Attack on Trump / ଆକ୍ରମଣକାରୀର ଫଟୋ ଜାରି କଲେ ଟ୍ରମ୍ପ; କହିଲେ- 'ହତ୍ୟା କରିବାକୁ ଆସିଥିଲା...'
·4 days ago·2 min read

Key Points
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, "ଆକ୍ରମଣକାରୀ ପାଖରେ ଶକ୍ତିଶାଳୀ ବନ୍ଧୁକ ଥିଲା । ସେ ମୋତେ ମାରିବାକୁ ଚାହୁଁଥିଲା ।"
ୱାଶିଂଟନ୍: ହିଲ୍ଟନ ହୋଟେଲ୍ରେ ହ୍ଵାଇଟ୍ ହାଉସ୍ କରୋସ୍ପଣ୍ଡେଣ୍ଟ୍ସ ଡିନର ବେଳେ ଗୁଳିମାଡ଼ । ଅଳ୍ପକେ ବର୍ତ୍ତିବା ପରେ ପ୍ରତିକ୍ରିୟା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କହିଛନ୍ତି, "ଆକ୍ରମଣକାରୀ ପାଖରେ ଶକ୍ତିଶାଳୀ ବନ୍ଧୁକ ଥିଲା । ସିକ୍ରେଟ୍ ସର୍ଭିସ୍ର ଜଣେ ଏଜେଣ୍ଟଙ୍କ ଦେହରେ ଗୁଳି ବାଜିଛି ସେ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପିନ୍ଧିଥିଲେ ।"
ଡୋନାଲ୍ଡ ଟ୍ରମ୍ପ ଆହୁରି କହିଛନ୍ତି ଯେ, ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟ ବହୁତ ଭଲ କାମ କରିଛନ୍ତି । ମୁଁ ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟହ୍କୁ ନେଇ ଗର୍ବିତ । ଧରା ପଡ଼ିଥିବା ଅଭିଯୁକ୍ତ ଏକାଧିକ ଅସ୍ତ୍ରଶସ୍ତ୍ର ନେଇ ସିକ୍ୟୁରିଟି ଚେକପଏଣ୍ଟରେ ପହଞ୍ଚିଥିଲା । ତାକୁ ସିକ୍ରେଟ୍ ସର୍ଭିସ୍ର ବାହାଦୂର ଯବାନ ଧରି ନେଇଥିଲେ । ଜଣଙ୍କୁ ଗୁଳି ଲାଗିଥିବା ବେଳେ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପିନ୍ଧିଥିବାରୁ କିଛି କ୍ଷତି ହୋଇନାହିଁ ।
ଏଥିସହ ପଢ଼ନ୍ତୁ: ଡୋନାଲ୍ଡ ଟ୍ରମ୍ପଙ୍କ ଡିନର୍ ପାର୍ଟିରେ ଗୁଳିମାଡ଼; ମୋର୍ଚ୍ଚା ସମ୍ଭାଳିଲା ସିକ୍ରେଟ୍ ସର୍ଭିସ୍
ସାମ୍ବାଦିକ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, "ଜଣେ ଅଧିକାରୀଙ୍କ ଉପରେ ଗୁଳିମାଡ଼ କରାଯାଇଥିଲା । ସେ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପିନ୍ଧିଥିବାରୁ ଗୁଳି ଲାଗି ନାହିଁ । ଅତି ନିକଟରୁ ଗୁଳିମାଡ଼ ହୋଇଥିଲା ।"
