Firing in PoK / ପାକ୍ ଅଧିକୃତ କାଶ୍ମୀରରେ ପୁଣି ବିକ୍ଷୋଭ; ଡ୍ରୋନ୍ ଆଟାକ୍ ଓ ଗୁଳିମାଡ଼ରେ ୩ ମୃ*ତ, ୧୮ ଆହତ
·57 mins ago·2 min read

Key Points
ପାକିସ୍ତାନ ସେନାର ଏହି ଆକ୍ରମଣରେ ଏବେ ସୁଦ୍ଧା ୩ ଜଣ ନାଗରିକଙ୍କ ମୃତ୍ୟୁ ହୋଛି । ସେନାର ଆକ୍ରମଣରେ ୧୮ ଜଣ ଆହତ ହୋଇଛନ୍ତି ।
ନୂଆଦିଲ୍ଲୀ: ପାକ୍ ଅଧିକୃତ ଜମ୍ମୁ କାଶ୍ମୀରରେ ପୁଣି ଥରେ ପାକିସ୍ତାନ ସେନାର ବର୍ବରତା । ଲୋକଙ୍କ ଘର ଉପରେ ଡ୍ରୋନ୍ରୁ ଆକ୍ରମଣ କରିବା ସହ କରିଛି ଗୁଳିଗୋଳା ବର୍ଷା । ଆଉ ପାକିସ୍ତାନ ସେନାର ଏହି ଆକ୍ରମଣରେ ଏବେ ସୁଦ୍ଧା ୩ ଜଣ ନାଗରିକଙ୍କ ମୃତ୍ୟୁ ହୋଛି । ସେନାର ଆକ୍ରମଣରେ ୧୮ ଜଣ ଆହତ ହୋଇଛନ୍ତି ।
ରାୱଲକୋଟର ଉମର ଫାରୁକ ଚୌକରେ ଏହି ଗୁଳିକାଣ୍ଡ ହୋଇଛି । ପାକିସ୍ତାନ ସୈନିକ ଗୁରୁବାର ସକାଳ ୫ଟାରୁ ଫାୟାରିଂ ଜାରି କରିଛି । ଗୁରୁବାର ପିଓକେରେ ପାକିସ୍ତାନ ସେନା ଆକ୍ରମଣର ଏକାଧିକ ଫଟୋ ଓ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।
ଏଥିସହ ପଢ଼ନ୍ତୁ: ମହାକାଶରୁ ମିଳିଲା ରହସ୍ୟମୟ ରେଡିଓ ସିଗନାଲ୍, ଏଲିଅନଙ୍କଠାରୁ ଆସିଛି କି ସଙ୍କେତ?
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପାକିସ୍ତାନ ସେନା ଜାଣିଶୁଣି ନାଗରିକଙ୍କ ଘରେ ଉପରେ ଏଭଳି ଆକ୍ରମଣ କରୁଛି । ଲୋକଙ୍କ ଘର ଓ ପ୍ରଦର୍ଶନକାରୀଙ୍କୁ ଟାର୍ଗେଟ୍ କରାଯାଉଛି । ୨୦୨୬ ଜୁନ୍ରୁ ଆରମ୍ଭ ହୋଇଥିଲା ବିରୋଧ ପ୍ରଦର୍ଶନ । ଯାହା ପରେ ସେନା କବ୍ଜାରେ ଥିବା ପିଓକରେ ୧୫୩ ଜଣରୁ ଅଧିକଙ୍କୁ ହତ୍ୟା କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେନା କରିଥିବା ଆକ୍ରମଣ ପରର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଘଟଣାସ୍ଥଳରୁ ବିସ୍ଫୋଟକ ମଧ୍ୟ ମିଳିଛି । ଲୋକଙ୍କ କହିବା କଥା- ପାକିସ୍ତାନ ସେନା ଆମ ଡେଥ୍ ୱାରେଣ୍ଟ ଉପରେ ହସ୍ତାକ୍ଷର କରିଛି ।
ଅନ୍ୟ ଭିଡିଓର ମଧ୍ୟ ବିସ୍ଫୋରଣ ଓ ଲୋକଙ୍କ ଚିତ୍କାର ଶୁଣିବାକୁ ମିଳୁଛି । ପ୍ରଦର୍ଶନକାରୀଙ୍କ କହିବା କଥା, ପାକିସ୍ତାନୀ ସୁରକ୍ଷା ବଳ ରାୱଲକୋଟର ନାଗରିକ ଓ ଛୁଆଙ୍କ ଉପରେ ଗୁଳିମାଡ଼ କରୁଛି । ମୁନୀରଙ୍କ ନେତୃତ୍ଵାଧୀନ ସେନ ଦମନ ଲୀଳା ଚଳାଇଛି । ଆମେ କୌଣସି ପରିସ୍ଥିତିରେ ବି ପଛକୁ ହଟିବୁ ନାହିଁ ।
ରିପୋର୍ଟ ଅନୁସାରେ, ରାୱଲକୋଟରେ ସରକାରୀ ମୋବାଇଲ୍ ସେବା ଓ ଇଣ୍ଟରନେଟ୍ ବନ୍ଦ କରିଦିଆଯାଇଛି । ଲୋକଙ୍କ ମଧ୍ୟରେ ଆତଙ୍କର ବାତାବରଣ ଲାଗି ରହିଛି । ତଥାପି ଲୋକେ ରାସ୍ତାକୁ ଓହ୍ଳାଇ ପ୍ରତିବାଦ ଜାରି ରଖିଛନ୍ତି ।
ଏଥିସହ ପଢ଼ନ୍ତୁ: ମଧ୍ୟାବଧି ନିର୍ବାଚନରେ ଚିତପଟାଙ୍ଗ ମାରିଲେ ଟ୍ରମ୍ପ; ସୋସିଆଲ ମିଡିଆରେ ଛାଇଗଲା ମୀମ୍ସ୍
PoKରେ ଚାଲିଥିବା ଏହି ଆନ୍ଦୋଳନ ସହ ସ୍ଥାନୀୟ ଜନସଂଖ୍ୟା ଓ ସମ୍ବନ୍ଧ ସହ ଜଡ଼ିତ । ପ୍ରଦର୍ଶନକାରୀ କେବଳ ଶସ୍ତା ବିଦ୍ୟୁତ ଓ ଅଟା ଦାବି କରୁନାହାନ୍ତି । ବରଂ ବିଧାନସଭା, ସ୍ଥାନୀୟ ସମ୍ବଳ ଉପରେ ଅଧିକାର ଓ ପ୍ରଶାସନିକ ସ୍ଵାୟତ୍ତତା ଦାବି କରୁଛନ୍ତି ।