Sheikh Hasina / 'ମୋତେ କେହି ଅଟକାଇ ପାରିବେନି...'; ଡିସେମ୍ବରରେ ବାଂଲାଦେଶ ଫେରିବେ ଶେଖ୍ ହସିନା
·38 mins ago·2 min read

Key Points
- ଡିସେମ୍ବରରେ ବାଂଲାଦେଶ ଫେରିବେ ବୋଲି ପୁଣି କହିଲେ ଶେଖ୍ ହସିନା
- ଗିରଫ କିମ୍ବା ମୃତ୍ୟୁର ଭୟ ଥିଲେ ମଧ୍ୟ ନିଷ୍ପତ୍ତି ବଦଳିବନି
- ୨୦୨୫ରେ ମାନବତା ବିରୋଧୀ ଅପରାଧ ମାମଲାରେ ହୋଇଛି ମୃତ୍ୟୁଦଣ୍ଡ
ନୂଆଦିଲ୍ଲୀ: ନିଜ ଦେଶକୁ ଫେରିବା ନିଷ୍ପତ୍ତିରେ ଅଟଳ ଅଛନ୍ତି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା । ଆସନ୍ତା ଡିସେମ୍ବରରେ ସେ ଭାରତରୁ ବାଂଲାଦେଶ ଫେରିବେ ବୋଲି ପୁଣି ଥରେ ସ୍ପଷ୍ଟ କରିଛନ୍ତି । ଏପରିକି ଏହି ନିଷ୍ପତ୍ତିରୁ ସେ ପଛକୁ ହଟିବେ ନାହିଁ ବୋଲି କହିଛନ୍ତି । ଗିରଫ କିମ୍ବା ମୃତ୍ୟୁର ଭୟ ଥିଲେ ମଧ୍ୟ ନିଜ ଦେଶକୁ ଫେରିବାକୁ ସେ ପ୍ରସ୍ତୁତ ଅଛନ୍ତି ।
ନ୍ୟୁଜ୍ ଏଜେନ୍ସି ଆସୋସିଏଟେଡ୍ ପ୍ରେସ୍ (AP)କୁ ଇମେଲ୍ ମାଧ୍ୟମରେ ଦେଇଥିବା ଉତ୍ତରରେ ହସିନା ଏହି କଥା କହିଛନ୍ତି । ସେ କହିଛନ୍ତି, "ଯଦି ମୃତ୍ୟୁ ଆସିବାର ଅଛି, ତେବେ ନିଜ ଦେଶର ମାଟିରେ ଏବଂ ନିଜ ଲୋକଙ୍କ ମଧ୍ୟରେ ମୃତ୍ୟୁକୁ ସାମ୍ନା କରିବାକୁ ଚାହେଁ । ଡିସେମ୍ବରରେ ଫେରିବା ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ ହୋଇନାହିଁ ।"
ଏଥିସହ ପଢ଼ନ୍ତୁ: ପାକ୍ ଅଧିକୃତ କାଶ୍ମୀରରେ ପୁଣି ବିକ୍ଷୋଭ; ଡ୍ରୋନ୍ ଆଟାକ୍ ଓ ଗୁଳିମାଡ଼ରେ ୩ ମୃ*ତ, ୧୮ ଆହତ
୨୦୨୪ରେ ଛାଡ଼ିଥିଲେ ଦେଶ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୨୪ ମସିହାରେ ବାଂଲାଦେଶରେ ଛାତ୍ର ଆନ୍ଦୋଳନ ତୀବ୍ର ହୋଇଥିଲା । ଏହି ଆନ୍ଦୋଳନ ପରେ ଶେଖ୍ ହସିନାଙ୍କ ସରକାରର ପତ୍ତନ ହୋଇଥିଲା । ୨୦୦୪ ଅଗଷ୍ଟ ୫ରେ ସେ ପ୍ରଧାନମନ୍ତ୍ରୀ ପଦ ଛାଡ଼ି ଭାରତ ଆସିଥିଲେ । ସେବେଠାରୁ ସେ ଭାରତରେ ରହୁଛନ୍ତି । ୨୦୦୯ରୁ ୨୦୨୪ ପର୍ଯ୍ୟନ୍ତ ସେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଥିଲେ ଶେଖ୍ ହସିନା ।
ହସିନାଙ୍କୁ ମୃତ୍ୟୁଦଣ୍ଡାଦେଶ
ବାଂଲାଦେଶର ଏକ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ୍ ୨୦୨୫ ନଭେମ୍ବରରେ ଶେଖ୍ ହସିନାଙ୍କୁ ମାନବତା ବିରୋଧୀ ଅପରାଧ ମାମଲାରେ ମୃତ୍ୟୁଦଣ୍ଡ ଶୁଣାଇଥିଲେ । ୨୦୨୪ର ଛାତ୍ର ଆନ୍ଦୋଳନ ସମୟରେ ହୋଇଥିବା ହିଂସା ଏବଂ ସରକାରୀ କାର୍ଯ୍ୟାନୁଷ୍ଠାନକୁ ନେଇ ଏହି ମାମଲା ହୋଇଥିଲା ।
ଜାତିସଂଘର ଏକ ରିପୋର୍ଟ ଅନୁସାରେ, ସେହି ସମୟର ହିଂସାରେ ପ୍ରାୟ ୧୪୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା । ତେବେ, ହସିନା ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏହା ସହ ଟ୍ରିବ୍ୟୁନାଲ୍ର ରାୟ ଓ ବିଚାର ପ୍ରକ୍ରିୟାର ବୈଧତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।
ହସିନାଙ୍କୁ ଫେରାଇ ଆଣିବାକୁ ଚାହୁଁଛି ବାଂଲାଦେଶ
ଶେଖ୍ ହସିନାଙ୍କୁ ଭାରତରୁ ଫେରାଇ ଆଣିବା ପାଇଁ ବାଂଲାଦେଶ ସରକାର ଏକାଧିକ ଥର ଭାରତକୁ ଅନୁରୋଧ କରିଛନ୍ତି । ଏଥିପାଇଁ ପ୍ରତ୍ୟର୍ପଣ ଦାବି ମଧ୍ୟ କରାଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ଭାରତ ହସିନାଙ୍କୁ ବାଂଲାଦେଶ ହସ୍ତାନ୍ତର କରିନାହିଁ ।

ଏଥିସହ ପଢ଼ନ୍ତୁ: ଆମେରିକା ମଧ୍ୟବର୍ତ୍ତୀ ନିର୍ବାଚନରେ ଟ୍ରମ୍ପଙ୍କୁ ଝଟକା, ଭାରତ ପାଇଁ କମିଲା ଟ୍ରେଡ୍ ଡିଲ୍ର ଚାପ
ତେବେ ହସିନା ଡିସେମ୍ବରରେ କେଉଁ ଦିନ ଏବଂ କେଉଁ ରାସ୍ତାରେ ବାଂଲାଦେଶ ଫେରିବେ, ସେନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି । ଦେଶକୁ ଫେରିବା ପରେ ତାଙ୍କୁ ଗିରଫ କରାଯିବାର ଆଶଙ୍କା ମଧ୍ୟ ରହିଛି । ଏଭଳି ପରିସ୍ଥିତିରେ ହସିନାଙ୍କ ଘୋଷଣା ଆଗାମୀ ଦିନରେ ବାଂଲାଦେଶ ରାଜନୀତି ଓ ଭାରତ-ବାଂଲାଦେଶ ସମ୍ପର୍କ ଉପରେ କି ପ୍ରଭାବ ପକାଇବ, ତାହା ଉପରେ ନଜର ରହିବ ।