, "ଏହି ପଦକ୍ଷେପ ଦ୍ଵାରା ଘରୋଇ ବଜାରରେ ତୈଳ ମୂଲ୍ୟ ସ୍ଥିର ରଖିବାକୁ ପ୍ରୟାସ କରାଯାଉଛି ।"ବୈଠକରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଉପରେ ଚର୍ଚ୍ଚା ହୋଇଥିଲା । ମଧ୍ୟପ୍ରାଚ୍ୟ ଯୁଦ୍ଧ ଓ ବିଶ୍ଵ ବଜାରରେ ଅସ୍ଥିରତା ଭିତରେ ବିଦେଶୀ ବଜାରରେ ଋଷ ତୈଳର ଚାହିଦା ବଢ଼ିବାରେ ଲାଗିଛି ।

ମଧ୍ୟପ୍ରାଚ୍ୟ ସଂକଟକୁ ନେଇ ଋଷର ଶକ୍ତି ମନ୍ତ୍ରୀ କହିଛନ୍ତି, "ତୈଳ ବିଶୋଧନାଗାରର ୨୦୨୫ ମାର୍ଚ୍ଚ ଉତ୍ପାଦନ ସ୍ଥିତିକୁ ନେଇ ଏହି ନିଷ୍ପତ୍ତି ହୋଇଛି । ଫଳରେ ପେଟ୍ରୋଲିୟମ୍ ସାମଗ୍ରୀର ବିତରଣ ସ୍ଵାଭାବିକ ରହିବ । ଘରୋଇ ଆବଶ୍ୟକତା ପୂରଣ ଲାଗି ଗ୍ୟାସୋଲିନ୍ ଓ ଡିଜେଲ ସଂରକ୍ଷଣ ରଖିବା ସହ ତୈଳ ବିଶୋଧନାଗାର ସମ୍ପୂର୍ଣ୍ଣ କ୍ଷମତାର ସହ କାର୍ଯ୍ୟକ୍ଷମ ରହିଛି ।"

ସୂଚନାଯୋଗ୍ୟ, ହର୍ମୁଜ ପ୍ରଣାଳୀ ଦେଇ ସାଧାରଣତଃ ୨୦ ମିଲିୟନ୍ ତୈଳ ଆସିଥାଏ । ଇରାନ ସହ ଇସ୍ରାଏଲ୍ ଓ ଆମେରିକାର ସଂଘର୍ଷ ଫଳରେ ହର୍ମୁଜ ଦେଇ ଜାହାଜ ଆସିବା କଷ୍ଟକର ହୋଇ ପଡ଼ିଛି । ପରିବହନ ଖର୍ଚ୍ଚ ବି ବଢ଼ିଛି ୟ ଯାହା ଦ୍ଵାରା ପ୍ରବାବିତ ହୋଇଛି ବିଶ୍ଵ ତୈଳ ବଜାର । ଅଶୋଧିତ ତୈଳଦର ମଧ୍ୟ ବେଶ୍ ବୃଦ୍ଧି ପାଇଛି ।

ଏଥିସହ ପଢ଼ନ୍ତୁ: ପେଟ୍ରୋଲ୍, ଡିଜେଲ ଦର ପ୍ରତି ୧୫ ଦିନରେ ହେବ ସମୀକ୍ଷା; ସରକାରଙ୍କ ବଡ଼ ଘୋଷଣା

ହର୍ମୁଜ ପ୍ରଣାଳୀରେ ହଜାର ହଜାର ତୈଳବାହୀ ଜାହାଜ ଫସି ରହିଛନ୍ତି । ଉକ୍ତ ଜାହାଜକୁ ବାହାର କରିବା ଲାଗି ଜାତିସଂଘ ଏକ ଟାସ୍କଫୋର୍ସ ଗଠନ କରିଛି । ଯାହାକୁ ନେଇ ଜାତିଂସଘରେ ଇରାନର ରାଷ୍ଟ୍ରଦୂତ କହିଛନ୍ତି, "ତେହରାନ ଜାତିସଂଘର ନିବେଦନ ମାନିଛି । ଜାହାଜର ସୁରକ୍ଷିତ ରାସ୍ତାକୁ ଆହୁରି ତୀବ୍ର କରିବା ଲାଗି ସହାୟତା ଦିଆଯାଉଛି ।"

ଜାତସଂଘର ମୁଖପାତ୍ର ଷ୍ଟିଫନ ଦୁଜାରିକ କହିଛନ୍ତି, "ଯଦି ଏହି ଆଲୋଚନା ପ୍ରଥମରୁ ସଫଳ ହୋଇଥାନ୍ତା । ତାହେଲେ ଦେଶରେ ସଂଘର୍ଷ ରୋକିବାକୁ କୂଟନୀତକ ଭାବେ ଭରସା ପାଇଁ ସହାୟତା ମିଳଥାନ୍ତା । ଏବା ଏହା ଏକ ବଡ଼ ରାଜନୈତିକ ସମାଧାନ ଆଡ଼କୁ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଅଟେ ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fuel Prices May Surge: ମଧ୍ୟପ୍ରାଚ୍ୟ ସଂକଟ ଭିତରେ ଝଟ୍‌କା ଦେଲା ଋଷ; ଆହୁରି ବଢ଼ିଯିବ ତୈଳଦର | Argus News