Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Temple Collapse / ଭୁଷୁଡିଲା ମନ୍ଦିର, ଚାଲିଗଲା ଭାରତୀୟ ବଂଶୋଦ୍ଭବଙ୍କ ଜୀବନ

Banajyotshna Ray
Browse all articles by Banajyotshna Ray
·7 months ago·2 min read
ଭୁଷୁଡିଲା ମନ୍ଦିର, ଚାଲିଗଲା ଭାରତୀୟ ବଂଶୋଦ୍ଭବଙ୍କ ଜୀବନ
Temple

Key Points

ଦକ୍ଷିଣ ଆଫ୍ରିକାରେ ଭୁଶୁଡି ପଡିଲା ମନ୍ଦିର
ଭାରତୀୟ ବଂଶୋଦ୍ଭବଙ୍କ ସମେତ ୪ ମୃତ
ମନ୍ଦିର ଭୁଷୁଡି ଚାଲିଗଲା ୪ଜଣଙ୍କ ଜୀବନ। ଏଥିରେ ଅଛନ୍ତି ଭାରତୀୟ ବଂଶୋଦ୍ଭବ । ସୂଚନାନୁସାରେ, ମନ୍ଦିର ପ୍ରକଳ୍ପ ପାଇଁ କୌଣସି ମଞ୍ଜୁରୀ ମିଳି ନଥିଲା । ଏହାକୁ ବେଆଇନ ଭାବେ ତିଆରି କରାଯାଉଛି । ଉଦ୍ଧାର କାର୍ଯ୍ୟରେ ସରକାରୀ ପୋଲିସ ସହ କିଛି ଘରୋଇ ଉଦ୍ଧାକାରୀ ଟିମ୍ ସାମିଲ ଅଛନ୍ତି । କିନ୍ତୁ ଘଟଣାକୁ ଦୁଇ ଦିନ ବିତିଯାଇଥିବାରୁ କେହି ଜୀବିତ ଥିବାର ସମ୍ଭାବନା କମ୍ ରହିଛି । ଏମିତି ଘଟଣା ଘଟିଛି ଦକ୍ଷିଣ ଆଫ୍ରିକାରେ । କ୍ୱାଜୁଲୁ-ନାଟାଲ ପ୍ରାନ୍ତରେ ଏକ ମନ୍ଦିର ନିର୍ମାଣରେ ସାମିଲ ଥିବା ଜଣେ ଭାରତୀୟ ବଂଶୋଦ୍ଭବଙ୍କ ମୃତ୍ୟୁ ଘଟିଛି ।

ତାଙ୍କ ସହ ଅନ୍ୟ ୪ଜଣ ମଧ୍ୟ ପ୍ରାଣ ହରାଇଛନ୍ତି । ଶୁକ୍ରବାର ଘଟିଥିବା ଅଘଟଣରେ ଘଟଣାସ୍ଥଳରେ୨ଜଣ ଶ୍ରମିକ ଏବଂ ଜଣେ ଶ୍ରଦ୍ଧାଳୁ ପ୍ରାଣ ହରାଇଛନ୍ତି । ଶନିବାର ମୃତ୍ୟୁସଂଖ୍ୟା୪ରେ ପହଁଚିଛି । ଆଗାମୀ ଦିନରେ ଏହି ସଂଖ୍ୟା ଅଧିକ ବଢିପାରେ । ମୃତକଙ୍କ ମଧ୍ୟରେ ଭିକି ଜୟରାଜ ପାଣ୍ଡେ ନାମକ ଜଣେ ଭାରତୀୟ ବଂଶୋଦ୍ଭବ ରହିଛନ୍ତି । ସେ ମନ୍ଦିର ପ୍ରଶାସନର ସଦସ୍ୟ ଥିଲେ । ରିପୋର୍ଟ ଅନୁସାରେ, କ୍ୱାଜୁଲୁ-ନାଟାଲ ପ୍ରାନ୍ତରେ ଅହୋବିଲମ ମନ୍ଦିରର ନିର୍ମାଣ କାର୍ଯ୍ୟ ଜାରି ରହିଛି । ମନ୍ଦିରକୁ ୪ ମହଲା ବିଶିଷ୍ଟ କରାଯିବ । ଯାହାକୁ ଡରବାନର ଏକ ପାହାଡ ଉପରେ ପ୍ରତିଷ୍ଠା କରାଯାଉଛି ।

ଏଥିସହ ପଢ଼ନ୍ତୁ: ବ୍ୟାଟିଂ କ୍ରମରେ କାହିଁକି ବାରମ୍ବାର ହେଉଛି ପରିବର୍ତ୍ତନ, ପ୍ରେସମିଟ୍‌ରେ ସତ କହିଦେଲେ ତିଲକ

ତେବେ ନିର୍ମାଣ କାର୍ଯ୍ୟବେଳେ ଏହାର ଏକ ଛାଡ ଭୁଷୁଡି ପଡିଥିଲା । ଫଳରେ କାମ କରୁଥିବା ଅନେକ ଶ୍ରମିକ ଏବଂ ଶ୍ରଦ୍ଧାଳୁ ଫସି ରହିଛନ୍ତି।ଭିକି ଗତ ଦୁଇ ବର୍ଷ ତଳେ ମନ୍ଦିର କାର୍ଯ୍ୟରେ ସାମିଲ ହୋଇଥିଲେ । ମନ୍ଦିର ଟ୍ରଷ୍ଟର ନିର୍ଦ୍ଦେଶକ ଶନିବାର ମହାରାଜ ମଧ୍ୟ ଭିକିଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି । ତେବେ ଭଗ୍ନାବଶେଷ ତଳୁ ଆହୁରି କିଛି ମୃତଦେହ ମିଳିଥିବା କୁହାଯାଉଛି । କିନ୍ତୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଖରାପ ପାଗ ପାଇଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା କୁହାଯାଉଛି ।

ଏହିପରି ମରକ୍କୋରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା। ଭୁଷୁଡ଼ିଥିଲା ଦୁଇଟି କୋଠା। କୋଠା ତଳେ ଚାପି ହୋଇ ଚାଲିଗଲା ୨୨ ଜଣଙ୍କ ଜୀବନ। କର୍ତ୍ତୃପକ୍ଷ କହିଛନ୍ତି ଯେ କୋଠା ଗୁଡ଼ିକ ଅଲ୍-ମୁସ୍ତାକବାଲରେ ଅବସ୍ଥିତ। ଯେଉଁଠାରେ ଆଠଟି ପରିବାର ରହୁଥିଲେ। ଦୁଇଟି ଚାରି ମହଲା ବିଶିଷ୍ଟ ଆବାସିକ କୋଠା ଭୁଷୁଡ଼ି ପଡ଼ିଥିଲା।

ଅଧିକ ପଢ଼ନ୍ତୁ ବିଦେଶ ଖବର: 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Temple Collapse | Indian-Origin Man Among 4 Killed In Temple Collapse In South Africa | Argus News | Argus News