Saudi F15 Shot Down / ଯୁଦ୍ଧରେ ସାଉଦିକୁ ଝଟ୍କା; F-15କୁ ଖସାଇ ଦେଇଥିବା ହୁତି ବିଦ୍ରୋହୀଙ୍କ ଦାବି
·1 hour ago·2 min read

Key Points
ଯୁଦ୍ଧରେ ସାଉଦି ଆରବ ଉପରେ ଭାରି ପଡ଼ୁଛନ୍ତି ହୁତି ବିଦ୍ରୋହୀ । ୟେମେନର ହୁତି ବିଦ୍ରୋହୀ ଓ ସାଉଦି ଆରବ ମଧ୍ୟରେ ଲଢ଼େଇ ତୀବ୍ର ହେବାରେ ଲାଗିଛି । ସଂଘର୍ଷ ଭିତରେ ହୁତି ବିଦ୍ରୋହୀ ବଡ଼ ଦାବି କରିଛନ୍ତି ।
ନୂଆଦିଲ୍ଲୀ: ଶକ୍ତିଶାଳୀ ହେଉଛନ୍ତି କି ହୁତି ବିଦ୍ରୋହୀ ? ଯୁଦ୍ଧରେ ସାଉଦି ଆରବ ଉପରେ ପଡ଼ୁଛନ୍ତି ଭାରି । ୟେମେନର ହୁତି ବିଦ୍ରୋହୀ ଓ ସାଉଦି ଆରବ ମଧ୍ୟରେ ଲଢ଼େଇ ତୀବ୍ର ହେବାରେ ଲାଗିଛି । ସଂଘର୍ଷ ଭିତରେ ହୁତି ବିଦ୍ରୋହୀ ବଡ଼ ଦାବି କରିଛନ୍ତି ।
ହୁତି ବିଦ୍ରୋହୀ କରିଥିବା ଦାବି ଅନୁସାରେ, ୟେମେନର ମାରିବ ଗବର୍ଣ୍ଣରେଟ ଆକାଶରେ ସାଉଦି ଆରବର F-15କୁ ସେନା ମାରି ଖସାଇ ଦିଆଯାଇଛି । ହୁତିର ସୈନ୍ୟ ମୁଖପାତ୍ରା ୟାହ୍ଵା ସରି କହିଛନ୍ତି, "ଯୁଦ୍ଧ ବିମାନଟି ସେମାନଙ୍କ ବିରୋଧରେ ଚାଲିଥିବା ସୈନ୍ୟ ଅପରେସନ୍ ବେଳେ ଆକ୍ରମଣ କରିବାକୁ ଆସିଥିଲା ।"
ଏଥିସହ ପଢ଼ନ୍ତୁ: ମକ୍କାକୁ ନେଇ ସାଉଦି-ହୁତି ମୁହାଁମୁହିଁ…ଡ୍ରୋନ୍ ଆକ୍ରମଣ ଦାବିରେ ବଢ଼ିଲା ଉତ୍ତେଜନା
ୟାହ୍ଵା ସରିଙ୍କ ଅନୁସାରେ, ସାଉଦିର F-15 ୟେମେନର ମାରିବ ଅଞ୍ଚଳରେ ହୁତି ବିଦ୍ରୋହୀଙ୍କ ବିରୋଧରେ ଆକାଶ ମାର୍ଗରୁ ଆକ୍ରମଣ କରୁଥିଲା । ସେହି ସମୟରେ ହୁତି ଯବାନ F-15କୁ ଟାର୍ଗେଟ୍ କରିଥିଲେ । ଦାବି ଅନୁସାରେ, ଭୂ-ପୃଷ୍ଠରୁ ନିକ୍ଷେପ କରାଯାଇଥିବା ମିସାଇଲ୍ F-15କୁ ଖସାଇ ଦେଇଛି । ଉକ୍ତ ବିମାନକୁ ଆମେରିକା ଠାରୁ କିଣିଥିଲା ସାଉଦି ଆରବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହୁତି ବିଦ୍ରୋହୀଙ୍କ ସୂତ୍ର ଅନୁସାରେ ଅଲ ଜଜୀରା ଏକ ରିପୋର୍ଟ ପ୍ରକାଶ କରିଛି । ଯେଉଁଥିରେ କୁହଯାଇଛି ଯେ, ଯୁଦ୍ଧ ବିମାନଟି ମାରିବର ଉତ୍ତର-ପଶ୍ଚିମ ମାଉଣ୍ଟ ହେଲାନ ନିକଟରେ ଖସିଛି । ତେବେ ଦୁତି ବିଦ୍ରୋହୀ କରିଥିବା ଦାବି ନେଇ ତୁରନ୍ତ ସାଉଦି ଆରବ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସି ନାହିଁ । ତେଣୁ, ହୁତି ବିଦ୍ରୋହୀ F-15 ଖସାଇ ଦେଇଥିବା ଦାବିକୁ ବର୍ତ୍ତମାନ ସତ୍ୟ କୁହାଯାଇ ପାରିବ ନାହିଁ ।
ହୁତି ବିଦ୍ରୋହୀଙ୍କ ଦାବି ଅନୁସାରେ, ଯୁଦ୍ଧ ବିମାନ ଖସିବା ପରେ ସେମାନେ ବିମାନର ଧ୍ଵଂସାବଶେଷ ଖୋଜିବାକୁ ଯାଇଥିଲେ । ଯେହି ସମୟରେ ଆଉ ୨ଟି ସାଉଦି F-15 ଯୁଦ୍ଧ ବିମାନ ଆସି ଆକ୍ରମଣ କରିଥିଲା । ଉକ୍ତ ଦୁଇ ବିମାନ ସହ ହୁତି ବିଦ୍ରୋହୀ ମୁହାଁମୁହିଁ ହୋଇଥିବା ୟାହ୍ଵା ସରି ଦାବି କରିଛନ୍ତି ।
ଏଥିସହ ପଢ଼ନ୍ତୁ: ପ୍ରଥମଥର ମାନିଲା ଆମେରିକା; ମହାକାଶରେ ମୁତୟନ କରିଛି ‘On-orbit Space Control Weapons'
ୟେମେନ ଉପରେ ୪୫୦ ଥର ଆକ୍ରମଣ
ହୁତି ସୈନ୍ୟ ମୁଖପାତ୍ରଙ୍କ ଅନୁସାରେ, ଗତ ସପ୍ତାହକ ମଧ୍ୟରେ ସାଉଦି ନେତୃତ୍ଵାଧନ ସଂଗଠନ ପକ୍ଷରୁ ଏକାଧିକ ଥର ଆକାଶ ମାର୍ଗରୁ ଆକ୍ରମଣ କରାଯାଇଛି । ୟାହ୍ଵା ସରିଙ୍କ ଅନୁସାରେ, ଏହି ସମୟରେ ୟେମେନର ଭିନ୍ନ ଭିନ୍ନ ଅଞ୍ଚଳରେ ସାଉଦି ପ୍ରାୟ ୪୫୦ରୁ ଅଧିକଥର ଆକାଶ ମାର୍ଗରୁ ଆଟାକ୍ କରିଛି । ତେବେ ଏହି ଆକ୍ରମଣରେ କେହି ମୃତାହତ ହୋଇ ନଥିବା ହୁତି ପକ୍ଷରୁ କୁହାଯାଇଛି ।

Related Topics
Explore more stories