Saudi Arabia Ramadan Tradition / କାହିଁକି ନୀରବିଗଲା ସାଉଦି ଆରବର ରମଜାନ ତୋପ? କ'ଣ ରହିଛି ଏହାର ଇତିହାସ?
·3 weeks ago·3 min read

Key Points
ରମଜାନ ତୋପ ହେଉଛି ଏକ ଐତିହାସିକ ପାରମ୍ପରିକ ତୋପ। ଯାହା ରମଜାନ ଏବଂ ଇଦ ମାସର ଆରମ୍ଭ ଘୋଷଣା କରିବା ପାଇଁ ବ୍ୟବହୃତ ହେଇଆସୁଛି।
Saudi Arabia Ramadan Cannon: ରମଜାନ ସମୟରେ ସାଉଦି ଆରବରେ ପାରମ୍ପରିକ ଭାବରେ ଏକ ତୋପ ବ୍ୟବହୃତ ହୋଇଥାଏ। ଯାହାକୁ ରମଜାନ ତୋପ କୁହାଯାଏ। ଇସଲାମର ଉତ୍ପତ୍ତିସ୍ଥଳ ସାଉଦି ଆରବରେ ରମଜାନ ବେଳେ ତୋପ ବ୍ୟବହାର କରିବାର ପରମ୍ପରା ଶହ ଶହ ବର୍ଷ ଧରି ଚାଲିଆସୁଛି। ଏହି ତୋପ ରମଜାନ ଏବଂ ଇଦ ଅଲ-ଫିତର ପର୍ବ ଆରମ୍ଭ ହେବା ସମ୍ପର୍କରେ ଘୋଷଣା କରିଥାଏ। ହେଲେ ବର୍ତ୍ତମାନ ଏହ ତୋପ ନୀରବି ଯାଇଛି।
ରମଜାନ ସମୟରେ ଏହି ତୋପ ନୀରବି ଯିବା ପଛରେ କେବଳ ବେଷୟିକ କିମ୍ବା କୌଣଣି ପ୍ରଯୁକ୍ତିବିଦ୍ୟାଗତ କାରଣ ଦାୟୀ ନାହିଁ। ବରଂ ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ସୁରକ୍ଷା ଚିନ୍ତାର ଏହା ପଛରେ ରହିଥିବା କାରଣ। ଏବେ ରମଜାନ ବେଳେ ମଧ୍ୟ ପ୍ରାଚ୍ୟରେ ସାଉଦି ଆରବ-ଇରାନ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସାଉଦି ଆରବରେ ଶହ ଶହ ବର୍ଷ ଧରି ରମଜାନ ସୟରେ ବ୍ୟବହୃତ ହେଉଥିବା ତୋପର ଇତିହାସ କ'ଣ ରହିଛି?
ରମଜାନ ତୋପ ହେଉଛି ଏକ ଐତିହାସିକ ପାରମ୍ପରିକ ତୋପ। ଯାହା ରମଜାନ ଏବଂ ଇଦ ମାସର ଆରମ୍ଭ ଘୋଷଣା କରିବା ପାଇଁ ବ୍ୟବହୃତ ହେଇଆସୁଛି। ଏହି ତୋପରୁ ଗୋଳା ପର୍ବତ କିମ୍ବା ଦୁର୍ଗ ଭଳି ଉଚ୍ଚ ସ୍ଥାନରୁ ନିକ୍ଷେପ କରାଯାଉଥିଲା। ଯାହା ଦ୍ୱାରା ଏହାର ଶବ୍ଦ ସମଗ୍ର ଅଞ୍ଚଳରେ ଶୁଣାଯାଇ ପାରିବ। ଏହା ଦ୍ୱାରା ଲୋକଙ୍କୁ କୌଣସି ବିଷୟରେ ସୂଚନା ଦିଆଯାଇ ପାରିବ। ରମଜାନ ସମୟରେ ରୋଜା ଭାଙ୍ଗିବା କିମ୍ବା ଇଦ ମାସ ଆରମ୍ଭ ହେବା ସମ୍ପର୍କରେ ଏହି ତୋପ ବ୍ୟବହାର କରି ସୂଚନା ଦିଆଯାଉଥିଲା।