ଟ୍ରମ୍ପ ଆହୁରି କହିଛନ୍ତି, "ବିଗତ କିଛି ବର୍ଷ ମଧ୍ୟରେ ଏହା ପ୍ରଥମ ଘଟଣା ନୁହେଁ । କୌଣସି ସମ୍ଭାବ୍ୟ ହତ୍ୟାକାରୀ ଆକ୍ରମଣ କରିଛି, ସେ ମୋତେ ମାରିବାକୁ ଚାହୁଁଥିଲା ।" ଏଥିସହ ଡୋନାଲ୍ଡ ଟ୍ରମ୍ପ ଆକ୍ରମଣକାରୀର ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି । ଗୁଳିମାଡ଼ କରିଥିବା ବ୍ୟକ୍ତି ୩୧ ବର୍ଷୀୟ କୋଲ୍ ଥୋମାସ ଏଲନ । ଯିଏ କି ଟରେନ୍ସ କାଲିଫର୍ଣ୍ଣିଆର ବାସିନ୍ଦା ।
ହିଲ୍ଟନ ହୋଟେଲ୍ରେ ହ୍ଵାଇଟ୍ ହାଉସ୍ କରୋସ୍ପଣ୍ଡେଣ୍ଟ୍ସ ଡିନର ପାର୍ଟିରେ ଗୁଳିମାଡ଼ ପରେ ଟ୍ରମ୍ପ ୨୦୨୪ କଥା ମନେ ପକାଇଛନ୍ତି । ୨୦୨୪ରେ ଟ୍ରମ୍ପଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ସେତେବେଳେ ଗୁଳି ଟ୍ରମ୍ପଙ୍କ କାନରେ ବାଜ ପଳାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିଲା ।
ଏଥିସହ ପଢ଼ନ୍ତୁ: ଦ୍ୱିତୀୟ ଅସ୍ତ୍ରବିରତି କେତେ ଦିନ ପାଇଁ ରହିବ ତାହା ଟ୍ରମ୍ପ କାହିଁକି ସ୍ପଷ୍ଟ କରିନାହାନ୍ତି? ଯୋଜନା ଏବଂ ବାଧ୍ୟବାଧକତା କଣ ଜାଣନ୍ତୁ…
ହିଲ୍ଟନ ହୋଟେଲ୍ରେ ହ୍ଵାଇଟ୍ ହାଉସ୍ କରୋସ୍ପଣ୍ଡେଣ୍ଟ୍ସ ଆସୋସିଏନ୍ ଡିନର୍ ପାର୍ଟି ଚାଲିଥିଲା । ସେହି ସମୟରେ ଗୁଳିମାଡ଼ ନେଇ ଚିତ୍କାର କରିଥିଲେ ସିକ୍ରେଟ୍ ସର୍ଭିସ୍ର ଏଜେଣ୍ଟ । ହୋଟେଲରେ ୪ରୁ ୬ ରାଉଣ୍ଡ ଗୁଳିମଡ଼ ହୋଇଥିବା କୁହାଯାଉଛି । ଗୁଳିମାଡ଼ ପରେ ହୋଟେଲକୁ ସମ୍ପୂର୍ଣ୍ଣ ଭାବେ ଖାଲି କରାଯାଇଛି ।
ଗୁଳିମାଡ଼ ପୂର୍ବରୁ କ'ଣ ହୋଇଥିଲା ?
ଟ୍ରମ୍ପଙ୍କ ହ୍ଵାଇଟ୍ ହାଉସ୍ ରୋସ୍ପଣ୍ଡେଣ୍ଟ୍ସ ଡିନର୍ ପାର୍ଟିର ଗୋଟିଏ ଦିନ ପୂର୍ବରୁ ଟ୍ରମ୍ପ ଓ ଜେଫରି ଏପଷ୍ଟିନ୍ ଫାଇଲ୍ର ଫଟୋ ଓ କ୍ଲିପ୍କୁ ପ୍ରୋଜେକ୍ଟରର ହିଲ୍ଟନ ହୋଟେଲ୍ ପ୍ରାଚୀରରେ ପ୍ରଦର୍ଶନ କରାଯାଇଥିଲା । ତେବେ ଏହା କିଏ କରିଥିଲା ତାହା ଜଣାପଡ଼ିନି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories