Tilak Varma on Batting order / ବ୍ୟାଟିଂ କ୍ରମରେ କାହିଁକି ବାରମ୍ବାର ହେଉଛି ପରିବର୍ତ୍ତନ, ପ୍ରେସମିଟ୍ରେ ସତ କହିଦେଲେ ତିଲକ
·7 months ago·2 min read

Key Points
ଗମ୍ଭୀର-ସୂର୍ଯ୍ୟଙ୍କ ନୀତି ଉପରେ ପ୍ରଶ୍ନ,
ବ୍ୟାଟିଂ କ୍ରମ କାହିଁକି ବଦଳୁଛି ?
ପ୍ରେସମିଟ୍ରେ ସତ କହିଦେଲେ ତିଲକ ବର୍ମା
ବ୍ୟାଟିଂ କ୍ରମ କାହିଁକି ବଦଳୁଛି ?
ପ୍ରେସମିଟ୍ରେ ସତ କହିଦେଲେ ତିଲକ ବର୍ମା
ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଜାରି ରହିଛି । ଏହି ସିରିଜ୍ର ପ୍ରଥମ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଭାରତର ବଡ଼ ବିଜୟ ହୋଇଥିଲା । ତେବେ ଦ୍ବିତୀୟ ଟି-୨୦ରେ ଟିମ୍ ଇଣ୍ଡିଆ ୫୧ ରନ୍ରେ ପରାଜୟ ବରଣ କରିଥିଲା । ଆଉ ଏବେ ଧର୍ମଶାଳାରେ ଖେଳାଯିବାକୁ ଥିବା ତୃତୀୟ ଟି-୨୦ରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଦ୍ବିତୀୟ ମ୍ୟାଚ୍ରେ କରିଥିବା ଭୁଲ୍ର ପୁନରାବୃତ୍ତି ନ କରିବାକୁ ଚେଷ୍ଟା କରିବ ।
ତେବେ ଦ୍ବିତୀୟ ମ୍ୟାଚ୍ରେ ପରାଜୟର ଏକାଧିକ କାରଣ ରହିଥିବା ବେଳେ କ୍ରିକେଟ୍ ଏକ୍ସପର୍ଟମାନେ ବ୍ୟାଟିଂ କ୍ରମରେ ବାରମ୍ବାର ପରିବର୍ତ୍ତନ ପ୍ରମୁଖ କାରଣ ବୋଲି କହିଛନ୍ତି । କ୍ରିକେଟ୍ ପ୍ରେମୀମାନେ ମଧ୍ୟ ବ୍ୟାଟିଂ ଅର୍ଡରରେ ବାରମ୍ବାର ପରିବର୍ତ୍ତନକୁ ନେଇ ଖୁସି ନାହାନ୍ତି । ଏମିତିକି ଟିମ୍ ମ୍ୟାନେଜମେଣ୍ଟ ଉପରେ ପ୍ରଶ୍ନ ଉଠାଇଛନ୍ତି । ଆଉ ଏହି ସବୁ ପ୍ରଶ୍ନର ଉତ୍ତର ମ୍ୟାଚ୍ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ରଖିଛନ୍ତି ତିଲକ ବର୍ମା ।
ତିଲକ ବର୍ମା ପରିବର୍ତ୍ତନ ପଛର କାରଣ କହିଛନ୍ତି
ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଲଗାତାର ବ୍ୟାଟିଂ କ୍ରମରେ ପରିବର୍ତ୍ତନ କରୁଛନ୍ତି । କାହିଁକି ଅଧିନାୟକ ଓ କୋଚ୍ ଏମିତି କରୁଛନ୍ତି ତାହା ଜାଣିବାକୁ ଏବେ ବେଶ୍ ଆଗ୍ରହୀ ଅଛନ୍ତି କ୍ରିକେଟ୍ ପ୍ରେମୀ । ଧର୍ମଶାଳା ଟି-୨୦ ପୂର୍ବରୁ ମ୍ୟାଚ୍ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଷ୍ଟାର ବ୍ୟାଟସମ୍ୟାନ ତିଲକ ବର୍ମା ଏହି ପ୍ରଶ୍ନର ଉତ୍ତର ଦେଇ କହିଥିଲେ, "ପ୍ରାରମ୍ଭିକ ବ୍ୟାଟସମ୍ୟାନଙ୍କ ବ୍ୟତୀତ ସମସ୍ତେ ଯେକୌଣସି ସ୍ଥାନରେ ଖେଳିପାରିବେ । ମୁଁ ତୃତୀୟ ନମ୍ବରରୁ ଷଷ୍ଠ ନମ୍ବର ପର୍ଯ୍ୟନ୍ତ ଯେକୌଣସି ସ୍ଥାନରେ ଖେଳିପାରିବି, ଯେଉଁଠାରେ ଦଳକୁ ମୋର ଆବଶ୍ୟକତା ଅଛି ଅକ୍ଷର ପଟେଲ ଏଠାରେ ଭଲ ପ୍ରଦର୍ଶନ କରିଛନ୍ତି । ଏହା ପରିସ୍ଥିତି ଉପରେ ନିର୍ଭର କରେ ।" ତେବେ ତିଲକଙ୍କ ଏହି ବୟାନ ସ୍ପଷ୍ଟ କରୁଛି ଯେ ବ୍ୟାଟିଂ ଅର୍ଡରରେ ଏହି ପରିବର୍ତ୍ତନଗୁଡ଼ିକ ବର୍ତ୍ତମାନ ସମୟରେ ବନ୍ଦ ହେବ ନାହିଁ ।
ଟି-୨୦ ମ୍ୟାଚ୍ରେ ଟସ୍ ଏବଂ ପିଚ୍ ମଧ୍ୟ ଏକ ବଡ଼ ଭୂମିକା ଗ୍ରହଣ କରେ। ତିଲକ ବର୍ମା ମ୍ୟାଚ୍ ପୂର୍ବରୁ ଏହା ଉପରେ ମଧ୍ୟ ଆଲୋଚନା କରିଥିଲେ । ଧର୍ମଶାଳା ପିଚ୍ ବିଷୟରେ ତିଲକ ବର୍ମା କହିଛନ୍ତି, "ମୁଁ ଏଠାରେ ପୂର୍ବରୁ ଭାରତ ପାଇଁ ଏକ ଅଣ୍ଡର-୧୯ ସିରିଜରେ ଖେଳିଛି। ଆମେ ୱିକେଟ୍ ଦେଖୁଛୁ ଏବଂ ଅନୁଭବ କରୁଛୁ ଯେ ଏଠାରେ ବହୁତ ରନ୍ ହେବ। ଟସ୍ ଆମ ହାତରେ ନାହିଁ। ଆମେ କାକରର ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଏବଂ ଟିକିଏ ଓଦା ବଲ୍ ସହିତ ଅଭ୍ୟାସ କରିଛୁ। ଏଠାରେ ପାଗ ବହୁତ ଥଣ୍ଡା, କିନ୍ତୁ ଆମେ ଶାରୀରିକ ଏବଂ ମାନସିକ ଭାବରେ ପ୍ରସ୍ତୁତ'' ।

ଅଧିକ ପଢ଼ନ୍ତୁ: ଭାରତୀୟ କ୍ରିକେଟକୁ ପୁଣି ଫେରିଲା 'ମ୍ୟାଚ୍ ଫିକ୍ସିଂ' କଳଙ୍କ, ସସ୍ପେଣ୍ଡ ହେଲେ ୪ ଖେଳାଳି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories