Videos
|
International

Houthi attack news today / ମକ୍କାକୁ ନେଇ ସାଉଦି-ହୁତି ମୁହାଁମୁହିଁ…ଡ୍ରୋନ୍ ଆକ୍ରମଣ ଦାବିରେ ବଢ଼ିଲା ଉତ୍ତେଜନା

Ritu Das
Browse all articles by Ritu Das
·2 weeks ago·3 min read
ମକ୍କାକୁ ନେଇ ସାଉଦି-ହୁତି ମୁହାଁମୁହିଁ…ଡ୍ରୋନ୍ ଆକ୍ରମଣ ଦାବିରେ ବଢ଼ିଲା ଉତ୍ତେଜନା
India

Key Points

ମକ୍କାରେ ହୁତି ବିଦ୍ରୋହୀମାନେ ଆକ୍ରମଣ କରିଥିବା ସାଉଦି ଆରବ ପକ୍ଷରୁ ଦାବି କରାଯାଇଛି
UAE (16/09): ମକ୍କାରେ ହୁତି ବିଦ୍ରୋହୀମାନେ ଆକ୍ରମଣ କରିଥିବା ସାଉଦି ଆରବ ପକ୍ଷରୁ ଦାବି କରାଯାଇଛି। ତେବେ ୟେମେନର ହୁତିମାନେ ଏହି ଦାବିକୁ ଅସ୍ବୀକାର କରି ଏହାକୁ ଏକ ପୁରୁଣା ମିଛ ବୋଲି କହିଛନ୍ତି। ବିଦ୍ରୋହୀଙ୍କ ପଲିଟବ୍ୟୁରୋର ସଦସ୍ୟ ହାଜେମ ଅଲ-ଆସାଦ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି,ମକ୍କାକୁ ଟାର୍ଗେଟ କରିବାର ଦାବି ସମ୍ପୂର୍ଣ୍ଣ ମିଛ।

ସାଉଦି ପୂର୍ବରୁ ମଧ୍ୟ ଏଭଳି କହିସାରିଛି। ସାଉଦି ଆରବ କହିଛି ଯେ, ବିଦ୍ରୋହୀମାନେ ଏକ ଡ୍ରୋନ ସାହାଯ୍ୟରେ ମକ୍କା ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏହାକୁ ମଝି ଆକାଶରେ ଗୁଳି କରି ଖସାଇ ଦିଆଯାଇଥିଲା। ସାଉଦି ମୁଖପାତ୍ର ତୁର୍କି ଅଲ-ମାଲିକି ଏହି ଆକ୍ରମଣକୁ କଡ଼ା ନିନ୍ଦା କରି କହିଛନ୍ତି, ପବିତ୍ର ସ୍ଥଳକୁ ଆସିଥିବା ସାଧାରଣ ନାଗରିକଙ୍କୁ ଭୟଭୀତ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର।

ପବିତ୍ର ସ୍ଥଳକୁ ଆସିଥିବା ତୀର୍ଥଯାତ୍ରୀଙ୍କ ସୁରକ୍ଷା ଦେବା ଆମର ସର୍ବୋଚ୍ଚ ପ୍ରାଥମିକତା। ବିଦ୍ରୋହୀଙ୍କ ଯେକୌଣସି ପ୍ରୟାସକୁ ପଣ୍ଡ କରାଯିବ।

ସୂଚନା ଅନୁସାରେ ହୁତି ବିଦ୍ରୋହୀମାନେ ଆଜି ସାଉଦି ଆରବର ଖାମିସ ମୁସୈଟ, ଆଭା ଓ ତୈଫ ସହର ଉପରେ ଏକାଧିକ ବାଲିଷ୍ଟକ ମିସାଇଲ୍ ଓ ଡ୍ରୋନ ଆକ୍ରମଣ କରିଛନ୍ତି । ଜନବସତି ଅଞ୍ଚଳରେ ଏହି ଆକ୍ରମଣ ଯୋଗୁ ୧୩ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି । ଅନେକ ଅଟ୍ଟାଳିକା ଓ ଯାନବାହନ କ୍ଷତିଗ୍ରସ୍ତ ହୋଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆକ୍ରମଣକୁ ନେଇ ଲୋକମାନେ ଭୟଭୀତ ହୋଇପଡିଛନ୍ତି । ଏହି ଘଟଣା ପରେ ସାଉଦି ଆରବ ସରକାର ଲୋକମାନଙ୍କୁ ସତର୍କ କରାଇଛନ୍ତି । ସୁରକ୍ଷିତ ସ୍ଥାନରେ ରହିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି । ବାହାରେ କିମ୍ବା ଖୋଲା ସ୍ଥାନରେ ନ ବୁଲି ଘର ଭିତରେ ସୁରକ୍ଷିତ ରହିବାକୁ କୁହାଯାଇଛି । ୟେମେନ ସେନାକୁ ସାଉଦି ଆରବ ସମର୍ଥନ ଜାରି ରଖିଥିବାରୁ ହୁତି ବିଦ୍ରୋହୀମାନେ ଏହି ଦେଶକୁ ଟାର୍ଗେଟ କରିଛନ୍ତି ।

ସାଉଦି ଆରବର ଭିତ୍ତିଭୂମି ବିଶେଷକରି ତୈଳ ଭିତ୍ତିଭୂମିକୁ ସେମାନେ ଟାର୍ଗେଟ କରି ଡ୍ରୋନ ଓ ମିସାଇଲ୍ ମାଡ଼ କରିଛନ୍ତି।

ହୁତିର ଡ୍ରୋନ ଆକ୍ରମଣରେ ସାଉଦିର ଏକ ପ୍ରମୁଖ ତୈଳ ପାଇପ ଲାଇନ କ୍ଷତିଗ୍ରସ୍ତ ହେବା ପରେ ସାଉଦି ଆରବ ତୈଳ ପରିବହନ ବନ୍ଦ କରିଦେଇଛି । ସାଉଦିର ଖାମିସ ମୁସୈଟରେ ଥିବା କିଙ୍ଗ ଖଲିଦ ବିମାନଘାଟିକୁ ଟାର୍ଗେଟ କରି ହୁତି ପକ୍ଷରୁ ୧୨ରୁ ଅଧିକ ମିସାଇଲ୍ ଓ ଡ୍ରୋନ ମାଡ଼ କରାଯାଇଛି । ଫଳରେ ବିମାନବନ୍ଦରରେ ପ୍ରଚଣ୍ଡ ବିସ୍ଫୋରଣ ଘଟିବା ସହ ସେଠାରେ ନିଆଁ ଲାଗିଯାଇଥିଲା ।

ଅଧିକ ପଢ଼ନ୍ତୁ: ଯୁଦ୍ଧରେ ସାଉଦିକୁ ଝଟ୍‌କା; F-15କୁ ଖସାଇ ଦେଇଥିବା ହୁତି ବିଦ୍ରୋହୀଙ୍କ ଦାବି

ବିମାନବନ୍ଦରରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ସେହିଭଳି ଆଭା ଓ ତୈଫ ସହରରେ ମଧ୍ୟ ମିସାଇଲ୍ ଓ ଡ୍ରୋନ ଆକ୍ରମଣ ହୋଇଛି । ଏଥିରେ ୭ଟି କୋଠା ଓ ୨ଟି ଗାଡି କ୍ଷତିଗ୍ରସ୍ତ ହୋଇଛି । ୧୩ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି ।

ଏହାର ପୂର୍ବଦିନ ହୁତି ବିଦ୍ରୋହୀଙ୍କ ପକ୍ଷରୁ ଖାସିମ ମୁସୈଟ, ଆଭା, ଜାଜାନ ଓ ନଜରାନ ସହର ଉପରେ ୫୦ରୁ ଅଧିକ ମିସାଇଲ୍ ଓ ଡ୍ରୋନ ମାଡ଼ କରାଯାଇଥିଲା । ଏଥିରେ ୭୩ ଜଣ ଆହତ ହୋଇଥିଲେ।

ହୁତିରେ ଏଭଳି ଘନ ଘନ ଆକ୍ରମଣକୁ ପ୍ରତିହତ କରିବାରେ ସାଉଦି ଆରବ ବିଫଳ ହୋଇଛି । ହୁତିର ମୁକାବିଲା ପାଇଁ ସାଉଦି ଯୁବରାଜ ମହମ୍ମଦ ବିନ୍ ସଲମାନ ପଡୋଶୀ ଦେଶ ପାକିସ୍ତାନ ଓ ଆମେରିକାକୁ ସହାୟତା ପାଇଁ ଅନୁରୋଧ କରିଥିଲେ ।

କିନ୍ତୁ ଉଭୟ ଦେଶ ସହାୟତା ଦେବାକୁ ମନା କରିଦେଇଛନ୍ତି । ଫଳରେ ସେ ଇସ୍ରାଏଲ ଓ ଇଜିପ୍ଟର ସହାୟତା ଲୋଡିଛନ୍ତି । ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ଅଭିଯୋଗ କରିଛନ୍ତି ଯେ ସାଉଦି ଆରବ ୟେମେନରେ ଥିବା ସେମାନଙ୍କ କେତେକ ଠିକଣା ଉପରେ ବିମାନ ଆକ୍ରମଣ ଓ କ୍ରୁଜ ମିସାଇଲ୍ ମାଡ଼ କରୁଛି ।

ୟେମେନର ଦକ୍ଷିଣ ଓ ପଶ୍ଚିମ ଅଞ୍ଚଳରେ ସରକାରୀ ସେନା ଓ ହୁତି ବିଦ୍ରୋହୀଙ୍କ ମଧ୍ୟରେ ଘମାଘୋଟ ସଂଘର୍ଷ ଲାଗି ରହିଛି । ସରକାରୀ ସେନା ଛତ୍ରଭଙ୍ଗ ଦେଇ ପଳାଉଥିବା ବେଳେ ହୁତି ବିଦ୍ରୋହୀମାନେ ୪ଟି ଗୁରୁତ୍ୱପୂର୍ଣ୍ଣ ଦ୍ୱୀପକୁ କବଜା କରିନେଇଛନ୍ତି । ସେମାନେ ବିଶ୍ୱର ଅନ୍ୟତମ ପ୍ରମୁଖ ଜଳମାର୍ଗ ବାବ ଅଲ୍-ମନ୍ଦେବ ନିକଟତର ହୋଇଛନ୍ତି ।
Saudi Houthis Faceoff Over Mecca Drone Attack Claim Tensions Rise | Argus News Odia