Videos
|
International

ନ୍ୟୁୟର୍କର ଜାତିସଂଘ ମହାସଭାରେ ସମ୍ବିତଙ୍କ ଅଭିଭାଷଣ, ଓଡିଶାର ସଂସ୍କୃତିକୁ କଲେ ଉପସ୍ଥାପନ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ନ୍ୟୁୟର୍କର ଜାତିସଂଘ ମହାସଭାରେ ସମ୍ବିତଙ୍କ ଅଭିଭାଷଣ, ଓଡିଶାର ସଂସ୍କୃତିକୁ କଲେ ଉପସ୍ଥାପନ

ଅର୍ଗସ ବ୍ୟୁରୋ : ନ୍ୟୁୟର୍କକୁ ଭାରତୀୟ ସଂସଦୀୟ ପ୍ରତିନିଧି ଦଳର ସଦସ୍ୟ ତଥା ପୁରୀ ସାଂସଦ ଡ. ସମ୍ବିତ ପାତ୍ର ନ୍ୟୁୟର୍କର ଜାତିସଂଘ ମହାସଭାରେ ଭାରତର ପ୍ରତିନିଧିତ୍ୱ କରି ଏକ ଗୁରୁତ୍ୱପୂର୍ଣ୍ଣ ଅଭିଭାଷଣ ପ୍ରଦାନ କରିଛନ୍ତି। ମାନବାଧିକାର ପରିଷଦର ହାଇକମିଶନରଙ୍କ ରିପୋର୍ଟ ଉପରେ 'ଜାତୀୟ ବକ୍ତବ୍ୟ' ପ୍ରସଙ୍ଗରେ ଡ. ପାତ୍ର ଭାରତର ସ୍ଥିତି ସ୍ପଷ୍ଟ କରିଛନ୍ତି। ସେ ତାଙ୍କ ଭାଷଣରେ ଭାରତର ବିକାଶମୂଳକ ଯାତ୍ରା, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ମାନବାଧିକାର ସୁରକ୍ଷା ପ୍ରତି ଥିବା ପ୍ରତିବଦ୍ଧତାକୁ ରେଖାଙ୍କିତ କରିଛନ୍ତି।

ଅଧିକ ପଢନ୍ତୁ : ନ୍ୟୁୟର୍କରେ ସମ୍ବିତ ପାତ୍ର, ପୁରୀ ପଟ୍ଟଚିତ୍ରକୁ ଦେଖି କଲେ ପ୍ରଶଂସା

ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତର ପ୍ରତିନିଧି ଭାବରେ ଡ. ପାତ୍ର ଭାରତର ସାଂସ୍କୃତିକ ବୈଚିତ୍ର୍ୟ, ସାମାଜିକ ସମାବେଶୀକରଣ ଏବଂ ସର୍ବାଙ୍ଗୀନ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ଆଲୋକପାତ କରିଛନ୍ତି। ଏହି ଐତିହାସିକ ଅବସରରେ ଡ. ପାତ୍ର ପ୍ରଥମ ଥର ପାଇଁ ଜାତିସଂଘରେ ଓଡ଼ିଆ ଭାଷାର ବ୍ୟବହାର କରି ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରା ଏବଂ ଐତିହ୍ୟକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିଛନ୍ତି। ଭାରତର ବିଦେଶ ନୀତି ଏବଂ ଆନ୍ତର୍ଜାତୀୟ ସମ୍ପର୍କରେ ଏହି ଐତିହାସିକ ଭାଷଣ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Samvit's speech at the UN General Assembly in New York and presented the culture of Odisha | Argus News