ପ୍ରଥମ ଥର ପାଇଁ ୧୮୬୫ ମସିହାରେ ସାଉଦି ଆରବରେ ରମଜାନ ତୋପ ବ୍ୟବହାର କରାଯାଇଥିଲା। ସେତେବେଳେ ଦ୍ୱିତୀୟ ସାଉଦି ରାଷ୍ଟ୍ରର ଇମାମ ଫୈସଲ ବିନ୍ ତୁର୍କି ବିନ୍ ଅବଦୁଲ୍ଲା ଏହାକୁ ଅଲ୍-ଧୈରୟାନ ଦୁର୍ଗରେ (ବର୍ତ୍ତମାନ ଅଲ-ମରକାବ ଦୁର୍ଗ) ପ୍ରତିଷ୍ଠା କରିଥିଲେ। ଏହାର ପ୍ରାଥମିକ ଉଦ୍ଦେଶ୍ୟ ଥିଲା ଗ୍ରାଣ୍ଡ ମସଜିଦ ଚାରିପାଖରେ ରହୁଥିବା ଲୋକଙ୍କୁ ରମଜାନ ସମୟରେ ରୋଜା ଖୋଲିବା ଏବଂ ଇଦ ମାସ ଆରମ୍ଭ ବିଷୟରେ ସୂଚନା ଦେବା।
୧୯୨୧ ମସିହାରେ, ସାଉଦି ଆରବର ପ୍ରତିଷ୍ଠାତା ରାଜା ଅବଦୁଲ ଅଜିଜ୍ ବିନ୍ ଅବଦୁଲ ରହମାନ ଅଲ୍ ସୌଦ୍, ଶୁଏବ ଅଲ-ଦୋସାରିଙ୍କୁ ଏହି ତୋପର ରକ୍ଷଣାବେକ୍ଷଣ ଦାୟିତ୍ୱ ଦେଇଥିଲେ। ରମଜାନ ମାସରେ ପ୍ରତିଦିନ ୧୫୦ ଗୁଳି ଫୁଟୁଥିଲା। ଗୋଟିଏ ଗୁଳି ଇଫତାରର ସମୟ ସୂଚାଇବା ପାଇଁ, ଆଉ ଗୋଟିଏ ସୁହୁର ପାଇଁ ଏବଂ ଅନ୍ୟ ଦୁଇଟି ରୋଜା ଆରମ୍ଭ କରିବା ପାଇଁ ଫୁଟା ଯାଉଥିଲା। ତୋପର କାର୍ଯ୍ୟ ଈଦ ଅବସରରେ ଶେଷ ହୋଇଥିଲା।
ମକ୍କା ଠାରେ ଜବଲ-ଅଲ-ମଦାଫାଇ ନାମକ ପର୍ବତରୁ ଏହି ତୋପ ଫୁଟା ଯାଉଥିଲା। ଏହି ପର୍ବତରୁ ସ୍ଥାନୀୟ ଗ୍ରାଣ୍ଡ ମସଜିଦକୁ ଦେଖିହେବ। ମଦିନାରେ ସେଲା ପର୍ବତରୁ ଈଦ, ରମଜାନ ଏବଂ ଈଦ ଅଲ-ଆଧା ସମ୍ପର୍କରେ ଘୋଷଣା କରାଯାଉଥିଲା। ଏହି ତୋପ ଧାର୍ମିକ ଏବଂ ସାଂସ୍କୃତିକ କାରଣରୁ ଅନେକ ଗୁରୁତ୍ୱ ବହନ କରୁଥିଲା।
୨୦୧୪ ରେ, ମକ୍କା ମୁକର୍ରମା ସ୍ଥିତ ମସଜିଦ୍ ରେ ଲାଉଡସ୍ପୀକର ବ୍ୟାପକ ଭାବରେ ବ୍ୟବହୃତ ହେବାରେ ଲାଗିଲା। ଏବେ ଲୋକଙ୍କୁ ସ୍ପୀକର ମାଧ୍ୟମରେ ରୋଜା ଭାଙ୍ଗିବା ଏବଂ ନମାଜ ପଢିବା ସମ୍ପର୍କରେ ସୂଚନା ଦିଆଯାଉଛି। ଯାହାର ଫଳ ସ୍ୱରୂପ ମକ୍କା ଠାରେ ରମଜାନ ତୋପର ବ୍ୟବହାର ବନ୍ଦ ହୋଇଯାଇଥିଲା। ହେଲ ୨୦୧୫ ରେ ରାଜା ସଲମାନ ବିନ୍ ଅବଦୁଲ ଅଜିଜ୍ ଅଲ୍ ସୌଦ ମଦିନା ଠାରେ ଏହାକୁ ପୁନଃର୍ବାର ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ରମଜାନ ତୋପ କେବଳ ଘୋଷଣା ପାଇଁ ଏକ ଉପକରଣ ନୁହେଁ। ବରଂ ସାଉଦି ଆରବର ଧାର୍ମିକ ଏବଂ ସାଂସ୍କୃତିକ ପରମ୍ପରାର ଏକ ଅଂଶ। ଯାହା ଲୋକଙ୍କୁ ରୋଜା ଏବଂ ଧାର୍ମିକ ପ୍ରାର୍ଥନା କରିବା ମନେ ପକାଇଥାଏ। ଏହି ପରମ୍ପରାକୁ ରମଜାନ ଏବଂ ଇଦ୍ ମାସରେ ବହୁତ ସମ୍ମାନ ଏବଂ ଉତ୍ସାହ ସହିତ ପାଳନ କରାଯାଏ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories