Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଶେଖ୍ ହସିନା ପୁଅଙ୍କ ବଡ ବୟାନ, ନିର୍ବାଚନ ପରେ ବାଂଲା ଫେରିଯିବେ ହସିନା

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଶେଖ୍ ହସିନା ପୁଅଙ୍କ ବଡ ବୟାନ, ନିର୍ବାଚନ ପରେ ବାଂଲା ଫେରିଯିବେ ହସିନା

ଅର୍ଗସ ବ୍ୟୁରୋ : ବାଂଲାଦେଶରେ ସାଧାରଣ ନିର୍ବାଚନ ନେଇ ଘୋଷଣା ହେବା ପରେ ଶେଖ୍ ହସିନା ବାଂଗଲାଦେଶ ଫେରିବେ ବୋଲି କହିଛନ୍ତି ଶେଖ୍ ହସିନାଙ୍କ ପୁଅ ସାଜିବ ୱାଜିଦ । ଆମେରିକାରେ ରହୁଥିବା ଶେଖ ହସିନାଙ୍କ ପୁଅ ସାଜିବ ୱାଜିଦ ଜୟ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ରାଙ୍କ ମା ଭାରତରେ ଅଛନ୍ତି। ଅନ୍ତରୀଣ ସରକାର ନିର୍ବାଚନ ନେଇ ନିଷ୍ପତ୍ତି ନେବା ମାତ୍ରେ ସେ ବାଂଲାଦେଶ ଫେରିଯିବେ । ତେବେ ବାଙ୍ଗଲାଦେଶରେ ହିଂସା ନିୟନ୍ତ୍ରଣ ହେବା ଏବଂ ସାମାନ ବାତାବରଣ ଫେରିବା ଜରୁରୀ ବୋଲି ସେ କହିଛନ୍ତି । 

ଅଧିକ ପଢନ୍ତୁ : ଋଷିଆ ମନା କଲା ? ଏବେ ହସିନା ରହିବେ କେଉଁଠି ?

ହସିନାଙ୍କୁ ନେଇ ଏବେ ପୁରା ରାଜ୍ୟରେ ଜୋର ଧରିଛି ଚର୍ଚ୍ଚା । ଖାସ୍‌ କରି ସେ କେଉଁଠାରେ ଏମିତି ଅସମୟରେ ରହିବେ ତାହାକୁ ନେଇ ଏବେ ନାନା କଳ୍ପନା ଜଳ୍ପନା ଦେଖାଦେଇଛି । ସେ ଏବେ ଦୁଇ ମୁସ୍‌ଲିମ ରାଷ୍ଟ୍ର ସାଉଦି ଆରବ କିମ୍ବା ୟୁଏଇ ଯିବାକୁ ଚେଷ୍ଟା କରୁଛନ୍ତି । ଖାଲି ସେତିକି ନୁହେଁ, ସେ ଫିନଲ୍ୟାଣ୍ଡକୁ ମଧ୍ୟ ଏକ ବିକଳ୍ପ ଭାବେ ଦେଖୁଛନ୍ତି । ସାନ ଭଉଣୀ ଶେଖ ରିହାନାଙ୍କ ସହ ଭାରତ ଆସିଛନ୍ତି ଏବଂ ସେବେଠାରୁ ଭାରତରେ ହିଁ ସେ ଅଛନ୍ତି । ବୁଧବାର ସେମାନଙ୍କୁ ହିଣ୍ଡନ ଏୟାରବେସ୍ ଆଣି ସୁରକ୍ଷିତ ସ୍ଥାନରେ ରଖାଯାଇଥିଲା । ଏବେ ସେ ନିର୍ବାଚନ ପରେ ବାଂଲାଦେଶ ଫେରିଯିବା ନେଇ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ତାଙ୍କ ପୁଅ ଶେଖ୍ ୱାଜିଦ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sheikh Hasina's son's big statement, Hasina will return to Bangladesh after the election | Argus News