Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

SCO Summit 2025: ଆଜିଠୁ SCO ସମ୍ମିଳନୀ, ଗୋଟିଏ ମଞ୍ଚରେ ଏକାଠି ହେବେ ମୋଦି-ପୁଟିନ-ଜିନପିଙ୍ଗ୍

santosh Kumar Sahoo
Browse all articles by santosh Kumar Sahoo
·10 months ago·2 min read
SCO Summit 2025: ଆଜିଠୁ SCO ସମ୍ମିଳନୀ, ଗୋଟିଏ ମଞ୍ଚରେ ଏକାଠି ହେବେ ମୋଦି-ପୁଟିନ-ଜିନପିଙ୍ଗ୍

Key Points

ଆଜି ଚୀନର ତିଆନଜିନରେ SCO ସମ୍ମିଳନୀ । ୨୦ରୁ ଅଧିକ ଦେଶର ନେତା ଏବଂ ୧୦ଟି ଅନ୍ତର୍ଜାତୀୟ ସଂଗଠନ ସାମିଲ । SCO ସମ୍ମିଳନୀରେ ମୋଦି-ଜିନପିଙ୍ଗଙ୍କ ସାକ୍ଷାତ।


ଚୀନର ତିଆନଜିନରେ ଅନୁଷ୍ଠିତ ହେବ ସାଂଘାଇ ସହଯୋଗ ସଂଗଠନ ବା SCO ସମ୍ମିଳନୀ । SCO ସମ୍ମିଳନୀ ଆଜିଠାରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୦ରୁ ଅଧିକ ଦେଶର ନେତା ଏବଂ ୧୦ଟି ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ ସମ୍ମିଳନୀ ଏବଂ ସମ୍ବନ୍ଧିତ କାର୍ଯ୍ୟକ୍ରମରେ ଯୋଗଦେବାର ରହିଛି କାର୍ଯ୍ୟକ୍ରମ ।


ବେଜିଂ ଦ୍ୱାରା ଆୟୋଜିତ ଏହି ଶିଖର ସମ୍ମିଳନୀ ଉପରେ ସାରା ବିଶ୍ୱ ନଜର ରଖିଛି । ଏହାର କାରଣ ହେଉଛି ଚୀନ୍ ଏବଂ ଭାରତର ନେତାମାନଙ୍କ ବ୍ୟତୀତ ଏହି ମଞ୍ଚରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଉପସ୍ଥିତ ରହିବେ । ଏକାଠି ହେବେ ବିଶ୍ବର ଉଦୀୟମାନ ତ୍ରିଶକ୍ତି ମୋଦି, ଜିନପିଙ୍ଗ ଓ ପୁଟିନ । ଋଷ, ଚୀନ୍, ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ଏହି ତିନି ଦେଶକୁ ନିକଟତର କରିପାରେ । ଋଷ ସହିତ ରଣନୈତିକ ସହଭାଗିତାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜିଦଖୋର ମନୋଭାବ ଏସିଆର ଦୁଇ ମହାଶକ୍ତିକୁ ଅଧିକ ଘନିଷ୍ଠ କରିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଶେଷ ଥର ପାଇଁ ୨୦୨୪ ଅକ୍ଟୋବରରେ ରୁଷରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀ ସମୟରେ ସାକ୍ଷାତ କରିଥିଲେ। ଗତ ସାତ ବର୍ଷ ମଧ୍ୟରେ ଏହା ମୋଦିଙ୍କ ପ୍ରଥମ ଚୀନ୍ ଗସ୍ତ ହେବ। ପୁଟିନଙ୍କ RIC ଅଭିଯାନ ବଳରେ ବଦଳିବ ୱାର୍ଲଡ ଅର୍ଡର । ବାଣିଜ୍ୟ ଟାରିଫକୁ ନେଇ ବିଶ୍ବରେ ହଲଚଲ୍ ଜାରି ରହିଥିବାବେଳେ ପ୍ରସ୍ତୁତ ହେବାକୁ ଯାଉଛି ନୂଆ ରଣନୀତି ।


ତେବେ SCO ହେଉଛି ବିଶ୍ବର ଅନ୍ୟତମ ବଡ଼ ମଞ୍ଚ । ୨୦୦୧ରେ ହୋଇଥିଲା ସାଂଘାଇ ସହଯୋଗ ସଂଗଠନ ବା SCOର ପ୍ରତିଷ୍ଠା । ଭାରତ, ଚୀନ୍, ଋଷ, ପାକିସ୍ତାନ, ଇରାନ ଓ ମଧ୍ୟ ଏସୀୟ ଦେଶ SCOର ସଦସ୍ୟ ଅଟନ୍ତି । ୨୦୧୭ରେ SCOର ସଦସ୍ୟ ହୋଇଥିଲା ଭାରତ । ସେହିପରି ଭାରତ ୨୦୨୨-୨୩ରେ SCOରେ ଅଧ୍ୟକ୍ଷତା କରିଥିଲା । ଏଥର ଚୀନରେ ହେଉଛି SCO ଶିଖର ସମ୍ମିଳନୀ । ୨୦ରୁ ଅଧିକ ଦେଶର ନେତା ଏହି ସମ୍ମିଳନୀରେ ସାମିଲ ହେଉଛନ୍ତି ।

Sponsored
Modi, Putin, Xi Jinping to Share Stage at SCO Summit in China | Argus News